ଭୁବନେଶ୍ବର: ରିମାଣ୍ଡରେ ଯିବେ ନକଲି ଡାକ୍ତର ରମେଶଙ୍କ ପତ୍ନୀ । ୫ ଦିନିଆ ରିମାଣ୍ଡରେ ଯିବେ ନକଲି ଡାକ୍ତରଙ୍କ ଦ୍ବିତୀୟ ପତ୍ନୀ କମଳା । ରମେଶଙ୍କ ଦ୍ବିତୀୟ ପତ୍ନୀଙ୍କୁ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ଏସଡିଜିଏମ କୋର୍ଟ । ୭ଦିନିଆ ରିମାଣ୍ଡ ଆବେଦନ ପୋଲିସ କରିଥିବା ବେଳେ ୫ ଦିନର ରିମାଣ୍ଡ ମଞ୍ଜୁର ହୋଇଛି ।
ସେପଟେ ରମେଶଙ୍କୁ ପୁଣି ରିମାଣ୍ଡରେ ଆଣିବା ପାଇଁ ମିଳିଲାନି କୋଟଙ୍କ ଅନୁମତି । ରମେଶଙ୍କ ଦ୍ବିତୀୟ ପତ୍ନୀ କମଳା ତୀର୍କିଙ୍କୁ ଗତ ୫ ତାରିଖରେ ଗିରଫ କରିଥିଲା କମିଶନରେଟ ପୋଲିସ । ଝାଡଖଣ୍ଡରୁ ଗିରଫ ପରେ ଟ୍ରାନଜିଟ ରିମାଣ୍ଡରେ ଆଣିଥିଲା ପୋଲିସ । କମଳା ଅନ୍ୟ ମହିଳାଙ୍କୁ ଠକାମୀ ଘଟଣାରେ ଭାଗିଦାର ଥିଲେ ବୋଲି ଜଣାପଡ଼ିଛି । ଠକେଇ ମାମଲାରେ ମାଷ୍ଟରମାଇଣ୍ଡ ଥିଲେ କମଳା । ଯିଏକି ଠକ ଡାକ୍ତର ଠକାମି ଟଙ୍କାକୁ ଠୁଳ କରି ରଖୁଥିଲେ ।
ଏହା ବି ପଢନ୍ତୁ- FAKE DOCTOR: ଠକ ଡାକ୍ତରର ଅସଲି ପତ୍ନୀ ଗିରଫ, ଅନ୍ୟ ମହିଳାଙ୍କୁ ଠକାମିରେ ଥିଲେ ଭାଗିଦାର
ତେବେ ପୂର୍ବରୁ ପାରାଦ୍ବୀପରେ ଡାକ୍ତରାଣୀ ଥିଲେ କମଳା । ୫ମ ଥର ପାଇଁ ରମେଶଙ୍କୁ ରିମାଣ୍ଡରେ ଆଣି ଜେରା ବେଳେ କମଳା ବିରୋଧରେ ମିଳିଥିଲା ପ୍ରମାଣ । ଠକ ଡାକ୍ତରର ଆକାଉଣ୍ଟରୁ ଅନେକ ଟଙ୍କା କମଳାଙ୍କ ଆକାଉଣ୍ଟକୁ ଯାଇଥିବା ନେଇ ସୁରାକ ପାଇଥିଲା ପୋଲିସ । ଅନ୍ୟପଟେ ଗତ ଫେବୃଆରୀ ୧୪ରେ ଠକ ରମେଶ ସ୍ବାଇଁକୁ ଗିରଫ କରିଥିଲା କମିଶନରେଟ ପୋଲିସର ମହିଳା ଥାନା ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ