ETV Bharat / city

ସମ୍ବର୍ଦ୍ଧିତ ହେବେ ରାଜ୍ୟର ୯୯୦୦ ବରିଷ୍ଠ ମତଦାତା: ମୁଖ୍ୟ ନିର୍ବାଚନ ଅଧିକାରୀ

author img

By

Published : Sep 27, 2022, 10:38 AM IST

ଓଡ଼ିଶାରେ ବରିଷ୍ଠ ମତଦାତାଙ୍କୁ ସମ୍ବର୍ଦ୍ଧିତ କରାଯିବ । ଅକ୍ଟୋବର ୧ତାରିଖରେ ଓଡ଼ିଶାରେ ୯୯୦୦ ବରିଷ୍ଠ ମତଦାତାଙ୍କୁ ସମ୍ବର୍ଦ୍ଧିତ କରାଯିବ । ଅଧିକ ପଢ଼ନ୍ତୁ

ସମ୍ବର୍ଦ୍ଧିତ ହେବେ ରାଜ୍ୟର ୯୯୦୦ ବରିଷ୍ଠ ମତଦାତା : ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍‌ କୁମାର ଲୋହାନୀ

ଭୁବନେଶ୍ବର: ରାଜ୍ୟରେ ଥିବା ୯ ହଜାର ୯ଶହ ବରିଷ୍ଠ ମତଦାତାଙ୍କୁ ସମ୍ବର୍ଦ୍ଧିତ କରାଯିବ । ଅକ୍ଟୋବର ୧ତାରିଖରେ ଓଡ଼ିଶାରେ ବରିଷ୍ଠ ମତଦାତାଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍‌ କୁମାର ଲୋହାନୀ ସମସ୍ତ ୧୦୦ ବର୍ଷରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଏକ ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ସମସ୍ତ ଉପଜିଲ୍ଲାପାଳଙ୍କୁ ଉଦବୋଧନ ଦେଇଛନ୍ତି । ଆନ୍ତର୍ଜାତିକ ବରିଷ୍ଠ ଦିବସ ଉପଲକ୍ଷେ ମୁଖ୍ୟ ନିର୍ବାଚନ ଆୟୋଗ ସମସ୍ତ ୧୦୦ ବର୍ଷରୁ ଊର୍ଦ୍ଧ୍ବର ଭୋଟରଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଏକ ପତ୍ର ପ୍ରେରଣ କରିଛନ୍ତି । ଆୟୋଗ ଏହିପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି କି, ସମସ୍ତ ବରିଷ୍ଠ ନାଗରିକ ଉପଲବ୍ଧ ଥିବା ସୁବିଧାଗୁଡିକର ଉପଯୋଗ କରି ତାଙ୍କର ମତାଧିକାର ସାବ୍ୟସ୍ତ କରନ୍ତୁ ।

ଭାରତ ନିର୍ବାଚନ ଆୟୋଗ ଏକ ସଶକ୍ତ, ସୁଦୃଢ, ସମାବେଶୀ ଏବଂ ସୁଗମ ନିର୍ବାଚନ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ପ୍ରତ୍ୟେକ ଭୋଟ୍‌ ଅତ୍ୟନ୍ତ ମୂଲ୍ୟବାନ ଅଟେ । ଯେପରି କୌଣସି ଭୋଟର ବାଦ୍‌ ନପଡ଼େ ସେଥିପାଇଁ ପ୍ରତ୍ୟେକ ଭୋଟରଙ୍କ ପାଇଁ ସୁବିଧା ଉପଲବ୍ଧ ଅଟେ । ବରିଷ୍ଠ ନାଗରିକ (୮୦ ବୟସ ବର୍ଗ) ଏବଂ ଦିବ୍ୟାଙ୍ଗ ମତଦାତାଙ୍କର (ଶତକଡା ୪୦ ପ୍ରତିଶତ ବା ଅଧିକ ଭିନ୍ନକ୍ଷମ) ଅଧିକରୁ ଅଧିକ ଯୋଗଦାନକୁ ସୁନିଶ୍ଚିତ କରିବା ପାଇଁ ଭାରତ ନିର୍ବାଚନ ଆୟୋଗ ହ୍ୱିଲ୍‌ ଚେୟାର, ରାମ୍ପ୍‌, ସ୍ବେଚ୍ଛାସେବୀ, ଗମନାଗମନର ସୁବିଧା, ଧାଡି ରହିତ ମତଦାନ ଭଳି ଅନେକ ନୂତନ ସୁବିଧା ଗୁଡିକର ବ୍ୟବସ୍ଥା କରିଛନ୍ତି ।

ଏହାବ୍ୟତୀତ, ସେମାନେ ଫର୍ମ-୧୨ ଘ' ପୂରଣ କରି ନିଜ ଘରେ ବସି ମତାଦାନ ସାବ୍ୟସ୍ତ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍‌ କୁମାର ଲୋହାନୀ କହିଛନ୍ତି । ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ତାଙ୍କ ଅଞ୍ଚଳର ବରିଷ୍ଠ ମତଦାତାମାନଙ୍କୁ ସମ୍ବର୍ଦ୍ଧନା ଜଣାଇ ନିର୍ବାଚନ ଆୟୁକ୍ତଙ୍କ ପତ୍ର ହସ୍ତାନ୍ତର କରିବେ ।

ବରିଷ୍ଠ ନାଗରିକମାନଙ୍କ ଉପଯୁକ୍ତ ଯାଞ୍ଚ କରି, ସମ୍ମାନର ସହିତ ତାଙ୍କୁ ଏହି ପତ୍ର ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରିବାକୁ ନିବେଦନ କରିଛନ୍ତି । ମିଳିମିଶି ସମସ୍ତଙ୍କୁ ଭୋଟ ଦିନ ଭୋଟଦାନ କରିବା ପାଇଁ ପ୍ରବର୍ତ୍ତାଇବା ଏବଂ ଗଣତନ୍ତ୍ରର ମହାପର୍ବରେ ସମସ୍ତେ ସାମିଲ୍‌ ହେବା ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.