ETV Bharat / city

Municipal Polls: ଚାଲିଛି ପ୍ରାର୍ଥୀପତ୍ର ଯାଞ୍ଚ

author img

By

Published : Mar 9, 2022, 11:22 AM IST

Updated : Mar 9, 2022, 1:57 PM IST

ପୌର ନିର୍ବାଚନ ପାଇଁ ଆଜି ଚାଲିଛି ପ୍ରାର୍ଥୀପତ୍ର ଯାଞ୍ଚ । ୧୪ ତାରିଖ ଅପରାହ୍ନରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଅଧିକ ପଢନ୍ତୁ

Municipal Polls: ଆଜି ପ୍ରାର୍ଥୀପତ୍ର ଯାଞ୍ଚ
Municipal Polls: ଆଜି ପ୍ରାର୍ଥୀପତ୍ର ଯାଞ୍ଚ

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ସରିଛି ନାମାଙ୍କନ ଦାଖଲ । ଆଜି ଚାଲିଛି ପ୍ରାର୍ଥୀପତ୍ର ଯାଞ୍ଚ । କାହାର ପ୍ରାର୍ଥୀପତ୍ର ରହିବ ଏବଂ କାହାର କଟିବ ତାହା ଜଣାପଡିବ । ଆସନ୍ତା ୧୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି । ୧୪ ତାରିଖ ଅପରାହ୍ନରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଆସନ୍ତା ୨୪ ତାରିଖରେ ରାଜ୍ୟରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ରାଜ୍ୟର ୧୦୬ଟି ମ୍ୟୁନିସିପାଲିଟି, ଏନଏସି ଓ ୩ଟି ମହାନଗର ନିଗମ ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ପାଇଁ ମତଦାନ କରିବେ ମତଦାତା । ଏହାପରେ ମାର୍ଚ୍ଚ ୨୬ ତାରିଖରେ ହେବ ଭୋଟ ଗଣତି ।

Municipal Polls: ଆଜି ପ୍ରାର୍ଥୀପତ୍ର ଯାଞ୍ଚ

ଅନ୍ୟପଟେ ନାମାଙ୍କନ ଦାଖଲ ପରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ । ଘରକୁ ଘର ବୁଲି ଭୋଟରଙ୍କୁ ଭୋଟ୍ ଭିକ୍ଷା କରୁଛନ୍ତି । ଭୁବନେଶ୍ବରଠୁ ବ୍ରହ୍ମପୁର ଯାଏଁ ସବୁଠି ପ୍ରାର୍ଥୀ ଏବେ ଭୋଟରଙ୍କୁ ମନାଇବାରେ ଲାଗିପଡିଛନ୍ତି । ମଙ୍ଗଳବାର ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ ମହାପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ପୂଜାର୍ଚ୍ଚନା କରି ପ୍ରଚାର ଆରମ୍ଭ କରିଥିଲେ । କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ଇନ୍ଦିରା ଗାନ୍ଧୀ ପାର୍କରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ପ୍ରଚାର ଆରମ୍ଭ କରିଥିଲେ । ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ।

ପୌର ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ଆଦର୍ଶ ଆଚରଣବିଧ ଲାଗୁ ହୋଇଛି । ଏହି ଆଚରଣବିଧି ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିବିଶେଷ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Mar 9, 2022, 1:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.