ETV Bharat / city

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ସହ ଜଳାଭିଷେକ କଲେ ଗୃହମନ୍ତ୍ରୀ ଅମିତ ଶାହ

author img

By

Published : Aug 8, 2022, 9:08 AM IST

Updated : Aug 8, 2022, 2:10 PM IST

2 ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

ଓଡିଶାରେ ଗୃହମନ୍ତ୍ରୀ ଅମିତ ଶାହ, କଡାକଡି ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର: ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ହୋଟେଲରୁ କଡା ସୁରକ୍ଷାବଳରେ ମନ୍ଦିର ଅଭିମୁଖେ ବାହାରିଥିଲେ ଗୃହମନ୍ତ୍ରୀ ଅମିତ ଶାହ । ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବା ସହ ମନ୍ଦିରରେ ଜଳାଭିଷେକ କରିଛନ୍ତି ଗୃହମନ୍ତ୍ରୀ । ତାଙ୍କ ସାଥୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ ।

ଗତକାଲି (ରବିବାର) ବିଳମ୍ବିତ ରାତିରେ ଭୁବନେଶ୍ବରରେ ପହଞ୍ଚିଥିଲେ ଅମିତ ଶାହ । ଗୃହମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । 22 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବା ନେଇ ମନ୍ଦିର ପରିସରରେ ବ୍ୟାପକ ବ୍ୟବସ୍ଥା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଆଜି ଶ୍ରାବଣ ଶେଷ ସୋମବାର ଥିବାରୁ ମନ୍ଦିରରେ କାଉଡିଆଙ୍କ ଭିଡ ରହିବ ତେଣୁ ଗୃହମନ୍ତ୍ରୀଙ୍କ ଗସ୍ତର 15 ମିନିଟ ପୂର୍ବରୁ କାଉଡ଼ିଆ ଓ ଅନ୍ୟ ଶ୍ରଦ୍ଧାଳୁଙ୍କ ଉପରେ କଟକଣା ଲାଗିଥିଲା ।

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ସହ ଜଳାଭିଷେକ କଲେ ଗୃହମନ୍ତ୍ରୀ ଅମିତ ଶାହ
ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ସହ ଜଳାଭିଷେକ କଲେ ଗୃହମନ୍ତ୍ରୀ ଅମିତ ଶାହ

ପ୍ରାୟ ୧୫ରୁ ୨୦ ମିନିଟ୍‌ ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ମନ୍ଦିରର ବେଢା ପରିଦର୍ଶନ କରିଥିଲେ ଗୃହମନ୍ତ୍ରୀ । ଏହାପରେ ସେବାୟତଙ୍କ ସହ ମନ୍ଦିରର କଳାକୃତି ସମ୍ବଦ୍ଧୀୟ ଆଲୋଚନା କରିବା ସହ ଫଟୋ ଉଠାଇଥିଲେ । ଅନ୍ଯପଟେ ଐତିହ୍ୟ ସମ୍ପର୍ଣ୍ଣ ଲିଙ୍ଗରାଜ ମନ୍ଦିରରେ ଅନେକ ବିବାଦ ଦେଖାଯାଉଥିବା ବେଳେ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ଲାଗୁଥିଲା ପ୍ରସ୍ତାବ ଦେଇଥିଲେ ସେବାୟତ । ଆଉ ଏ ନେଇ ଆଲୋଚନା ମଧ୍ୟ ଗୃୃହମନ୍ତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।

ଲିଙ୍ଗରାଜ ମନ୍ଦିରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ପୋଲିସ ମୁତୟନ ହୋଇଥିଲେ । ମେ’ ଫେୟାରରୁ ବାହାରିବା ସମୟରେ ମନ୍ଦିରକୁ ସଂଯୋଗ କରୁଥିବା ସବୁ ରାସ୍ତାକୁ ସିଲ୍ କରି ଦିଆଯାଇଥିଲା । ପ୍ରଭୁ ଲିଙ୍ଗରାଜଙ୍କୁ ଶାହଙ୍କ ଦର୍ଶନ ସମୟରେ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ଭିତରକୁ କାହାକୁ ପ୍ରବେଶ ନଥିଲା । କେବଳ ସେବାୟତ ଉପସ୍ଥିତ ରହିଥିଲେ । ୨୦-୨୫ ମିନିଟ ଯାଏ ଦର୍ଶନ କାର୍ଯ୍ୟକ୍ରମ ରହିଥିଲା । ଦର୍ଶନ ସାରି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଘରେ ଜଳଖିଆ ଖାଇବା ନେଇ ପହଞ୍ଚିଛନ୍ତି ଗୃହମନ୍ତ୍ରୀ । ଏହାପରେ କଟକ ଅଭିମୁଖେ ବାହାରିବେ ଶାହ ।

ଏହା ବି ପଢନ୍ତୁ...ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଏୟାରପୋର୍ଟରେ ଭବ୍ୟ ସମ୍ୱର୍ଦ୍ଧନା

କଟକରେ ନେତାଜୀଙ୍କ ଜନ୍ମସ୍ଥାନ ବୁଲିବା ସହ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ଏହାପରେ କଟକ ଇନଡ଼ୋର୍ ଷ୍ଟାଡ଼ିୟମରେ ପ୍ରଜାତନ୍ତ୍ରର 75ତମ ବାର୍ଷିକ ଉତ୍ସବରେ ଯୋଗ ଦେବେ । ସେଠାରୁ ଭୁବନେଶ୍ବର ଫେରି ଦଳୀୟ କାର୍ଯ୍ୟାଳୟରେ ନେତା ଓ କର୍ମୀଙ୍କ ସହ ଆଲୋଚନା କରିବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 8, 2022, 2:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.