ETV Bharat / city

2nd Phase of Panchayat Polls: ଦିନ 1ଟା ସୁଦ୍ଧା 65% ମତଦାନ

author img

By

Published : Feb 18, 2022, 7:05 AM IST

Updated : Feb 18, 2022, 2:17 PM IST

Panchayat Polls: ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

14:10 February 18

ମତଦାନ କେନ୍ଦ୍ରରେ ସ୍ଥିତି ସମୀକ୍ଷା କଲେ କଟକ ଡିସିପି

କଟକ: ଜିଲ୍ଲାରେ ଶାନ୍ତିଶୃଙ୍ଖଳାରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ। ମତଦାନ କେନ୍ଦ୍ରରେ ସ୍ଥିତି ସମୀକ୍ଷା କରିଛନ୍ତି କଟକ ଡିସିପି ପ୍ରତୀକ ସିଂହ। ତେବେ ଶାନ୍ତି ଶୃଙ୍ଖଳାର ଭାବରେ ଯେପରି ନିର୍ବାଚନ ଶେଷ ହେବ ସେନେଇ ସମସ୍ତ ପଦକ୍ଷେପ ନିଆଯାଇଥିବା ଡିସିପି କହିଛନ୍ତି । ସେହିପରି ନିର୍ବାଚନ ପରେ ମଧ୍ୟ ବିଶୃଙ୍ଖଳା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଇଥିବା ଡିସିପି କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

14:08 February 18

ନିର୍ଦ୍ଧାରିତ ସମୟରେ ସମାପ୍ତ ହୋଇପାରିନାହିଁ ମତଦାନ

ଭଦ୍ରକ: ନିର୍ଦ୍ଧାରିତ ସମୟରେ ସମାପ୍ତ ହୋଇପାରିନାହିଁ ଭଣ୍ଡାରୀପୋଖରୀ ଏବଂ ଚାନ୍ଦବାଲି ବ୍ଲକର କିଛି କେନ୍ଦ୍ରରେ ମତଦାନ । ତେଣୁ ମତଦାନ କେନ୍ଦ୍ର ମଧ୍ଯରେ ପ୍ରବେଶ କରି ସାରିଥିବା ମତଦାତା ମାନେ ଏପର୍ଯ୍ୟନ୍ତ ଲମ୍ବା ଧାଡିରେ ମତଦାନ କରିବା ପାଇଁ ଅପେକ୍ଷା କରି ରହିଛନ୍ତି । ଏନେଇ ଆରକ୍ଷୀ ଅଧିକ୍ଷକଙ୍କ ପକ୍ଷରୁ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମତଦାନ ପ୍ରକ୍ରିୟା ଜାରି ରହିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

13:57 February 18

ମାଣ୍ଡିଆପଲ୍ଲୀ ଭୋଟଦାନ କେନ୍ଦ୍ରରେ ଚାଲିଛି ଶାନ୍ତିଶୃଙ୍ଖଳାରେ ମତଦାନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଳକର ମାଣ୍ଡିଆପଲ୍ଲୀ ସ୍ଥିତ ଭୋଟଦାନ କେନ୍ଦ୍ରରେ ଚାଲିଛି ଶାନ୍ତିଶୃଙ୍ଖଳା ସହକାରେ ମତଦାନ । ଏ ନେଇ ଅଧିକ ସୂଚନା ଦେଉଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

13:44 February 18

ଦିନ 1ଟା ସୁଦ୍ଧା 65 ପ୍ରତିଶତ ମତଦାନ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଦିନ 1ଟା ସୁଦ୍ଧା ୬୫ ପ୍ରତିଶତ ମତଦାନ ହୋଇଥିବା ସୂଚନା ରହିଛି ।

13:17 February 18

ନୂଆପଡାରେ ମତଦାନ କରୁଛନ୍ତି ଭୋଟର

ନୂଆପଡାରେ ମତଦାନ କରୁଛନ୍ତି ଭୋଟର

ନୂଆପଡା: ଜିଲ୍ଲାରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି । ଜ଼ିଲ୍ଲା ପରିଷଦ 1,2,3,ନମ୍ବର ଜୋନ ପ୍ରାର୍ଥୀ ସମେତ ସରପଞ୍ଚ, ସମିତିସଭ୍ୟ, ୱାର୍ଡ ସଭ୍ୟ ପାଇଁ ଭୋଟର ମାନେ ବୁଥରେ ଭୋଟ ଦେଉଛନ୍ତି । ଦ୍ବିତୀୟ ପର୍ଯ୍ୟାୟ ନିର୍ଵାଚନରେ 32ଗୋଟି ଗ୍ରାମପଞ୍ଚାୟତ ର 649ଗୋଟି ୱାର୍ଡ ଥିବାବେଳେ, ମୋଟ 1ଲକ୍ଷ 72ହଜାର 874 ଭୋଟର ମତଦାନ ସାବ୍ୟସ୍ତ କରୁଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

13:16 February 18

ଯାଜପୁରର ୨ଟି ବ୍ଲକରେ ଶାନ୍ତି ଶୃଙ୍ଖଳାରେ ଚାଲିଛି ମତଦାନ

ଯାଜପୁର: ଜିଲ୍ଲାର ବଡଚଣା ଏବଂ ଦଶରଥପୁର ବ୍ଲକରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ଭୋଟଗ୍ରହଣ । ଏହି ଦୁଇ ବ୍ଲକର ମୋଟ 1129ଟି ବୁଥରେ ଭୋଟଗ୍ରହଣ କରାଯାଉଛି। ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ତତ୍ତ୍ବାବଧାନରେ କଡା ସୁରକ୍ଷା ମଧ୍ୟରେ ନୋଡାଲ ଅଫିସର ମାନେ ନିର୍ବାଚନ ପରିଚାଳନା କରୁଛନ୍ତି । ଦଶରଥପୁର ବ୍ଲକର 4ଟି ଜିଲ୍ଲାପରିଷଦ ଜୋନ୍ ଏବଂ 35ଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡମେମ୍ବର ପଦ ପାଇଁ 492ଟି ବୁଥରେ ଚାଲିଛି ଭୋଟଗ୍ରହଣ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

13:15 February 18

ଭୋଟ ଦେଲେ ହାଇକୋର୍ଟର ବରିଷ୍ଠ ଆଇନଜୀବୀ

ଭୋଟ ଦେଲେ ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବି

କେନ୍ଦ୍ରାପଡ଼ା: ଜିଲ୍ଲାର ୨ଟି ବ୍ଲକରେ ଜାରି ରହିଛି ମତଦାନ । ମତାଧିକାର ସାବ୍ୟସ୍ତ କଲେ ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବି ତଥା କେନ୍ଦ୍ରାପଡ଼ା କଂଗ୍ରେସ ସାଂସଦ ପ୍ରାର୍ଥୀ ଧରଣୀଧର ନାୟକ। ଆଜି ପୂର୍ବାହ୍ନରେ ସେ ବୁଥରେ ପହଞ୍ଚି ମତଦାନ କରି କଟକ ଫେରିଥିଲେ। ହାଇକୋର୍ଟରେ ବ୍ୟସ୍ତତା ସତ୍ତ୍ବେ ଧରଣୀଧର ନିଜ ଗାଁରେ ପହଞ୍ଚି ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେିଥିଲେ। ଧରଣୀଧର ଗତ ୨୦୧୪ ଓ ୨୦୧୯ ମସିହାରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ପାଇଁ କଂଗ୍ରେସରୁ ସାଂସଦ ଟିକେଟରେ ଲଢି ଦୁଇଥର ପରାଜୟ ବରଣ କରିଛନ୍ତି । ଧରଣୀଧରଙ୍କ ସହ ତାଙ୍କ ଭାଇ ତଥା ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ ମଧ୍ୟ ମତଦାନ କରିଛନ୍ତି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

12:57 February 18

ବେଗୁନିଆର ବିଭିନ୍ନ ବୁଥ ବୁଲିଲେ ଖୋର୍ଦ୍ଧା ଜିଲ୍ଲାପାଳ

ଖୋର୍ଦ୍ଧା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ଭୋଟ । ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଓ ବାଣପୁର ବ୍ଲକଚାଲିଛି ମତଦାନ। 565ବୁଥ ରେ 2ଲକ୍ଷ 13 ହଜାର 374 ମତଦାତା ସେମାଙ୍କର ମତ ସାବ୍ୟସ୍ତ କରିବେ । ନିର୍ବାଚନକୁ ସ୍ଵଚ୍ଛ ଓ ନିରପେକ୍ଷ କରିବା ପାଇଁ ଆଜି ବିଭିନ୍ନ ବୁଥ ବୁଲି ଦେଖିବା ସହ କିଭଳି ଶାନ୍ତି ଶୃଙ୍ଖଳାର ସହ ମତ ଦାନହେବ ତାହା ତଦାରଖ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ସେହିପରି ଶାନ୍ତିଶୃଙ୍ଖଳା ପାଇଁ ପ୍ରତି ବୁଥରେ ସୁରକ୍ଷା ବ୍ୟବସ୍ଥା କଡାକଡି କହିଛନ୍ତି ଜିଲ୍ଲାପାଳ । ଆଜି ବେଗୁନିଆର ବଡ଼ବେରଣା,ସିମୋର,ଭୋଗଡା ଗ୍ରାମରେ ଥିବା ବୁଥ ବୁଲି ସ୍ଥିତି ଦେଖିଛନ୍ତି ଜିଲ୍ଲାପାଳ। ଏସଡିପିଓ ସୁଶୀଲ ମିଶ୍ର ,ବେଗୁନିଆ ତହସିଲଦାର, ଥାନା ଅନ୍ତର୍ଗତ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

12:36 February 18

ସମ୍ବଲପୁରର ୨ଟି ବ୍ଲକରେ ଚାଲିଛି ମତଦାନ

ସମ୍ବଲପୁରର ୨ଟି ବ୍ଲକରେ ଶନ୍ତି ଶୃଙ୍ଖଳାରେ ଚାଲିଛି ମତଦାନ

ସମ୍ବଲପୁର: ମାନେଶ୍ୱର ଓ ନାକଟିଦେଉଳ ବ୍ଲକରେ ଆଜି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଜାରି ରହିଛି । ମାନେଶ୍ୱର ବ୍ଲକର 2ଟି ଜୋନରେ 12ଟି ପଞ୍ଚାୟତ ରହିଥିବା ବେଳେ ଏଥିରେ 48,011 ଭୋଟର ରହିଛନ୍ତି । ଏଥିପାଇଁ 161ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା ରହିଛି । ଏଥିରେ 7ଟି ଅତି ସମ୍ବେଦନଶୀଳ ଓ 14ଟି ସମ୍ବେଦନଶୀଳ ବୁଥ ରହିଛି । ସେହିପରି ନାକଟିଦେଉଳି ବ୍ଲକର 2ଟି ଜୋନରେ ମୋଟ 14ଟି ପଞ୍ଚାୟତରେ 175ଟି ୱାର୍ଡ ରହିଥିବା ବେଳେ ଭୋଟର ସଂଖ୍ୟା ରହିଛି 52,971 ରହିଛି । ଏହି 2ଟି ଜୋନରେ 175ଟି ମତଦାନ କେନ୍ଦ୍ର ରହିଛି । ଏଥିରେ 4ଟି ଅତି ସମ୍ବେଦନଶୀଳ ଓ 13 ଟି ସମ୍ବେଦନଶୀଳ ବୁଥ ରହିଛି।

ସମ୍ବଲପୁରରୁ ବାଦସାହା ଜୁସ୍ମନ ରଣା, ଇଟିଭି ଭାରତ

12:12 February 18

ଦିନ ୧୨ଟା ସୁଦ୍ଧା ୪୩ ପ୍ରତିଶତ ମତଦାନ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଜାରୀ ରହିଛି । ଦିନ ୧୨ଟା ସୁଦ୍ଧା ୪୩ ପ୍ରତିଶତ ମତଦାନ । କୋଟିଆ ରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଚାଲିଛି ବର୍ତ୍ତମାନ 40 ପ୍ରତିଶତ ଭୋଟିଂ ହୋଇଛି । ବର୍ତ୍ତମାନ ସୁଦ୍ଧା ଜଗତସିଂହପୁର 2ଟି ବୁଥକୁ ଛାଡି ଦେଲେ ଅନ୍ୟ ସବୁ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଚାଲିଛି । ରାଜ୍ୟ ନିର୍ବାଚନ କମିଶନ ସଚିବ ରବୀନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି ।

ଭୁବନେଶ୍ବରୁ ସଞ୍ଜୀବ ରାୟ, ଇଟିଭି ଭାରତ

12:12 February 18

ରଙ୍ଗେଇଲୁଣ୍ଡାରେ ଭୋଟ ଦେଉଛନ୍ତି ଭୋଟର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଭୋଟରଙ୍କ ମଧ୍ୟରେ ରହିଛି ଅନେକ ଉତ୍ସାହ । ବିଭିନ୍ନ ମତଦାନ କେନ୍ଦ୍ର ସମୁଖରେ ଭୋଟର ମାନେ ନିଜର ମତସାବ୍ୟସ୍ତ କରିବା ପାଇଁ ଲମ୍ବା ଧାଡିରେ ରହିଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଳକର ଡୁରା ପଞ୍ଚାୟତରେ କିଭଳି ଚାଲିଛି ମତଦାନ ଏ ନେଇ ଅଧିକ ସୂଚନା ଦେଉଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ ।

12:12 February 18

ରାୟଗଡା ଦୁଇଟି ବ୍ଲକରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ

ରାୟଗଡା: ଜିଲ୍ଲାର ଦୁଇଟି ବ୍ଲକରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଶାନ୍ତିର ଶୃଙ୍ଖଳାର ସହ ଚାଲିଛି ମତଦାନ । ୩୮୭ ଟି ବୁଥରେ ଭୋଟର ନିଜର ମତଦାନ କରିଛନ୍ତି। ୩୭ ଟି ସମ୍ବେଦନଶୀଳ ବୁଥରେ ଆଇଆରବି ଯବାନ ମୁତୟନ ହୋଇଛନ୍ତି। ତଥାପି ଡ୍ରୋନ ସାହାଯ୍ୟରେ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ଭୋଟର ଓ ନିର୍ବାଚନ ଡ୍ୟୁଟିରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଥିବା ପରିଲିକ୍ଷିତ ହୋଇଛି। ଭୋଟରମାନେ ଉତ୍ସାହର ଆସି ମତଦାନ କରିଛନ୍ତି। କୋଭିଡ କଟକଣା ମଧ୍ୟରେ ନିର୍ବାଚନ ହୋଇଛି। ଅନେକ ନୂତନ ଭୋଟର ପ୍ରଥମ ଥର ପାଇଁ ଭୋଟଦାନ ମଧ୍ୟ କରିଛନ୍ତି।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

11:28 February 18

ବାଙ୍କି ମୁଣ୍ଡମୁହାଣ ବୁଥରେ କୋଭିଡ କଟକଣା ମାନି ଭୋଟ ଦେଉଛନ୍ତି ଭୋଟର

କଟକ: ଆଜି ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ । କଟକ ବାଙ୍କି ମୁଣ୍ଡମୁହାଣ ବୁଥରେ କୋଭିଡ କଟକଣା ମାନି ଭୋଟ ଦେଉଛନ୍ତି ଭୋଟର । ମତଦାନ ପରେ ବେଶ ଖୁସି ଅଛନ୍ତି ଭୋଟର ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

11:01 February 18

କୋଲାବିରା ଏବଂ ଲଖନପୁର ବ୍ଲକରେ ଚାଲିଛି ଭୋଟ ଗ୍ରହଣ

ଝାରସୁଗୁଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଆଜି ଦ୍ବିତୀୟ ପର୍ଯ୍ୟାୟ । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ ଭୋଟ ଗ୍ରହଣ ପ୍ରକ୍ରିୟା । ଆଜି ଜିଲ୍ଲାର କୋଲାବିରା ଏବଂ ଲଖନପୁର ବ୍ଲକରେ ଚାଲିଛି ଭୋଟ ଗ୍ରହଣ । ମୋଟ ୪ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ମତଦାନ । ଲଖନପୁର ବ୍ଳକର ତିନୋଟି ଜୋନରେ ୩୮୯ଟି ବୁଥ ଓ କୋଲାବିରା ବ୍ଳକର ୧୧୫ଟି ବୁଥରେ ମତସାବ୍ୟସ୍ତ କରୁଛନ୍ତି ଭୋଟର । ନିର୍ବାଚନକୁ ସୁରୁଖୁରୁରେ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଲଖନପୁରରେ ୨୫ଟି ଅତି ସମ୍ବେଦନଶୀଳ ଓ ୫୭ଟି ସମ୍ବେଦନଶୀଳ ବୁଥ ରହିଥିବା ବେଳେ କୋଲାବିରା ବ୍ଲକରେ ୨୭ସମ୍ବେଦନଶୀଳ ବୁଥ ରହିଛି।

ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ

10:48 February 18

ମତଦାନକୁ ନେଇ ଉତ୍ସାହ ନୂଆ ଭୋଟର

ମତଦାନକୁ ନେଇ ଉତ୍ସାହ ନୂଆ ଭୋଟର

ଭବାନୀପାଟଣା: କଳାହାଣ୍ଡି ନର୍ଲା ନିର୍ବାଚନ ମଣ୍ଡଳୀରେ ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ମତାଦାନ କେନ୍ଦ୍ରରେ ଭୋଟରଙ୍କ ଭିଡ଼ ଦେଖିବାକୁ ମିଳୁଥିବା ବେଳେ ଅନେକ ନୂଆ ଭୋଟର ମଧ୍ୟ ମତଦାନ କରିଛନ୍ତି । ମତଦାନ ପରେ ବୋସ ଉତ୍ସାହିତ ଅଛନ୍ତି ନୂଆ ଭୋଟର । ତେବେ ବର୍ତ୍ତମାନ ସୁଦ୍ଧା ଶାନ୍ତି ଶୃଙ୍ଖଳାର ସହ ମତଦାନ ଜାରି ରହିଛି।

କଳାହାଣ୍ତିରୁ ଅଜିତ କୁମାର ସିଂ, ଇଟିଭି ଭାରତ

10:48 February 18

ମାର୍ଶାଘାଇ ଓ ରାଜକନିକା ବ୍ଲକରେ ମତଦାନ ଜାରି

ମାର୍ଶାଘାଇ ଓ ରାଜକନିକା ବ୍ଲକରେ ମତଦାନ ଜାରି

କେନ୍ଦ୍ରାପଡା: ପଞ୍ଚାୟତ ନିର୍ବାଚନ ଦ୍ଵିତୀୟ ପର୍ଯ୍ୟାୟର ମତଦାନ ଦିବସରେ ଆଜି ଭୋଟ ଦେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ଓ ରାଜକନିକା ବ୍ଲକ ଭୋଟର। ସକାଳ ୭ରୁ ଆରମ୍ଭ ହୋଇଥିବା ମତଦାନ । ଏଯାବତ ଶାନ୍ତିଶୃଙ୍ଖଳା ସହ ମତଦାନ ଚାଲିଛି । ମତଦାନ ପ୍ରତିଶତ ଅଧିକ ହେବାର ସମ୍ଭାବନା ରହିଛି। ଆଜି ସକାଳୁ ମାର୍ଶାଘାଇ ୨୪ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରମୋଦ ରଥ ନିଜ ଗାଁ କଷଟିରେ ଭୋଟ ଦେଇଥିବା ବେଳେ ଦରବଛା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଥ ନମ୍ବର ୪,୬,୭ ଓ ୮ରେ ମତଦାନ ଜାରି ରହିଛି । ଆଜି ମାର୍ଶାଘାଇ ବ୍ଲକର ମୋଟ ୧,୦୬,୮୪୮ ଜଣ ଭୋଟର ୯୪୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଥିବା ବେଳେ ରାଜକନିକା ବ୍ଲକର ମୋଟ ୧,୨୩,୫୦୬ଜଣ ଭୋଟର ୧୧୦୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

10:27 February 18

ଆର.ଉଦୟଗିରି ଓ ନୂଆଗଡ ବ୍ଲକରେ ମତଦାନ ଜାରି

ଆର.ଉଦୟଗିରି ଓ ନୂଆଗଡ ବ୍ଲକରେ ମତଦାନ ଜାରି

ଗଜପତି: ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ ଆରମ୍ଭ ହୋଇଛି। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଲୋକେ ଶାନ୍ତି ଶୃଙ୍ଖଳାରେ ଆସି ମତ ସାବ୍ୟସ୍ତ କରୁଛନ୍ତି। ଆର.ଉଦୟଗିରି ବ୍ଲକରେ ୧୭ଟି ପଞ୍ଚାୟତ ରହିଥିବା ବେଳେ ୨ଟି ଜିଲ୍ଲା ପରିଷଦ ଜୋନ୍ ରହିଛି। ସେହିପରି ନୂଆଗଡ ବ୍ଲକରେ ୧୯ଟି ପଞ୍ଚାୟତ ରହିଥିବା ବେଳେ ଗୋଟିଏ ଜିଲ୍ଲା ପରିଷଦ ଜୋନ୍ ରହିଛି । ଆର. ଉଦୟଗିରି ବ୍ଲକର ୨୦୧ ଏବଂ ନୂଆଗଡ ବ୍ଲକର ୨୧୪ଟି କେନ୍ଦ୍ରରେ ଭୋଟ ଗ୍ରହଣ ଜାରି ରହିଛି। ଏହି ଦୁଇ ବ୍ଲକର ୩୬ପଞ୍ଚାୟତ ପାଇଁ ୧୨୮ଜଣ ସରପଞ୍ଚ ଏବଂ ୩୫ଟି ପଞ୍ଚାୟତ ପାଇଁ ୧୧୧ଜଣ ସମିତି ସଭ୍ୟ ପ୍ରାର୍ଥୀ ରହିଛନ୍ତି । ଗୋଟିଏ ପଞ୍ଚାୟତର ସମିତି ସଭ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇସାରିଛନ୍ତି । ସେହିଭଳି ୩ଟି ଜୋନ ପାଇଁ ୧୧ଜଣ ପ୍ରାର୍ଥୀ ରହିଛନ୍ତି। ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୮୧,୩୨୭ଜଣ ଭୋଟର।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

10:26 February 18

ବରଗଡ଼ର 3 ଗୋଟି ବ୍ଲକରେ ମତଦାନ ଜାରି

ବରଗଡ଼ର 3 ଗୋଟି ବ୍ଲକରେ ମତଦାନ ଜାରି

ବରଗଡ଼: ଜିଲ୍ଲାରେ ଆଜି ପଞ୍ଚାୟତ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । 3 ଗୋଟି ବ୍ଲକ ଅତାବିରା , ଗାଇସିଲେଟ ଓ ବୋଡ଼ାସମ୍ବର ବ୍ଲକରେ ମତଦାନ ପ୍ରକ୍ରିୟା ଆଜି ସକାଳ 7 ଟାରୁ ଆରମ୍ଭ ହୋଇଯାଇଛି । ତିନୋଟି ବ୍ଲକରେ ମୋଟ 778 ଗୋଟି ବୁଥ ରହିଥିବା ବେଳେ ସେଥିମଧ୍ୟରୁ 138 ଗୋଟି ବୁଥ ସମ୍ବେଦନଶୀଳ ରହିଛି ଏବଂ ମୋଟ 2 ଲକ୍ଷ 75 ହଜାର 383 ଜଣ ଭୋଟର ଆଜିର ଏହି ଦ୍ଵିତୀୟ ପର୍ଯ୍ୟାୟ ମତଦାନ ସାବ୍ୟସ୍ତ କରିବେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

10:26 February 18

ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟିରେ ମତଦାନ ଜାରି

ନବରଙ୍ଗପୁର: ଆଜି ନବରଙ୍ଗପୁର ନିର୍ବାଚନମଣ୍ଡଳୀର ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକର ୪ଟି ଜିଲ୍ଲାପରିଷଦ ଜୋନରେ ମତଦାନ ଚାଲିଛି । ଏଥି ଲାଗି ମୋଟ ୩୪୩ ବୁଥରେ ପୋଲିଂ ଦଳ ମତଦାନ ଗ୍ରହଣ କରୁଛନ୍ତି। ଉଭୟ ବ୍ଲକର ୮୫ ହଜାର ୨୮୩ ଭୋଟର ୨୬୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଭୋଟ ଗ୍ରହଣ ପାଇଁ ୪୨୯ ଜଣ ସରକାରୀ କର୍ମରୀଙ୍କୁ ନିୟୋଜିତ କରାଯାଇଛି । ନନ୍ଦାହାଣ୍ଡି ବ୍ଳକ ର ୨୦ ଟି ସମ୍ବଦନଶୀଳ ବୁଥ୍ ରହିଛି। ତେନ୍ତୁଳିଖୁଣ୍ଟି ବ୍ଲକରେ ୨୮ଟି ସମ୍ବେଦନଶୀଳ ବୁଥ୍ ୮ଟି ଅତି ସମ୍ବଦନଶୀଳ ବୁଥ ରହିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଈଟିଭି ଭାରତ

10:01 February 18

ବଡଚଣା ପଞ୍ଚାୟତର ୩ଟି ବୁଥରେ ଚାଲିଛି ମତଦାନ

ବଡଚଣା ପଞ୍ଚାୟତର ୩ଟି ବୁଥରେ ଚାଲିଛି ମତଦାନ

ଯାଜପୁର: ବଡଚଣା ବ୍ଲକ ବଡଚଣା ପଞ୍ଚାୟତର 10, 11 ଓ 13ନଂ ବୁଥରେ ଚାଲିଛି ମତଦାନ । ଦେଉଳକୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତିନୋଟି ବୁଥରେ ଶାନ୍ତିଶୃଙ୍ଖଳାର ସହ ମତଦାନ କରୁଛନ୍ତି ଭୋଟର । ଆଜି ବଡଚଣା ବ୍ଲକର ୪୩ଟି ପଞ୍ଚାୟତର ୬୩୭ଟି ବୁଥରେ ୧ ଲକ୍ଷ ୯୪ ହଜାର ୫୨୦ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

09:59 February 18

ଅନୁଗୋଳର ୨ଟି ବ୍ଲକରେ ମତଦାନ ଜାରି

ଅନୁଗୋଳର ୨ଟି ବ୍ଲକରେ ମତଦାନ ଜାରି

ଅନୁଗୋଳ: ଆଜି ଛେଣ୍ଡିପଦା ଓ କଣିହାଁ ବ୍ଲକରେ ମତଦାନ ଆରମ୍ଭ ହୋଇଛି । ବ୍ଲକର ୩୪ଟି ପଞ୍ଚାୟତ ଏବଂ କଣିହାଁ ବ୍ଲକର ୨୭ଟି ପଞ୍ଚାୟତର ମୋଟ ୮୦୬ଟି ବୁଥରେ ମତଦାନ ଚାଲିଛି । ଛେଣ୍ଡିପଦା ଏବଂ କଣିହାଁ ବ୍ଲକର ମୋଟ ୨,୩୯,୦୯୬ ଜଣ ଭୋଟର ଆଜି ମତଦାନ କରିବେ । ଉଭୟ ବ୍ଲକରେ ୭ଟି ଜିଲ୍ଲା ପରିଷଦ ପାଇଁ ୨୭ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ୱାର୍ଡ ମେମ୍ବର, ସମିତି ସଭ୍ୟ ଏବଂ ସରପଞ୍ଚ ପଦବୀ ପାଇଁ ମୋଟ ୧୯୫୦ ଜଣ ପ୍ରାର୍ଥୀଙ୍କ ଆଜି ଭାଗ୍ୟ ପରୀକ୍ଷା କରୁଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

09:53 February 18

ବରଡ଼ାଯୋଡ଼ି ଓ ଲଦିପଦରରେ ଭୋଟ୍‌ ବର୍ଜନ

ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ପଞ୍ଚାୟତର ୨ ଗ୍ରାମବାସୀଙ୍କ ଭୋଟ୍‌ ବର୍ଜନ । ତେନ୍ତୁଳିଖୁଣ୍ଟିର ବରଡ଼ାଯୋଡ଼ି ଓ ଲଦିପଦର ଗ୍ରାମବାସୀଙ୍କ ଭୋଟ ବର୍ଜନ କରିଛନ୍ତି । ମୌଳିକ ସୁବିଧାରୁ ବଞ୍ଚିତ ଅଭିଯୋଗରେ ୨ ଗ୍ରାମବାସୀଙ୍କ ଭୋଟ୍‌ ବର୍ଜନ ।

09:45 February 18

ଭଣ୍ଡାରୀପୋଖରୀ ଓ ଚାନ୍ଦବାଲି ବ୍ଲକରେ ମତଦାନ ଜାରି

ଭଣ୍ଡାରୀପୋଖରୀ ଏବଂ ଚାନ୍ଦବାଲି ବ୍ଲକରେ ମତଦାନ ଜାରି

ଭଦ୍ରକ: ଭଣ୍ଡାରୀପୋଖରୀ ଏବଂ ଚାନ୍ଦବାଲି ବ୍ଲକରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ। ଭଣ୍ଡାରୀପୋଖରୀ ବ୍ଲକର 3 ଟି ଜିଲ୍ଲା ପରିଷଦ ଜୋନର 23 ପଞ୍ଚାୟତ ଏବଂ ଚାନ୍ଦବାଲି ବ୍ଲକର 5 ଟି ଜିଲ୍ଲା ପରିଷଦ ଜୋନର 36 ଟି ପଞ୍ଚାୟତ ସହ ମୋଟ 8 ଟି ଜିଲ୍ଲା ପରିଷଦ ଜୋନରେ 59 ଟି ପଞ୍ଚାୟତର 792 ବୁଥରେ ଭୋଟ ଗ୍ରହଣ ଆରମ୍ଭ ହେଉଛି । ଭଣ୍ଡାରୀପୋଖରୀ ବ୍ଲକର 1,11,990 ଜଣ ଭୋଟର ଙ୍କ ମଧ୍ୟରୁ 56,893 ଜଣ ପୁରୁଷ ଓ 55,097 ଜଣ ମହିଳା ରହିଛନ୍ତି । ସେହିପରି ଏବଂ ଚାନ୍ଦବାଲି ବ୍ଲକରେ 1,83,707 ଜଣ ଭୋଟରଙ୍କ ମଧ୍ୟରୁ 95,990 ଜଣ ପୁରୁଷ ଓ 87,712 ଜଣ ମହିଳା ଭୋଟରଙ୍କୁ ମିଶାଇ ମୋଟ 2,95,697 ଜଣ ଭୋଟର ମତଦାନ ସାବ୍ୟସ୍ତ କରିବେ ।

ଭଣ୍ଡାରୀପୋଖରୀ ବ୍ଲକ 22 ନମ୍ବର ଜୋନରେ ଥିବା 8ଟି ପଞ୍ଚାୟତର 106ଟି ୱାର୍ଡ଼, 23 ନମ୍ବର ଜୋନ୍ରେ ଥିବା 8ଟି ପଞ୍ଚାୟତ 107 ଟି ୱାର୍ଡ଼, 24 ନମ୍ବର ଜୋନରେ ଥିବା 7 ଟି ପଞ୍ଚାୟତର 103 ଟି ୱାର୍ଡ଼ ଅନ୍ତର୍ଭୁକ୍ତ ରହିଛି । ସେହିପରି ଚାନ୍ଦବାଲି ବ୍ଲକର 1 ନମ୍ବର ଜୋନ ରେ ଥିବା 8 ଟି ପଞ୍ଚାୟତ ର 106ଟି ୱାର୍ଡ଼, 2 ନମ୍ବର ଜୋନ୍ ରେ ଥିବା 8 ଟି ପଞ୍ଚାୟତର 100 ଟି ୱାର୍ଡ଼, 3 ନମ୍ବର ଜୋନରେ ଥିବା 5 ଟି ପଞ୍ଚାୟତର 63 ଟି ୱାର୍ଡ଼, 4 ନମ୍ବର ଜୋନ୍ ରେ ଥିବା 8 ଟି ପଞ୍ଚାୟତ ର 107 ଟି ୱାର୍ଡ଼, 5 ନମ୍ବର ଜୋନ୍ ରେ ଥିବା 7 ଟି ପଞ୍ଚାୟତ ରର 100 ଟି ୱାର୍ଡ଼ ଅନ୍ତର୍ଭୁକ୍ତ ରହିଛି।

ପ୍ରତି ପୁଲିଂ ବୁଥରେ ଜଣେ ଫାଷ୍ଟ ପ୍ରିଜାଇଡିଂ ଅଫିସର, ଜଣେ ସେକେଣ୍ଡ ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର ଓ ଜଣେ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଆଜିର ଏହି ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଜିଲ୍ଲାରେ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

09:06 February 18

ରଣପୁରରେ ମତଦାନ ଆରମ୍ଭ

ରଣପୁରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୟାଗଡ: ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ l ରଣପୁର ବ୍ଲକର 37ଟି ଗ୍ରାମପଞ୍ଚାୟତରେ ମୋଟ 517ଟି ବୁଥରେ ମତଦାନ ଆରମ୍ଭ ହୋଇଯାଇ ଥିବାବେଳେ ଗୋଟିଏ ପିଙ୍କ ବୁଥରେ ମତଦାନ କରୁଛନ୍ତି ରଣପୁର ବ୍ଲକର ଭୋଟର l ତେବେ 517ଟି ବୁଥ ମଧ୍ୟରୁ 52ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଥିବା ବେଳେ 28ଟି ବୁଥକୁ ଅତିସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି l ଶାନ୍ତିଶୃଙ୍ଖଳାର ସହ ଭୋଟଦାନ ଜାରି ରହିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

09:05 February 18

ମତଦାନ ପୂର୍ବରୁ ବୌଦ୍ଧ ଜିଲ୍ଲାରେ ହିଂସାକାଣ୍ଡ

ମତଦାନ ପୂର୍ବରୁ ବୌଦ୍ଧ ଜିଲ୍ଲାରେ ହିଂସାକାଣ୍ଡ

ବୌଦ୍ଧ:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଆରମ୍ଭ ହୋଇଛି ମତଦାନ । ଜିଲ୍ଲାର ସଦର ବ୍ଲକର ୨୩ଗୋଟି ପଞ୍ଚାୟତରେ ମତଦାନ ଆରମ୍ଭ ହୋଇଥିବା ବେଳେ ବ୍ଲକର ଏକମାତ୍ର ପିଙ୍କ ବୁଥ ମୁଖ୍ୟ ଆକର୍ଷଣ ହୋଇଛି । ମୁର୍ଷୁଣ୍ଢି ପଞ୍ଚାୟତର ମୁର୍ଷୁଣ୍ଢି ବିଦ୍ୟାଳୟରେ ଏହି ପିଙ୍କ ବୁଥ ପ୍ରତିଷ୍ଠା ହୋଇଥିବା ବେଳେ ମହିଳା ମାନେ ବିଶେଷ ଉତ୍ସାହିତ ଅଛନ୍ତି । ତେବେ ମତଦାନ ପୂର୍ବରୁ ବୌଦ୍ଧ ଜିଲ୍ଲାର ମୁଣ୍ଡାପଡା, ଦହ୍ୟା,ଲକ୍ଷ୍ମୀ ପ୍ରସାଦ ଭଳି କେତେକ ପଞ୍ଚାୟତରେ ହିଂସାକାଣ୍ଡ ହୋଇଥିବା ସୂଚନା ମିଳିଛି । ତେବେ ଏହାକୁ ଦୃଷ୍ଟିରେ ରଖି ବୌଦ୍ଧ ପୋଲିସ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

08:45 February 18

ବାଣପୁର ଏବଂ ବେଗୁନିଆରେ ମତଦାନ ଆରମ୍ଭ

ବାଣପୁର ଏବଂ ବେଗୁନିଆରେ ମତଦାନ ଆରମ୍ଭ

ଖୋର୍ଦ୍ଧା: ଆରମ୍ଭ ହୋଇଛି ଗଣତନ୍ତ୍ରର ମହାପର୍ବ । ଏଥିପାଇଁ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଓ ବେଗୁନିଆ ବ୍ଲକର 565 ବୁଥରେ ଭୋଟ ମତଦାନ ଆରମ୍ଭ ହୋଇଛି । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଏବଂ ବେଗୁନିଆ ବ୍ଲକରେ 6 ଜିଲାପରିଷଦ ଆସନ ପାଇଁ 25ଜିଲ୍ଲାପରିଷଦ ପାର୍ଥୀ,38 ସରପଞ୍ଚ ଓ ସମିଟିସଭ୍ୟ ପଦ ପାଇଁ 132 ସରପଞ୍ଚ ପାର୍ଥୀ,117 ସମିତିସଭ୍ୟ ପାର୍ଥୀ ଏବଂ 565 ୱାର୍ଡ ସଭ୍ୟ ପଦବୀ ପାଇଁ 888 ୱାର୍ଡ ସଭ୍ୟ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି । 2 ଲକ୍ଷ 13ହଜାର 374ଜଣ ଭୋଟର ଆଜି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସକାଳ 7ଟା ରୁ ଦିନ 1ଟା ପର୍ଯ୍ୟନ୍ତ ମତଦାନ କାର୍ଯ୍ୟ ଚାଲିବାକୁ ଥିବା ବେଳେ ନିର୍ବାଚନକୁ ସ୍ଵଚ୍ଛ ,ଅବାଧ ଓ ନିରପେକ୍ଷ କରିବାପାଇଁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

08:44 February 18

କୋରାପୁଟର ୩ଟି ବ୍ଲକରେ ମତଦାନ ଆରମ୍ଭ

କୋରାପୁଟର ୩ଟି ବ୍ଲକରେ ମତଦାନ ଆରମ୍ଭ

କୋରାପୁଟ: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ କୋରାପୁଟ , ଜୟପୁର ଓ ପଟ୍ଟାଙ୍ଗି ବ୍ଲକରେ ଆରମ୍ଭ ହୋଇଯାଇଛି ମତଦାନ । ଜୟପୁର ବ୍ଲକର 3ଟି ଜିଲ୍ଲା ପରିଷଦ ଜୋନ, 22 ପଞ୍ଚାୟତ ଓ 292 ଓ୍ବାର୍ଡ ରହିଛି ଏବଂ 82046 ଭୋଟର ରହିଛନ୍ତି । କୋରାପୁଟ ବ୍ଲକର 2ଟି ଜିଲ୍ଲା ପରିଷଦ ଜୋନ, 14 ପଞ୍ଚାୟତ ଓ 203 ଓ୍ବାର୍ଡ ରହିଛି ଏବଂ 50086 ଭୋଟର ରହିଛନ୍ତି । ସେହିପରି ପଟ୍ଟାଙ୍ଗି ବ୍ଲକର 2ଟି ଜିଲ୍ଲା ପରିଷଦ ଜୋନ, 14 ପଞ୍ଚାୟତ ଓ 157 ଓ୍ବାର୍ଡ ରହିଛି ଏବଂ 46373 ଭୋଟର ରହିଛନ୍ତି । ଆଜି ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେଉଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

08:10 February 18

କଳାହାଣ୍ଡିର ୩ଟି ବ୍ଲକରେ ମତଦାନ ଆରମ୍ଭ

କଳାହାଣ୍ଡିରେ ୩ଟି ବ୍ଲକରେ ମତଦାନ ଆରମ୍ଭ

ଭବାନୀପାଟଣା: ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ କଳାହାଣ୍ଡି ଜିଲ୍ଲାର ୩ଟି ବ୍ଲକରେ ଆରମ୍ଭ ହୋଇଯାଇଛି ମତଦାନ । ନର୍ଲା ବ୍ଲକର ୩୨୩ ଟି ବୁଥରେ ୯୦ ହଜାର ୩୫୮ ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରୁଥିବା ବେଳେ ମଦନପୁର ରାମପୁର ବ୍ଲକର ୨୩୮ ବୁଥ ରେ ୫୮ ହଜାର ୬୭୩ ଜଣ ଭୋଟର ଦେଉଛନ୍ତି ଭୋଟ । ସେହିଭଳି କର୍ଲାମୁଣ୍ଡା ବ୍ଲକର ୧୪୩ ଟି ବୁଥରେ ୪୨ ହଜାର ୭୦୫ ଜଣ ଭୋଟର ନିଜର ମତ ସାବ୍ୟସ୍ତ କରୁଛନ୍ତି ।

ଏହି ନିର୍ବାଚନ ମଣ୍ଡଳୀରେ ୧୭୦ଟି ସମ୍ବେଦନଶୀଳ ବୁଥ ଥିବାବେଳେ ଏନେଇ ୨୨ଟି ମୋବାଇଲ ପାଟ୍ରୋଲିଂ ଟିମ ଓ ୨୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ଅନ୍ୟପକ୍ଷରେ ନର୍ଲା ବ୍ଲକର ୩୨୩ ଟି ବୁଥରେ ୧ ହଜାର ୩୧ ଜଣ ନିର୍ବାଚନୀ କର୍ମଚାରୀ ନିୟୋଜିତ ଅଛନ୍ତି। ସେହିପରି କର୍ଲାମୁଣ୍ଡା ବ୍ଲକରେ ୧୪୩ ଟି ବୁଥରେ ୫୦୦ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଶାନ୍ତି ଶୃଙ୍ଖଳା ସହ ଜାରି ରହିଛି ନିର୍ବାଚନ ପ୍ରକ୍ରିୟା ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

08:07 February 18

ନିମାପଡା ଓ ଗୋପ ବ୍ଲକରେ ମତଦାନ ଆରମ୍ଭ

ନିମାପଡା ଓ ଗୋପ ବ୍ଲକରେ ମତଦାନ ଆରମ୍ଭ

ପୁରୀ: ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ନିମାପଡା ଓ ଗୋପ ବ୍ଲକରେ ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି ମତଦାନ । ଉକ୍ତ ଦୁଇଟି ବ୍ଲକର ୬୩ଟି ଗ୍ରାମ ପଞ୍ଚାୟତର ୯୪୦ଟି ୱାର୍ଡ ଓ ୮ଟି ଜିଲ୍ଲା ପରିଷଦ ଜୋନରେ ମତଦାନ ହେବ । ।

ନିମାପଡା ବ୍ଲକର ୩୨ଟି ଗ୍ରାମ ପଞ୍ଚାୟତରେ ୧୦୦ ଜଣ ସରପଞ୍ଚ, ୯୩ ଜଣ ସମିତି ସଭ୍ୟ, ୯୦୭ ଜଣ ୱାର୍ଡମେମ୍ବର, ୧୮ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ଭୋଟ ଦେବେ ଭୋଟର । ସେହିପରି ଗୋପ ବ୍ଲକର ୩୧ଟି ଗ୍ରାମ ପଞ୍ଚାୟତର ୧୦୩ ଜଣ ସରପଞ୍ଚ, ୧୦୧ ଜଣ ସମିତି ସଭ୍ୟ, ୯୧୭ ଜଣ ୱାର୍ଡମେମ୍ବର, ୧୮ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଆଜି ଭାଗ୍ୟ ନିର୍ଦ୍ଧାରଣ ହେବ । ଏହି ପର୍ଯ୍ୟାୟରେ ଉଭୟ ବ୍ଲକର ମୋଟ ୩୦୩୫୨୭ ଜଣ ମତଦାତା ମତାଧିକାର ସାବ୍ୟସ୍ତ କରିବେ । ଏଥିନିମନ୍ତେ ନିମାପଡା ପାଇଁ ୩୩ ଜଣ ଏବଂ ଗୋପ ପାଇଁ ୩୦ ଜଣ ସେକ୍ଟର ଅଫିସର ନିଯୁକ୍ତ ହୋଇଛନ୍ତି । ଉଭୟ ବ୍ଲକରେ ୨୧୯ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି ।

ଏତଦବ୍ୟତୀତ ଗୋପ ବ୍ଲକର ଗୋପ ପଞ୍ଚାୟତର ୩ନଂ ୱାର୍ଡ, ନିମାପଡାର ତେରୁଣ୍ତିଆ ପଞ୍ଚାୟତର ୧୬ନଂ ୱାର୍ଡକୁ ପିଙ୍କ ବୁଥ ଭାବେ ବ୍ୟବସ୍ଥା କରାଯାଇଛି ,ଯେଉଁଠାରେ ମତଦାନ ପରିଚାଳନା ନିମନ୍ତେ ସମସ୍ତ ପୋଲିଂ କର୍ମଚାରୀ ମହିଳା ହିଁ ରହିଛନ୍ତି । ସକାଳ ୭ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ମତଦାନ ହୋଇ ଆସନ୍ତା ୨୬ ତାରିଖରେ ସଂପୃକ୍ତ ବ୍ଲକରେ ଭୋଟ ଗଣତି ହେବ । ଅବାଧ ଓ ନିରପେକ୍ଷ ମତଦାନ ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

07:44 February 18

କଟକର ନିଶ୍ଚିନ୍ତ କୋଇଲି, ବାରଙ୍ଗ ଓ ବଡମ୍ବାରେ ମତଦାନ ଆରମ୍ଭ

କଟକ: ଆଜି ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । କଟକ ଜିଲ୍ଲାର ୩ଟି ବ୍ଲକରେ ଆରମ୍ଭ ହୋଇଯାଇଛି ମତଦାନ । ନିଶ୍ଚିନ୍ତକୋଇଲି,ବାରଙ୍ଗ ଓ ବଡମ୍ବା ବ୍ଳକରେ ୨୬୬୬ ଜଣ ପାର୍ଥୀଙ୍କ ଆଜି ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ୩ ଟି ବ୍ଳକରେ ୩ ଲକ୍ଷ ୫୬ ହଜାର ୬୯୦ ଜଣ ମତଦାତା ମତଦାନ କରିବେ। ଶୃଙ୍ଖଳିତ ମତଦାନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୩ ଟି ବ୍ଳକରେ ୧୩୧୦ଟି ବୁଥ କରାଯାଇଛି। ୧୦ଟି ଜିଲ୍ଲାପରିଷଦ ଆସନ, ୯୫ଟି ସରପଞ୍ଚ ଆସନ, ୯୫ଟି ସମିତିସଭ୍ୟ ଆସନ ସହ ୧୩୧୦ଟି ୱାର୍ଡ ମେମ୍ବର ପଦପାଇଁ ନିର୍ବାଚନ ହେଉଛି । ସକାଳ ୭ଟା ରୁ ଆରମ୍ଭ ହୋଇଯାଇଛି ନିର୍ବାଚନ ପ୍ରକ୍ରିୟା । ଲୋକମାନେ ନିଜନିଜର ପରିଚୟ ପତ୍ର ଧରି ଲାଇନରେ ରହି ମତଦାନ କରୁଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

06:38 February 18

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ନିଜ ମନ ପସନ୍ଦର ପ୍ରାର୍ଥୀକୁ ଭୋଟ ଦେବା ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି ମତଦାତା । ଆଜି ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୧ଟା ଯାଏଁ ଜାରି ରହିବ । ୩୦ଟି ଜିଲ୍ଲାର ୬୮ ବ୍ଲକର ୧୮୬ ଜିଲ୍ଲା ପରିଷଦ ଜୋନ ସଦସ୍ୟ ପାଇଁ ଦୌଡରେ ଥିବା ୭୪୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ମୋଟ ୨୦,୪୩୬ଟି ବୁଥ୍‌ରେ ୬୨ ଲକ୍ଷ ୧୦ ହଜାର ୯୩୮ ଜଣ ମତଦାତା ନିଜ ମତ ସାବ୍ୟସ୍ତ କରିବେ ।

Last Updated : Feb 18, 2022, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.