ETV Bharat / city

ପୂର୍ତ୍ତ ବିଭାଗ ସଚିବଙ୍କ ମହାନତା, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ କଲେ ସାହାଯ୍ୟ

author img

By

Published : May 21, 2021, 7:12 AM IST

ଦେବଦୂତ ସାଜି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲେ ପୂର୍ତ୍ତ ବିଭାଗ ସଚିବ ତଥା ଶ୍ରୀମନ୍ଦିର ପ୍ରଶାସକ । ଅଧିକ ପଢନ୍ତୁ...

ପୂର୍ତ୍ତ ବିଭାଗ ସଚିବଙ୍କ ମହାନତା, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ କଲେ ସାହାର୍ଯ୍ୟ

ଭୁବନେଶ୍ବର: ମହାନତାର ପରିଚୟ ଦେଇଛନ୍ତି ପୂର୍ତ୍ତ ବିଭାଗ ସଚିବ ତଥା ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର । ଦୁର୍ଘଟଣାରେ ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ନିଜ କାରରେ ଆଣି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି କ୍ରିଷନ । ଚିକିତ୍ସା କରି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ତାଙ୍କ ଘରକୁ ପଠାଇବାକୁ ବ୍ୟବସ୍ଥା ମଧ୍ୟ କରିଛନ୍ତି ସେ ।

ଭୁବନେଶ୍ୱର ଉପକଣ୍ଠ ସିଫା ଛକରେ ଜଣେ ବ୍ୟକ୍ତି ଦୁର୍ଘଟଣା ଶିକାର ହୋଇଥିଲେ । ଗୁରୁତର ଆହତ ହୋଇ ରାସ୍ତାରେ ପଡି ବ୍ୟକ୍ତି ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ । ଏହି ସମୟରେ ପୁରୀରୁ ଫେରୁଥିବା ସମୟରେ ଡିଭାଇଡରରେ ଅଚେତ ଅବସ୍ଥାରେ ପଡିଥିବା ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ କ୍ରିଷନ । ପରେ ବ୍ୟକ୍ତି ଜଣକୁ କାରରେ ଆଣି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରି ତୁରନ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଚିକିତ୍ସା ସମୟରେ ସଚିବ ନିଜେ ମଧ୍ୟ ଡାକ୍ତରଖାନାରେ ଉପସ୍ଥିତ ଥିଲେ ।

ପ୍ରାଥମିକ ଚିକିତ୍ସା ପରେ ଉକ୍ତ ବ୍ୟକ୍ତି ସୁସ୍ଥ ଅଛନ୍ତି । ଆହତ ଜଣକ ହେଲେ ସାକ୍ଷୀଗୋପାଳର ରତ୍ନାକର ପ୍ରଧାନ । ହସ୍ପିଟାଲରେ ପୂର୍ତ୍ତ ବିଭାଗର ଅଧିକାରୀ ଉପସ୍ଥିତ ରହି ତାଙ୍କ ଦେଖାଶୁଣା କରିବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକଙ୍କ ଜିମାରେ ତାଙ୍କୁ ଘରକୁ ପଠାଇବା ଲାଗି ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.