ETV Bharat / city

ଶେଷ ପର୍ଯ୍ୟାୟରେ ମହାମାରୀ ଦ୍ବିତୀୟ ଲହର: DMET

author img

By

Published : Oct 22, 2021, 7:13 PM IST

ସରି ସରି ଆସୁଛି ମହାମାରୀ କୋରନାର ଦ୍ବିତୀୟ ଲହରୀ । ତେଣୁ ବର୍ତ୍ତମାନ ସମୟରେ ସଚେତନ ନରହିଲେ ତୃତୀୟ ଲହରକୁ ଆମନ୍ତ୍ରଣ କରିବା ନିଶ୍ଚିତ। ଦ୍ବିତୀୟ ଲହରୀର ଆମେ ପ୍ରାୟ ଶେଷ ପର୍ଯ୍ୟାୟରେ ପହଁଚିଲେଣି । ତେଣୁ ଏବେ ଆଉ ଟିକେ ସଚେତନ ରହିବାକୁ ପଡିବ ବୋଲି କହିଛନ୍ତି DMET ସିବିକେ ମହାନ୍ତି । ଅଧିକ ପଢନ୍ତୁ...

DMET
DMET

ଭୁବନେଶ୍ବର: ସରି ସରି ଆସୁଛି ମହାମାରୀ କୋରୋନାର ଦ୍ବିତୀୟ ଲହରୀ । ତେଣୁ ବର୍ତ୍ତମାନ ସମୟରେ ସଚେତନ ନରହିଲେ ତୃତୀୟ ଲହରକୁ ଆମନ୍ତ୍ରଣ କରିବା ନିଶ୍ଚିତ। ଦ୍ବିତୀୟ ଲହରୀର ଆମେ ପ୍ରାୟ ଶେଷ ପର୍ଯ୍ୟାୟରେ ପହଁଚିଲେଣି । ତେଣୁ ଏବେ ଆଉ ଟିକେ ସଚେତନ ରହିବାକୁ ପଡିବ ବୋଲି କହିଛନ୍ତି DMET ସିବିକେ ମହାନ୍ତି ।

ଶେଷ ପର୍ଯ୍ୟାୟରେ ମହାମାରୀ ଦ୍ବିତୀୟ ଲହର: ଡିଏମଇଟି

ଆଜି ଗଣମାଧ୍ୟମକୁ ସୂଚନା ଦେଇ ଡିଏମଇଟି କହିଛନ୍ତି ମହାରାଷ୍ଟ୍ରରେ ଆଉ ଏକ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି। ତାହା ଉପରେ ପରୀକ୍ଷା ନିରୀକ୍ଷା ଚାଲିଛି। ତେଣୁ ଭୟଭୀତ ହେବାର କିଛି ଆବଶ୍ୟକ ନାହିଁ ।

ସେହିପରି ଆଜି ରାଜ୍ୟରେ 467 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 3 ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି ରାଜ୍ୟରେ ଆଜି ପର୍ଯ୍ୟନ୍ତ ମୋଟ 10 ଲକ୍ଷ 37 ହଜାର 523 ଜଣ ଆକ୍ରାନ୍ତ ହୋଇଥିବା ବେଳେ 8 ହଜାର 301 ଜଣଙ୍କ ମୃତ୍ୟୁ ହୋଇଛି।

ବର୍ତ୍ତମାନ ରାଜ୍ୟରେ 4 ହଜାର 747 ସକ୍ରିୟ ସଂକ୍ରମିତ ରହିଛନ୍ତି । ରାଜ୍ୟରେ ସମସ୍ତ ଜିଲ୍ଲା ଏବେ ଗ୍ରୀନ ଜୋନରେ ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା କେବଳ ୟେଲୋ ଜୋନରେ ରହିଛି ବୋଲି ଡିଏମଇଟି କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.