ETV Bharat / city

ଆଜିଠୁ ଖୋଲିବ ସ୍କୁଲ; ପାଠପଢା ସହ ସ୍ବଚ୍ଛତାକୁ ଗୁରୁତ୍ବ

author img

By

Published : Jul 26, 2021, 6:57 AM IST

SOP ଆଧାରରେ ଦୀର୍ଘ ଦିନ ପରେ ରାଜ୍ୟରେ ଆଜିଠାରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ସ୍କୁଲ । ଏଥି ପାଇଁ ସବୁ ସ୍କୁଲରେ ପ୍ରସ୍ତୁତି ଶେଷ ହୋଇଛି । ଅଧିକ ପଢନ୍ତୁ...

ଆଜିଠୁ ଖୋଲିବ ସ୍କୁଲ
ଆଜିଠୁ ଖୋଲିବ ସ୍କୁଲ

ଭୁବନେଶ୍ବର: ପୁଣି ବାଜିବ ବେଲ । SOP ଆଧାରରେ ଦୀର୍ଘ ଦିନ ପରେ ରାଜ୍ୟରେ ଆଜିଠାରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ସ୍କୁଲ । ଏଥି ପାଇଁ ସବୁ ସ୍କୁଲରେ ପ୍ରସ୍ତୁତି ଶେଷ ହୋଇଛି । ସ୍କୁଲ କ୍ୟାମ୍ପସକୁ ସାନିଟାଇଜ କରାଯିବା ସହିତ କ୍ଲାସରୁମକୁ ପରିଷ୍କାର କରାଯାଇଛି ।

ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯିବା ପରେ ସମସ୍ତ ପ୍ରସ୍ତୁତିରେ ଲାଗି ପଡିଥିଲେ ସ୍କୁଲ କର୍ତ୍ତୃପକ୍ଷ । ଏବେ ପିଲାଙ୍କ ଅପେକ୍ଷାରେ ଶିକ୍ଷକ ଓ ଶିକ୍ଷୟିତ୍ରୀ । ଏପଟେ ବହୁତ ଦିନ ପରେ ସ୍କୁଲକୁ ଆସିବା ନେଇ ପିଲାମାନେ ବି ଉତ୍ସାହିତ ଅଛନ୍ତି । ତେବେ ଅଭିଭାବକଙ୍କ ଅନୁମତି ନେଇ ପିଲାମାନେ ସ୍କୁଲ ଆସିବେ ।

ସ୍କୁଲରେ ପିଲାଙ୍କ ପାଠପଢା ନେଇ କେତେକେ ନିୟମାବଳୀ ରହିଛି । ସ୍କୁଲ ଗେଟରେ ସବୁ ପିଲାଙ୍କର ଥର୍ମାଲ ସ୍କିନିଂ କରାଯିବ । ପ୍ରତ୍ୟେକ ପିଲା ଯେପରି ସାମାଜିକ ଦୂରତା ବଜାୟ ରଖିବେ ସେଥିପ୍ରତି ଧ୍ୟାନ ଦିଆଯିବ । କ୍ଲାସରୁମରେ ପିଲାମାନେ 6 ଫୁଟର ଦୂରତା ରଖି ବସିବା ବ୍ୟବସ୍ଥା କରାଯାଇଛି । ସକାଳ ୧୦ଟାରୁ ୧ଟା ୩୦ ଯାଏଁ ପାଠପଢା ହେବ । ପିଲାଙ୍କୁ ଖାଇବା ପାଇଁ ବ୍ରେକ ମିଳିବ ନାହିଁ ।

ଏପଟେ ନୋଡାଲ ଅଫିସରମାନେ ଜିଲ୍ଲା ଗସ୍ତ କରି DEO ଓ BEOଙ୍କ ସହିତ ବୈଠକ କରିଛନ୍ତି । ସ୍କୁଲରେ କିପରି ପିଲାମାନଙ୍କ ପାଇଁ ଉତ୍ତମ ବ୍ୟବସ୍ଥା କରାଯାଇଛି ସେ ଦିଗରେ ଆଲୋଚନା କରିଛନ୍ତି । ପାଠପଢାକୁ ଯେତିକି ଧ୍ୟାନ ଦିଆଯାଇଛି ସ୍ବଚ୍ଛତାକୁ ମଧ୍ୟ ସେତିକି ଧ୍ୟାନ ଦିଆଯାଇଛି ।

ସ୍କୁଲରେ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଟିମ ପ୍ରତିଦିନ ସ୍କୁଲ ଖୋଲିବାର ୩୦ମିନିଟ ପୂର୍ବରୁ ଓ ବନ୍ଦ ହେବାର ୩୦ମିନିଟ ପରେ ଯିବାର ବ୍ୟବସ୍ଥା ରହିଛି । ତେବେ ନିୟମ ଅନୁସାରେ ହଷ୍ଟେଲ ବି ଖୋଲିବ । ତେବେ ଶିକ୍ଷା ବିଭାଗର ସ୍କୁଲ ଖୋଲିବା ନିଷ୍ପତ୍ତି କେତେ ଦୂର ଫଳପ୍ରଦ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.