ETV Bharat / city

ଏଣିକି 20ରୁ କମ୍ ଉପସ୍ଥାନ ରହୁଥିବା ସ୍କୁଲରେ ପଡିବ ତାଲା

ଉପସ୍ଥାନ ନାହିଁ ତ ସ୍କୁଲ ବନ୍ଦ । 20ରୁ କମ ଉପସ୍ଥାନ ରହିଲେ ସ୍କୁଲରେ ପଡିବ ତାଲା ।

author img

By

Published : Aug 3, 2019, 8:42 PM IST

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବଜେଟ ଆକାର ଯେଉଁ ହାରରେ ବଢୁଛି, ସେ ହାରରେ ଶିକ୍ଷାର ମାନ ବୃଦ୍ଧି ହେଉନି । ସରକାରୀ ସ୍କୁଲରେ ଶିକ୍ଷାର ମାନକୁ ନେଇ କଂଗ୍ରେସ ଓ ବିଜେପି ବିଧାୟକ ମାନେ ଉଦବେଗ ପ୍ରକାଶ କରିଥିଲେ ।

ଏ ସମ୍ପର୍କୀତ ମୁଲତବୀ ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡି ପଡ଼ିଛି । ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ବ୍ୟାପକ ହରିଲୁଟ ହେଉଛି । ଗୁଣାତ୍ମକ ମାନର ଶିକ୍ଷା ନାଁରେ ଚାଲିଛି ହରିଲୁଟ । କମ୍ପ୍ୟୁଟର ଶିକ୍ଷକ ନାହାଁନ୍ତି । ଅନେକ ସ୍ଥାନରେ ପାରା ଟିଚର ଭରସାରେ ଚାଲିଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ ସରକାରୀ ସ୍କୁଲ ତୁଳନାରେ ଘରୋଇ ସ୍କୁଲ ଭଲ ରେଜଲ୍ଟ କରୁଛନ୍ତି । ତେଣୁ ଘରୋଇ ସ୍କୁଲ କବଳରୁ ସରକାରୀ ସ୍କୁଲର ସୁରକ୍ଷା ହେବା ଆବଶ୍ୟକ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର

ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଥିଲେ ଯେ, ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ପାଇଁ ବିଶିଷ୍ଟ ଶିକ୍ଷାବିତ୍ ମାନଙ୍କୁ ନେଇ ଗଠନ ହେବ ରାଜ୍ୟ ସ୍ତରୀୟ ଉପଦେଷ୍ଟା ପରିଷଦ । ଗୁଣାତ୍ମକ ମାନର ଶିକ୍ଷା ପାଇଁ କମିଟି ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ ଦେବ । ସରକାରୀ ସ୍କୁଲଗୁଡିକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

ଉନ୍ନତମାନର ଶିକ୍ଷା ପାଇଁ ଅଧିକ ବଜେଟ ବ୍ୟୟବରାଦ କରାଯାଇଛି । ପ୍ରସ୍ତାବିତ କେନ୍ଦ୍ରୀୟ ଶିକ୍ଷାନୀତିରେ ମୋଟ ବଜେଟର 20 ପ୍ରତିଶତ ଶିକ୍ଷା ପାଇଁ ଖର୍ଚ୍ଚ କରିବାକୁ ପ୍ରସ୍ତାବ ରହିଛି । ରାଜ୍ୟ ସରକାର ଏଥିରେ ରାଜି ଅଛନ୍ତି । ଚଳିତ ବର୍ଷ 10ରୁ କମ୍ ଉପସ୍ଥାନ ଥିବା 966ଟି ସ୍କୁଲ ବନ୍ଦ ହୋଇଥିବା ବେଳେ ଆସନ୍ତା ବର୍ଷ 20ରୁ କମ୍ ଉପସ୍ଥାନ ରହୁଥିବା ସ୍କୁଲକୁ ବନ୍ଦ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ରେଜଲ୍ଟ ଖରାପ ହୋଇଥିବା ସ୍କୁଲ ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ମଗାଯାଇଛି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.