ETV Bharat / city

ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର, ଶୂନଶାନ ଶୈବପୀଠ - ଶୂନଶାନ ଶୈବପୀଠ

ଆଜି ହେଉଛି ଶ୍ରାବଣ ମାସର ଦ୍ବିତୀୟ ସୋମବାର । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭକ୍ତ-ଭଗବାନଙ୍କ ମଧ୍ୟରେ ପାଚେରୀ ହୋଇ ଛିଡା ହୋଇଛି ମହାମାରୀ କୋରୋନା । ଅଧିକ ପଢନ୍ତୁ...

ଶୂନଶାନ ଶୈବପୀଠ
ଶୂନଶାନ ଶୈବପୀଠ
author img

By

Published : Aug 2, 2021, 7:06 AM IST

ଭୁବନେଶ୍ବର: ଆଜି ହେଉଛି ଶ୍ରାବଣ ମାସର ଦ୍ବିତୀୟ ସୋମବାର । ବିଶ୍ବାସ ରହିଛି ଶ୍ରାବଣ ସୋମବାର ମହାଦେବଙ୍କ ଜଳଲାଗି କଲେ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ସେଥିପାଇଁ ପାଇଁ ଭକ୍ତଟିଏ କାହିଁ କେତେ ଦୂରରୁ ଧାଇଁ ଆସି ଭୋଳାବାବାଙ୍କୁ ଜଳଲାଗି କରିଥାଏ । ହେଲେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭକ୍ତ-ଭଗବାନଙ୍କ ମଧ୍ୟରେ ପାଚେରୀ ହୋଇ ଛିଡା ହୋଇଛି ମହାମାରୀ କୋରୋନା ।

ପ୍ରଥମ ସୋମବାର ପରି ଦ୍ବିତୀୟ ସୋମବାର ମଧ୍ୟ ଖାଁ ଖାଁ ପଡିଛି ଶୈବପୀଠ । ସୂର୍ଯ୍ୟ ଉଦୟ ହେଲା ବେଳକୁ ଯେଉଁଠି ଶିବ ଭକ୍ତଙ୍କ କୋଳାହଳରେ ମନ୍ଦିର ଫାଟି ପଡୁଥିଲା ତାହା ଏବେ ଜନଶୂନ୍ୟ । କୋରୋନା ମୁକାବିଲାକୁ ଆଖିରେ ରାଜ୍ୟ ସରକାର ଚଳିତ ବର୍ଷ ବୋଲବମ ଯାତ୍ରା ଉପରେ କଟକଣା ଜାରି କରିଛନ୍ତି । ଏନେଇ ବିଭିନ୍ନ ଜିଲ୍ଲାରେ କଟକଣା ଲାଗୁ ହୋଇଛି । ତେଣୁ ଏବର୍ଷ ବି ଭକ୍ତ ଓ ଭଗବାନର ମିଳନ ହୋଇପାରିନାହିଁ ।

ଆଷାଢ଼ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ସମସ୍ତ ସୋମବାରରେ ବିଭିନ୍ନ ଶିବ ମନ୍ଦିରରେ ଭକ୍ତମାନେ ଶିବଙ୍କ ମସ୍ତକରେ ପାଣି ଢାଳନ୍ତି । ଶ୍ରାବଣ ମାସରେ ନୀଳକଣ୍ଠଙ୍କ ଜଳଲାଗି ଉତ୍ସବ ପାଳନ କରାଯାଏ । ଏହି ଯାତ୍ରା ପାଇଁ ଦେଶର ବିଭିନ୍ନ ଶୈବକ୍ଷେତ୍ରରେ ଏହି ଉତ୍ସବ ପାଳନ କରାଯାଇଥାଏ ।

ଭକ୍ତମାନେ ଗେରୁଆ ବସ୍ତ୍ର ପରିଧାନ କରି କାନ୍ଧରେ କଳସୀ ଭାର ଧରି ଚାଲି ଚାଲି ସଂପୂର୍ଣ୍ଣ ପଥ ଅତିକ୍ରମ କରିଥାନ୍ତି । ଭୋଳା ବାବା ପାର କରେଗା, ବୋଲ ବମ ହରହର ବମ୍‌ ଧ୍ବନିରେ ଗଗନପବନ ମୁଖରିତ ହୋଇଥାଏ । ବର୍ଷା, ପବନକୁ ଖାତିର ନ କରି ରାସ୍ତାରେ ମାନସିକଧାରୀ କାଉଡିଆମାନେ ଶିବଙ୍କ ପାଇଁ ପାଣି ଭାର ନେଇ ଚାଲିଥାନ୍ତି ମାଇଲ ମାଇଲ ବାଟ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.