ETV Bharat / city

ସଫେଇ କର୍ମଚାରୀଙ୍କୁ ରନ୍ଧାଖାଦ୍ୟ ବାଣ୍ଟୁଛନ୍ତି ଗୋଲାପ ମାଉସୀ

ରାଜଧାନୀ ସାଇନ୍ସ ପାର୍କ ବସ୍ତିର ଗୋଲାପ ମାଉସୀ ନିଜର ସ୍ବଳ୍ପ ପଇସା ଓ ଗ୍ରୁପରୁ ଋଣ ଆଣି କୋରୋନା ଯୋଦ୍ଧାଙ୍କୁ ରନ୍ଧା ଖାଦ୍ୟ ବାଣ୍ଟୁଛନ୍ତି। ଅଧିକ ପଢନ୍ତୁ...

ସଫେଇ କର୍ମଚାରୀଙ୍କୁ ରନ୍ଧାଖାଦ୍ୟ ବାଣ୍ଟୁଛନ୍ତି ଗୋଲାପ ମାଉସୀ
ସଫେଇ କର୍ମଚାରୀଙ୍କୁ ରନ୍ଧାଖାଦ୍ୟ ବାଣ୍ଟୁଛନ୍ତି ଗୋଲାପ ମାଉସୀ
author img

By

Published : Jun 6, 2021, 5:06 PM IST

ଭୁବନେଶ୍ବର: ଗୋଲାପ ମାଉସୀଙ୍କ ଛୋଟିଆ ପ୍ରୟାସ । ଭୋକିଲାଙ୍କ ପେଟଙ୍କୁ ଦେଉଛି ଦାନା । କୋରୋନା କାଳରେ ଅନେକ ଲୋକ ଜୀବିକା ହରାଇ ଘରେ ବସି ରହିଛନ୍ତି। ଅନ୍ୟପଟେ ଲକଡାଉନ କାରଣରୁ ଅନେକ ଗରିବ ଖଟିଖିଆ ଦୁଇ ଓଳି ଦୁଇ ମୁଠା ଖାଇବାକୁ ପାଉନାହାନ୍ତି । ଏଭଳି ସମୟରେ ରାଜଧାନୀ ସାଇନ୍ସ ପାର୍କ ବସ୍ତିର ଗୋଲାପ ମାଉସୀ ନିଜର ସ୍ବଳ୍ପ ପଇସା ଓ ଗ୍ରୁପରୁ ଋଣ ଆଣି କୋରୋନା ଯୋଦ୍ଧା ସଫେଇ କର୍ମଚାରୀଙ୍କୁ ରନ୍ଧା ଖାଦ୍ୟ ବାଣ୍ଟୁଛନ୍ତି।

ସଫେଇ କର୍ମଚାରୀଙ୍କୁ ରନ୍ଧାଖାଦ୍ୟ ବାଣ୍ଟୁଛନ୍ତି ଗୋଲାପ ମାଉସୀ

ଦୈନିକ ସେ ୩୦ରୁ ଉର୍ଦ୍ଧ୍ବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ସହ ରନ୍ଧାଖାଦ୍ୟ ଦେଉଛନ୍ତି । ତେବେ ଗୋଲାପ ମାଉସୀ ଚାଳିଆ ହୋଟେଲଟିଏ କରି ନିଜର ପରିବାର ପ୍ରତିପୋଷଣ କରନ୍ତି। କିନ୍ତୁ ଲକଡାଉନ ପାଇଁ ଦୋକାନ ବନ୍ଦ ଥିବାରୁ ସେ ନିଜେ ରୋଷେଇ କରି ମାଗଣାରେ ଗରିବ ଲୋକଙ୍କ ସମେତ ସଫେଇ କର୍ମଚାରୀଙ୍କୁ ରନ୍ଧା ଖାଦ୍ୟ ବାଣ୍ଟୁଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.