ETV Bharat / city

ଦ୍ବିତୀୟ ଲହରୀ କୋରୋନା ସଂକ୍ରମଣର କ୍ଷମତା ଅଧିକ - କୋରୋନାର ଦ୍ବିତୀୟ ଲହରୀ

ରାଜ୍ୟରେ କୋରୋନା ସଂକ୍ରମଣର କାୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଦ୍ବିତୀୟ ଲହରୀ କୋରୋନା ସଂକ୍ରମଣର କ୍ଷମତା ଅଧିକ ରହିଛି । ଅଧିକ ପଢ଼ନ୍ତୁ...

ଦ୍ବିତୀୟ ଲହରୀ କୋରୋନା ସଂକ୍ରମଣର କ୍ଷମତା ଅଧିକ

author img

By

Published : Apr 15, 2021, 3:16 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣର କାୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଦ୍ବିତୀୟ ଲହରୀ କୋରୋନା ସଂକ୍ରମଣର କ୍ଷମତା ଅଧିକ ରହିଛି। ରାଜ୍ୟରେ ବଢୁଛି କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ପୁନଃ ବଢ଼ିବାରେ ଲାଗିଛି।

ଦ୍ବିତୀୟ ଲହରୀ କୋରୋନା ସଂକ୍ରମଣର କ୍ଷମତା ଅଧିକ

ଏଭଳି ସ୍ଥିତିରେ କୋଭିଡ ନିୟମ ମାନି ନିର୍ବାଚନ ପ୍ରଚାର କରିବାକୁ କହିଛନ୍ତି ଡିଏମଇଟି ସିବିକେ ମହାନ୍ତି। ଭର୍ଚୁଆଲ ମାଧ୍ୟମରେ ନିର୍ବାଚନ ପ୍ରଚାର କରିବାକୁ ପରାମର୍ଶ ଦିଆଯାଇଛି। ଏହାଛଡ଼ା ଗୋଟିଏ ସ୍ଥାନରେ ଜନ ସମାଗମ ନକରିବା ଦ୍ବାରା କୋଭିଡ ଚେନ ଭାଙ୍ଗି ପାରିବ । ମାର୍କେଟ ହୋଟେଲ ଆଦି ସ୍ଥାନରେ ଅଯଥା ଭିଡ଼ ନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ରାଜ୍ୟରେ ପୁଣି ଥରେ ହୁ ହୁ ହୋଇ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ବହୁ ପରୀକ୍ଷା ସ୍ଥଗିତ କରାଯାଇଥିବାବେଳେ ଅନେକ ପରୀକ୍ଷା ଅନଲାଇନରେ କରିବାକୁ ନିଷ୍ପତ୍ତି ହୋଇଛି । ଏହାଛଡ଼ାରେ ପୁଣିଥରେ ରାଜ୍ୟରେ କଡ଼ା କୋଭିଡ କଟକଣା ଲାଗୁ ହେବା ଆଶଙ୍କା ଦେଖାଦେଇଛି । ଏହାପୂର୍ବରୁ ବିଭିନ୍ନ ସାଂସ୍କୃତିକ ଓ ଆନୁଷ୍ଠାନିକ କାର୍ଯ୍ୟ ଉପରେ କଟକଣା ଜାରି ହୋଇଛି ।

ଭୁବନେଶ୍ବରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.