ETV Bharat / city

ଭୁବନେଶ୍ବରେ ହେବ ସାଇନ୍ସ ସିଟି ପାର୍କ, ପୁରୀରେ ବିଜ୍ଞାନ ଓ ପ୍ଲାନେଟୋରିୟମ କେନ୍ଦ୍ର

ବିଧାନସଭାରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସୂଚନା । କୋଲକାତା ଢାଞ୍ଚାରେ ସ୍ମାର୍ଟସିଟି ଭୁବନେଶ୍ବରରେ ନିର୍ମାଣ ହେବ ସାଇନ୍ସ ସିଟି ପାର୍କ । ଅଧିକ ପଢନ୍ତୁ

author img

By

Published : Jul 15, 2022, 3:47 PM IST

ଭୁବନେଶ୍ବରେ ହେବ ସାଇନ୍ସ ସିଟି ପାର୍କ, ପୁରୀରେ ଜିଲ୍ଲା ବିଜ୍ଞାନ ଓ ପ୍ଲାନେଟୋରିୟମ କେନ୍ଦ୍ର

ଭୁବନେଶ୍ବର: କୋଲକାତା ଢାଞ୍ଚାରେ ରାଜଧାନୀ ଭୁବନେଶ୍ବରରେ ନିର୍ମାଣ ହେବ ସାଇନ୍ସ ସିଟି ପାର୍କ । ଏହି ସାଇନ୍ସ ସିଟି ପାର୍କ ପ୍ରତିଷ୍ଠା ପାଇଁ 30 ଏକର ଜମି ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ । ଏହି ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା । ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ, ''ପୁରୀ ଜିଲ୍ଲାରେ ବିଜ୍ଞାନ ଓ ପ୍ଲାନେଟୋରିୟମ୍ କେନ୍ଦ୍ର ପ୍ରତିଷ୍ଠା କରାଯିବ । ସେଠାରେ ଜଗନ୍ନାଥ ସଂସ୍କୃତିର ସମସ୍ତ ତଥ୍ୟ ସ୍ଥାନ ପାଇବ । ସାତକୋଶିଆ ଅଞ୍ଚଳରେ ଜାତୀୟ ସ୍ତରର ଆଞ୍ଚଳିକ ସାତକୋଶିଆ ବାୟୋସ୍ପିୟର ମ୍ୟୁଜିୟମ ହେବ ।'' ପ୍ରଶ୍ନକାଳରେ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.