ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟର ଟୀକାକରଣ ଆରମ୍ଭ । ପ୍ରଥମ ପର୍ଯ୍ୟାୟରେ ଟୀକାକରଣ ସଫଳତା ସହ ଶେଷ ହୋଇଥିବା ବେଳେ ଆଜି ଠାରୁ ସମ୍ମୁଖ ଯୋଦ୍ଧା ଟିକା ନେବେ । ପ୍ରଥମ ପର୍ଯ୍ୟାୟରେ କେବଳ ସ୍ଵାସ୍ଥ୍ୟକର୍ମୀ ଟିକା ନେଇଥିବା ବେଳେ ଆଜି ସମ୍ମୁଖ ଯୋଦ୍ଧା ନେବେ ଟିକା ।
ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣରେ ପୋଲିସ, କୋଭିଡ ପରିଚାଳନାରେ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀମାନେ ସାମିଲ ହୋଇଛନ୍ତି । ଏନେଇ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ନିମନ୍ତେ ବିଏମସି ଅଞ୍ଚଳରେ ୬ ଟି କେନ୍ଦ୍ର କରାଯାଇଛି । ଏଥିରେ ରହିଛି ରିଜର୍ଭ ପୋଲିସ କାର୍ଯ୍ୟାଳୟ ,୧୦୭ ବାଟାଲିୟନ, କମିସନରେଟ ପୋଲିସ କାର୍ଯ୍ୟାଳୟ, କଟକ ରୋଡ଼ ଯାତ୍ରୀ ନିବାସ, ୟୁନିଟ୍-୮ କମ୍ୟୁନିଟି ସେଣ୍ଟର ଏବଂ ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପ । ଟିକା ନେବା ପାଇଁ ମୋଟ ୬୦୦ ଜଣ ପଞ୍ଜୀକରଣ କରିଥିବାବେଳେ ପ୍ରତି କେନ୍ଦ୍ରରେ ୧୦୦ ଜଣ ଲେଖାଁଏ ଟିକା ନେବେ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ