ETV Bharat / city

ବିରୋଧୀଙ୍କୁ ଶାସକ ଦଳର ଜବାବ; ସ୍କୁଲ ବନ୍ଦ ହୋଇନାହିଁ, ମିଶ୍ରଣ ହୋଇଛି

author img

By

Published : Nov 22, 2020, 1:40 PM IST

Updated : Nov 22, 2020, 2:29 PM IST

ବିଧାନସଭାର ଶୀତଅଧିବେଶନର ତୃତୀୟ ଦିନରେ ଶିକ୍ଷା ବ୍ୟବସ୍ଥାର ସଂସ୍କାର ପ୍ରସଙ୍ଗରେ ଆଲୋଚନା କରାଯାଇଛି । ସ୍କୁଲ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରମୁଖ ବିରୋଧୀ ଦଳ । ଅଧିକ ପଢନ୍ତୁ...

ସ୍କୁଲ ବନ୍ଦ ପ୍ରସଙ୍ଗରେ ବିରୋଧୀଙ୍କୁ ସରକାରୀ ଦଳର ଜବାବ

ଭୁବନେଶ୍ବର: ବିଧାନସଭାର ଶୀତଅଧିବେଶନର ତୃତୀୟ ଦିନରେ ଶିକ୍ଷା ବ୍ୟବସ୍ଥାର ସଂସ୍କାର ପ୍ରସଙ୍ଗରେ ଆଲୋଚନା କରାଯାଇଛି । ପ୍ରାଥମିକ ଶିକ୍ଷାର ଏକତ୍ରୀକରଣ ଓ ସୁବ୍ୟବସ୍ଥିକରଣ ଉପରେ ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରସ୍ତାବ ଆଣିବା ପରେ ଆଲୋଚନା ଆରମ୍ଭ ହୋଇଥିଲା । ସ୍କୁଲ ବନ୍ଦ ପ୍ରସଙ୍ଗରେ ଆଜି ବି ପ୍ରମୁଖ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ କରିଥିଲେ ।

ସ୍କୁଲ ବନ୍ଦ ପ୍ରସଙ୍ଗରେ ଭାଗ ନେଇ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀଙ୍କ ଉଦବେଗ‌ ପ୍ରକାଶ କରିଥିଲେ । ଏପରି ହେଲେ ବହୁ ସ୍କୁଲ ବନ୍ଦ ହୋଇଯିବ । କୋରାପୁଟରେ ପ୍ରାୟ 800 ସ୍କୁଲ ବନ୍ଦ ହୋଇଯାଇପାରେ । ଆମେ ଗୃହର ସଦସ୍ୟ ଏ ବାବଦରେ ଅବଗତ ନାହିଁ, ସାଢେ 11 ହଜାର ସ୍କୁଲ ବନ୍ଦ ହେଲେ ଭବିଷ୍ୟତର ଆତ୍ମଘାତୀ ହେବ । ନିଷ୍ପତ୍ତିର ପୁନଃ ବିଚାର ନ ହେଲେ ପୋଡିୟମରେ ବସିବେ କହିଥିଲେ ବିଷ୍ଣୁ ସେଠୀ ।

ଏହି ପ୍ରସଙ୍ଗରେ ସେ ପୁଣି ଥରେ ପ୍ରଶ୍ନ କରି କହିଛନ୍ତି, 11 ଲକ୍ଷ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ପାଇଁ ନାମ ଲେଖାଉଛନ୍ତି । ହେଲେ ପ୍ରତ୍ୟେକ ବର୍ଷ ପରୀକ୍ଷାର୍ଥୀ ସଂଖ୍ୟା 6 ଲକ୍ଷ ରହୁଛି । ତେବେ କାହିଁକି ପ୍ରତିବର୍ଷ 5 ଲକ୍ଷ ପିଲାଏ ସ୍କୁଲରୁ ଡ୍ରପ ଆଉଟ କରୁଛନ୍ତି । ଯଦି ସରକାର ସ୍କୁଲ ନିଷ୍ପତ୍ତକୁ ପୁନଃର୍ବିଚାର ନ କରିନ୍ତ, ତେବେ ପୋଡିୟମକୁ ଓହ୍ଲାଇ ଧାରଣା ଦେବେ ବୋଲି ବିରୋଧୀ ଦଳର ଉପନେତା କହିଛନ୍ତି ।

ସେପଟେ, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, କୌଣସି ସ୍କୁଲ ବନ୍ଦ କରାଯାଉ ନାହିଁ । ସ୍କୁଲ ଗୁଡିକର ମିଶ୍ରଣ ହୋଇଛି । ଶିକ୍ଷାରୁ ବଞ୍ଚିତ ପାଇଁ ସରକାର ବ୍ୟବସ୍ଥା କରିନାହାଁନ୍ତି ସମସ୍ତଙ୍କୁ ଶିକ୍ଷା ଦେବା ପାଇଁ ବ୍ୟବସ୍ଥା ହେଉଛି । ଅନେକ ସ୍ଥାନରେ 8 ଜଣ ଛାତ୍ରଛାତ୍ରୀରେ 2 ଜଣ ଶିକ୍ଷକ ଅଛନ୍ତି ଯାହା ଯଥାର୍ଥ ନୁହେଁ ବୋଲି ସେ କହିଛନ୍ତି ।

ଯଦି କିଛି ସ୍କୁଲରେ ନାମଲେଖା ସମୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢିବ, ସେଠାରେ ସ୍କୁଲ ଚାଲିପାରିବ । ଆଉ ଏଥିରେ ଯଦି କାହାର ଅଭିଯୋଗ ରହିଛି, ତେବେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଅଭିଯୋଗ କରିପାରିବେ । ସେଠାରେ ଏନେଇ ସମାଧାନ କରାଯିବ ।

ସୂଚନାଯୋଗ୍ୟ, ଶନିବାର ରାଜ୍ୟରେ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ଦେଇଥିଲେ । ସ୍କୁଲ ବନ୍ଦ କରିବା ନୁହେଁ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସରକାରଙ୍କ ଲକ୍ଷ୍ୟ । ରାଜ୍ୟରେ 14ହଜାର ସ୍କୁଲ ନୁହେଁ ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମିଶି 7772 ବନ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସେ ଦର୍ଶାଇଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Nov 22, 2020, 2:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.