ETV Bharat / city

Panchayat Polls: ଦ୍ବିତୀୟ ପର୍ଯ୍ୟାୟ ମତଦାନ, ବଢିଲା ସୁରକ୍ଷା ବ୍ୟବସ୍ଥା - ପଞ୍ଚାୟତ ନିର୍ବାଚନ ଅପଡେଟ୍

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ରାଜ୍ୟର ୧,୫୧୪ ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟ ଓ ୨୦,୪୩୫ ୱାର୍ଡମେମ୍ବର ପଦ ପାଇଁ ପଡିବ ଭୋଟ୍ । ଆଜି ବିବାଦୀୟ କୋଟିଆ ପଞ୍ଚାୟତରେ ମଧ୍ୟ ହେବ ମତଦାନ । ଅଧିକ ପଢନ୍ତୁ

Panchayat Polls: ଦ୍ବିତୀୟ ପର୍ଯ୍ୟାୟ ମତଦାନ, ବଢିଲା ସୁରକ୍ଷା ବ୍ୟବସ୍ଥା

author img

By

Published : Feb 18, 2022, 6:32 AM IST

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ରାଜ୍ୟର ୧,୫୧୪ ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟ ଓ ୨୦,୪୩୫ ୱାର୍ଡମେମ୍ବର ପଦ ପାଇଁ ପଡିବ ଭୋଟ୍ । ୩୦ଟି ଜିଲ୍ଲାର ୬୮ ବ୍ଲକର ୧୮୬ ଜିଲ୍ଲା ପରିଷଦ ଜୋନ ସଦସ୍ୟ ପାଇଁ ଦୌଡରେ ଥିବା ୭୪୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ଭୋଟର । ମୋଟ ୨୦,୪୩୬ଟି ବୁଥ୍‌ରେ ୬୨ ଲକ୍ଷ ୧୦ ହଜାର ୯୩୮ ଜଣ ମତଦାତା ନିଜ ମତ ସାବ୍ୟସ୍ତ କରିବେ । ପୂର୍ବଥର ପରି ଆଜି ମଧ୍ୟ ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏଁ ଭୋଟିଂ ଚାଲିବ ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରିବା ଲାଗି ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ନିର୍ବାଚନ ସମୟରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡିବା ଏବଂ ଏନେଇ ଡିଜିପିଙ୍କୁ ନିର୍ବାଚନ କମିଶନର ତାଗିଦ୍ କରିବା ପରେ ନିର୍ବାଚନକୁ ଶୃଙ୍ଖଳାର ସହ କରିବା ଲାଗି ଓଡିଶା ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏଥିପାଇଁ ୨୪୦ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୧୭୫୩ଟି ମୋବାଇଲ ପୋଟ୍ରୋଲିଂ ପାର୍ଟି ମୁତୟନ କରାଯାଇଛି । ଏତଦ୍ ବ୍ୟତୀତ ଜିଲ୍ଲାସ୍ତରରେ ପୋଲିସ ଅଧିକାରୀ ଏବଂ ସ୍ଥାନୀୟ ପୋଲିସ ପ୍ରଶାସନ ମଧ୍ୟ ନିୟୋଜିତ ହୋଇଛନ୍ତି ।

ଆଜି ବିବାଦୀୟ କୋଟିଆରେ ମଧ୍ୟ ଭୋଟ ପଡିବ । ଓଡିଶା-ଆନ୍ଧ୍ର ସୀମାନ୍ତ କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତରେ ମତଦାନ କରିବେ ମତଦାତା । ଏନେଇ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୀମାକୁ ସିଲ୍ କରାଯିବା ସହ ତିନି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହି ପଞ୍ଚାୟତର ୧୩ଟି ୱାର୍ଡର ପ୍ରାୟ ୮୭୯୦ ଜଣ ମତଦାତା ନିଜ ମତସାବ୍ୟସ୍ତ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.