ETV Bharat / city

PCC Race: ଶରତ ପଟ୍ଟନାୟକ କହିଲେ ମୁଁ ଆଶାୟୀ ନାହିଁ

ନିରଞ୍ଜନଙ୍କ ନେତୃତ୍ବରେ ଦଳ ତଳକୁ ତଳକୁ ଯାଉଥିବା ବେଳେ ନେତୃତ୍ବକୁ ନେଇ ତୃଣମୂଳସ୍ତରର କର୍ମ ମୁହଁ ଫେରାଇଲେଣି । ଯେଉଁଥି ପାଇଁ ନେତୃତ୍ବ ପରିବର୍ତ୍ତନ ପାଇଁ ଦିଲ୍ଲୀରେ ଆଲୋଚନା ହେବା ସହ ନିଷ୍ପତ୍ତି ନିଆସରିଥିବା ଜଣାପଡିଛି। ତେବେ ଏହା ମଧ୍ୟରେ ନିଜର ଅସୁସ୍ଥତା ଓ ପଞ୍ଚାୟତ , ପୌର ନିର୍ବାଚନରେ ଶୋଚନୀୟ ପରାଜୟ ବରଣକୁ ଦର୍ଶାଇବା ସହ ପିସିସି ସଭାପତି ନିଜର ଇସ୍ତଫାପତ୍ର ଦେଇସାରିଥିବା ଜଣାପଡିଛି । ଅଧିକ ପଢନ୍ତୁ

ଶରତ ପଟ୍ଟନାୟକ
ଶରତ ପଟ୍ଟନାୟକ
author img

By

Published : Apr 11, 2022, 10:48 PM IST

ଭୁବନେଶ୍ବର: ଏପ୍ରିଲ ଶେଷ ସୁଦ୍ଧା ହେବ ଓଡିଶା ପିସିସି ସଭାପତି ପରିବର୍ତ୍ତନ । ହାଇକମାଣ୍ଡଙ୍କ ନିର୍ଦେଶ ଉପରେ ସମସ୍ତଙ୍କ ନଜର ରହିଛି । ଦୀର୍ଘଦିନ ଧରି ଲାଗିରହିଥିବା ଚର୍ଚ୍ଚାର ହେବ ଅନ୍ତ । ବଦଳିବେ ଓଡିଶା ପିସିସି ସଭାପତି । ନିରଞ୍ଜନଙ୍କ ନେତୃତ୍ବରେ ଦଳ ତଳକୁ ତଳକୁ ଯାଉଥିବା ବେଳେ ନେତୃତ୍ବକୁ ନେଇ ତୃଣମୂଳସ୍ତରର କର୍ମ ମୁହଁ ଫେରାଇଲେଣି । ଯେଉଁଥି ପାଇଁ ନେତୃତ୍ବ ପରିବର୍ତ୍ତନ ପାଇଁ ଦିଲ୍ଲୀରେ ଆଲୋଚନା ହେବା ସହ ନିଷ୍ପତ୍ତି ନିଆସରିଥିବା ଜଣାପଡିଛି । ତେବେ ଏହା ମଧ୍ୟରେ ନିଜର ଅସୁସ୍ଥତା ଓ ପଞ୍ଚାୟତ, ପୌର ନିର୍ବାଚନରେ ଶୋଚନୀୟ ପରାଜୟ ବରଣକୁ ଦର୍ଶାଇବା ସହ ପିସିସି ସଭାପତି ନିଜର ଇସ୍ତଫାପତ୍ର ଦେଇସାରିଥିବା ଜଣାପଡିଛି ।

ବରିଷ୍ଠ ନେତା ଶରତ ପଟ୍ଟନାୟକ କହିଲେ ମୁଁ ଆଶାୟୀ ନାହିଁ

ପୂର୍ବରୁ ନିରଞ୍ଜନ ଇସ୍ତଫା ଦେଇଥିଲେ ମଧ୍ୟ ହାଇକମାଣ୍ଡ ଗ୍ରହଣ କରି ନଥିଲେ । ହେଲେ ଏଥର ନିରଞ୍ଜନଙ୍କ ଇସ୍ତଫାପତ୍ର ଗ୍ରହଣ ହୋଇସାରିଛି । ଖୁବଶୀଘ୍ର ନୂତନ ପିସିସି ସଭାପତିଙ୍କ ନାମ ହେବ ଘୋଷଣା । ତେବେ ପିସିସି ସଭାପତି ରେସରେ ଏବେ 4 ବିଧାୟକ ସମେତ 11 ଜଣଙ୍କ ନାମ ଚର୍ଚ୍ଚାରେ ହେଉଛି । ତେବେ ସଭାପତି ଦୌଡରେ ଆଗରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ପୂର୍ବତନ ଉପ-ସଭାପତି ଶରତ ପଟ୍ଟନାୟକଙ୍କ ନାମ ଆଗରେ ରହିଛି । ଯାହାକୁ ନେଇ ଏବେ କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ଜୋରଦାର ଚର୍ଚ୍ଚା । ତେବେ ଏହାକୁ ନେଇ ଶରତ ପଟ୍ଟନାୟକ କହିଛନ୍ତି ସେ କୌଣସି ଲବି କରି ନାହାନ୍ତି ।

ତଥାପି ମଧ୍ୟ ଯଦି କୌଣସି ଦାୟିତ୍ବ ମିଳେ ତେବେ ଦଳକୁ ସଂଗଠିତ କରିବା ସହ ଦଳ ପୁଣିଥରେ ସଂଗଠିତ କରିବୁ ବୋଲି କହିଛନ୍ତି ଶରତ ପଟ୍ଟନାୟକ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.