ETV Bharat / city

ପ୍ରାକୃତିକ ବିପର୍ଯ୍ୟୟ ରୋକିବାକୁ ପ୍ରୟାସ - bhubaneswar

ପ୍ରାକୃତିକ ବିପର୍ଯ୍ୟୟ ଦିନକୁ ଦିନ ଅଧିକ ଗ୍ରାସ କରୁଛି ଓଡିଶାକୁ । ଏବେ ଓଡିଶାକୁ ଏହାର ମୁଖ୍ୟସ୍ଥଳ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ତେବେ ଏହି ବିପର୍ଯ୍ୟୟରୁ କିଭଳି ରାଜ୍ୟକୁ ରୋକାଯାଇ ପାରିବ ଆସନ୍ତୁ ଜାଣିବା...

ଫଟୋ ସୌଜନ୍ୟ : ପ୍ରତିନିଧି,ଭୁବନେଶ୍ବର
author img

By

Published : Jun 26, 2019, 12:26 AM IST

ଭୁବନେଶ୍ବର: ପ୍ରାକୃତିକ ବିପର୍ଯ୍ୟୟର ମୁଖ୍ୟ ସ୍ଥଳ ପାଲଟିଛି ଓଡିଶା । ଯାହାକି ଆଜିର ଦିନରେ ରାଜ୍ୟର ଶାସକ, ପ୍ରଶାସକ ଓ ଜନସାଧାରଣଙ୍କ ପାଇଁ ମୁଖ୍ୟ ସମସ୍ୟାରେ ପରିଣତ ହୋଇଛି । ତେଣୁ ଏହାର ପ୍ରାଦୁର୍ଭାବରୁ କିପରି ଓଡିଶାକୁ ରକ୍ଷା କରାଯାଇପାରିବ ଏବଂ ଏହାର ନିରାକରଣ ପାଇଁ କିଭଳି ଭାବେ ସମସ୍ତେ ସଚେତନ ହୋଇ ପ୍ରୟାସ କରିବା ଦରକାର ସେନେଇ ସ୍ଥାନୀୟ ଗୀତଗୋବିନ୍ଦ ଭବନରେ ଆୟୋଜିତ ଏକ ଉତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।

ଭିଡିଓ ସୌଜନ୍ୟ : ପ୍ରତିନିଧି,ଭୁବନେଶ୍ବର

ପକେଟ ନ୍ୟୁଜ ଓ ଏସିଆନ ଏଜର ମିଳିତ ସହଯୋଗରେ ଆୟୋଜିତ ହୋଇଥିବା ଏହି ଆଲୋଚନା ଚକ୍ରରେ ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜେ.କେ ପେପର ମିଲ୍ ର ପ୍ରଫୁଲ କୁମାର ଧଳ ମୁଖ୍ୟ ବକ୍ତା ଭାବେ ଏବଂ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଓ ଅକ୍ଷୟ କୁମାର ସାହୁ ପ୍ରମୁଖ ଯୋଗ ଦେଇ ବିପର୍ଯ୍ୟୟ ସମୟରେ ସ୍ଥିତିର ଉପଯୁକ୍ତ ପରିଚାଳନା ନେଇ ମତବ୍ୟକ୍ତ କରିଥିଲେ ।

ଏହି ସମୟରେ ସରକାରଙ୍କ ଆଭିମୁଖ୍ୟ ଓ ଜନସାଧାରଙ୍କ ଭାଗୀଦାରିତା ଉପରେ ଆଲୋକପାତ କରିବା ସହ ପ୍ରାକୃତିକ ବିପର୍ଯ୍ୟୟ ପରବର୍ତ୍ତୀ ଅବସ୍ଥାରେ ଥଇଥାନ ଓ ପୁନଃର୍ବିନ୍ୟାସ କାର୍ଯ୍ୟ ପାଇଁ ସଠିକ ସରକାରୀ ନିୟମ ପ୍ରଣୟନ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପକେଟ ନ୍ୟୁଜର ମୁଖ୍ୟ ସୁଧାଂଶୁ କୁମାର ପାତ୍ର ସଞ୍ଚାଳନ କରିଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ନ୍ୟୁଜ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.