ETV Bharat / city

ଆସନ୍ତା 7 ତାରିଖରୁ ଖୋଲିବ ସ୍କୁଲ କଲେଜ: ମୁଖ୍ୟ ଶାସନ ସଚିବ

author img

By

Published : Feb 3, 2022, 5:49 PM IST

Updated : Feb 3, 2022, 7:37 PM IST

ଆସନ୍ତା 7 ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ କଲେଜ (Schools & colleges to open in Odisha from February 7 )। ଅଧିକ ପଢନ୍ତୁ

ମୁଖ୍ୟ ଶାସନ ସଚିବ
ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ଆସନ୍ତା 7 ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ କଲେଜ (Schools & colleges to open in Odisha from February 7 )। ପ୍ରେସମିଟ କରି ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଅଷ୍ଟମ ଶ୍ରେଣୀରୁ ଉପରକୁ ସମସ୍ତ ଶ୍ରେଣୀ ଖୋଲିବ ସ୍କୁଲ ।

ଆସନ୍ତା 7 ତାରିଖରୁ ଖୋଲିବ ସ୍କୁଲ କଲେଜ: ମୁଖ୍ୟ ଶାସନ ସଚିବ

କଲେଜ, ୟୁନିଭର୍ସିଟି, ପ୍ରଫେସନାଲ ଶିକ୍ଷାନୁଷ୍ଠାନ ଖୋଲିବ । ଏହା ବ୍ୟତୀତ ସମସ୍ତ ଆବାସିକ ହଷ୍ଟେଲ ଗୁଡିକ ମଧ୍ୟ ଖୋଲିବ । ସେହିପରି କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଫେବୃୟାରୀ 14ରୁ ଖୋଲିବ । ଛାତ୍ରଛାତ୍ରୀ ଉଭୟ ଅଫ ଲାଇନ ଓ ଅନଲାଇନ କ୍ଲାସ କରିପାରିବେ । ପ୍ରେସମିଟରେ ମୁଖ୍ୟ ଶାସନ ସଚିବଙ୍କ ସୂଚନା । କୋର୍ସ ଶେଷ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ । ଆବଶ୍ୟକ ହେଲେ ଖରାଛୁଟି ଅବଧିକୁ କମ କରାଯିବ ।

ସେହିପରି ଯେଉଁ ଗାଇଡ ଲାଇନ ଥିଲା ସେହି ଅନୁସାରେ କ୍ଳାସ କରାଯିବ । ଏନେଇ ସରକାର ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏକାଡେମୀକ ଇୟର କଲେଜ ଚାହିଁଲେ ସେଥିରେ ପରିବର୍ତ୍ତନ କରିପାରିବେ। କେଜି ରୁ 9ମ ଶ୍ରେଣୀ ପର୍ଯ୍ୟନ୍ତ କ୍ଳାସ ଆସେସମେଣ୍ଟ ପରୀକ୍ଷା କରାଯିବ। ଏହାସହ ଏକାଦଶ ଏବଂ ଦ୍ଵାଦଶ ଶ୍ରେଣୀର ମଧ୍ୟ କରାଯିବ। 10ମ ଏବଂ ଦ୍ଵାଦଶ ପରୀକ୍ଷା ସେମାନଙ୍କର ବୋର୍ଡ ଗାଇଡ ଲାଇନ ଅନୁସାରେ ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ସେହିଭଳି ସମସ୍ତ ଶିକ୍ଷାନୁଷ୍ଠାନ କୋଭିଡ କଟକଣା ମଧ୍ୟରେ ପରୀକ୍ଷା ଓ କ୍ଳାସ କରାଯିବ। ଯେଉଁ କୋର୍ସ ରହିଯାଇଛି ସେଗୁଡିକ କିଭଳି ଭାବରେ ଶେଷ ହେବ ସେନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ଆଲୋଚନା କରିବେ ସମସ୍ତ ଶିକ୍ଷାନୁଷ୍ଠାନ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Feb 3, 2022, 7:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.