ETV Bharat / city

ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ - second phase budget session

ଆଜି ବସିବ ବିଧାନସଭା ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ । ଅଧିବେଶନରେ ସରକାରଙ୍କୁ ଘେରିବାକୁ ଲମ୍ବା ତାଲିକା ପ୍ରସ୍ତୁତ କରୁଛନ୍ତି ବିରୋଧୀ । ଅଧିକ ପଢନ୍ତୁ...

ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ଉଠିବ ଜଙ୍ଗଲ ନିଆଁ ପ୍ରସଙ୍ଗ

author img

By

Published : Mar 11, 2021, 7:37 PM IST

Updated : Mar 12, 2021, 7:03 AM IST

ଭୁବନେଶ୍ବର: ଆଜି (ଶୁକ୍ରବାର) ବସିବ ବିଧାନସଭା ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ । ଏଥିପାଇଁ ବିଧାୟକ ସମେତ ସମସ୍ତ ମନ୍ତ୍ରୀ ଓ ବାଚସ୍ପତିଙ୍କ କୋଭିଡ ଟେଷ୍ଟ କରାଯାଉଛି । ଏହାସହ ବିଧାନସଭାରେ ବିରୋଧୀ ସରକାରଙ୍କୁ ଘେରିବା ପାଇଁ ଲମ୍ବା ତାଲିକା ପ୍ରସ୍ତୁତ କରିଛନ୍ତି । ସେପଟେ ସରକାରୀ ଦଳ ମଧ୍ୟ ଏହି ଅଧିବେଶନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।

ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ଉଠିବ ଜଙ୍ଗଲ ନିଆଁ ପ୍ରସଙ୍ଗ
ଆଗାମୀ ବିଧାନସଭା ଅଧିବେଶନରେ ମୁଖ୍ୟତଃ ଧାନମଣ୍ଡି ସମସ୍ୟାକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ସରକାରଙ୍କୁ ଘେରିବା ପାଇଁ ଯୋଜନା କରିଛନ୍ତି । ଚଳିତ ବିଧାନସଭାର ପ୍ରଥମ ଅଧିବେଶନରେ ଧାନମଣ୍ଡି ସମସ୍ୟା, କଟନୀଛଟନୀ ନେଇ ଗୃହକୁ ଚଲାଇ ଦେଇନଥିଲେ । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଏପରିକି ମନ୍ତ୍ରୀ ମଧ୍ୟ ଗୃହରେ ବିବୃତ୍ତି ରଖିଥିଲେ । ଏଣୁ ରାଜ୍ୟର ସମସ୍ତ ଚାଷୀଙ୍କ ଧାନ ଉଠାଇବା ନେଇ ପ୍ରତିଶ୍ରୁତି ଦେଇଥିଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ଏହାସତ୍ତ୍ବେ ବି ଏବେ ବି ମଣ୍ଡିରେ ଧାନ ପଡିରହିଥିବା ଅଭିଯୋଗ କରିଛନ୍ତି ଉଭୟ ଦଳ ।

ଏପରିକି ରାଜ୍ୟରେ ଏବେ ଅଧିକାଂଶ ଜଙ୍ଗଲରେ ନିଆଁ ଲାଗିଛି । ଯାହାକୁ ବିରୋଧୀ ଦଳ ଅନ୍ୟ ପ୍ରମୁଖ ମୁଦ୍ଦା କରିବେ ବୋଲି ଜଣାପଡିଛି । କାମ୍ପା ଫଣ୍ଡର ସଠିକ ବିନିଯୋଗ ନହେବା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ଆଣିଛନ୍ତି ବିରୋଧୀ । ଏହାବ୍ୟତୀତ ରାଜ୍ୟରେ ଆଇନଶୃଙ୍ଖଳା ଏବଂ ଶିଶୁ ଓ ନାରୀମାନଙ୍କ ପ୍ରତି ବଢୁଥିବା ଅତ୍ୟାଚାର ଆଦିକୁ ଦଳ ପ୍ରସଙ୍ଗ କରିବ । ସେପଟେ ସରକାରଙ୍କ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି କରାଯାଇଛି । କେନ୍ଦ୍ରୀୟ ଅବହେଳା ଏବଂ ଗଠନମୂଳକ ଆଲୋଚନାକୁ ସାମ୍ନା କରିବା ପାଇଁ ସରକାର ପ୍ରସ୍ତୁତ ରହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Mar 12, 2021, 7:03 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.