ଭୁବନେଶ୍ବର: ବଦଳିଲା ସ୍କୁଲ ଖୋଲିବା ସମୟ (School Time Rescheduled) । ସକାଳ 6 ଟାରୁ 9 ଟା ଯାଏଁ ଚାଲିବା ଶିକ୍ଷାଦାନ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିଷ୍ପତ୍ତିରେ ପରିବର୍ତ୍ତନ କଲେ ସରକାର । ଆସନ୍ତା 2 ତାରିଖରୁ ନୂଆ ନିର୍ଦ୍ଦେଶନାମାରେ ଚାଲିବ ସ୍କୁଲ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ରାଜ୍ୟରେ ତାତି ଅସହ୍ୟ ହେବାରେ ଲାଗିଛି । ତେବେ ଆସନ୍ତା 2 ତାରିଖରୁ ଆରମ୍ଭ ହେବ ସକାଳୁଆ ସ୍କୁଲ । ସକାଳୁଆ ସ୍କୁଲ ସମୟରେ ପରିବର୍ତ୍ତନ କଲେ ସରକାର । ମେ’ 2 ତାରିଖରୁ ସକାଳ 6 ରୁ 9ଟା ପର୍ଯ୍ୟନ୍ତ ସ୍କୁଲ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ବିଭିନ୍ନ ବୋର୍ଡ ଓ ପରିଷଦ ଦ୍ବାରା ନିର୍ଦ୍ଧାରିତ ପରୀକ୍ଷା ପୂର୍ବପରି ଜାରି ରହିବ ।
OSEPA ଦ୍ବାରା ପ୍ରସ୍ତୁତ ଲର୍ଣ୍ଣିଂ ରିକୋଭରି ଯୋଜନା (LRP) ଗ୍ରୀଷ୍ମ ଛୁଟି ସମୟରେ କରାଯିବ । ସରକାରୀ ଏବଂ ସରକାରୀ ସହାୟକ ବିଦ୍ୟାଳୟ ଗୁଡିକ ପାଇଁ ଏହି LRP କରାଯିବ । ନୂତନ ଆଡମିଶନ ସମେତ କ୍ଲାସ -3 ରୁ କ୍ଲାସ-10 ପର୍ଯ୍ୟନ୍ତ ପଦୋନ୍ନତି ପାଇଥିବା ଏବଂ କ୍ଲାସ-11 (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) କୁ ପଦୋନ୍ନତି ପାଇଥିବା ଛାତ୍ରମାନଙ୍କ ପାଇଁ ଏହି ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ହେବ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ