ETV Bharat / city

ରାଜ୍ୟସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତାରେ ଯୁବ ପ୍ରତିଭାଙ୍କ ପ୍ରଦର୍ଶନ - ପ୍ରତିଯୋଗୀ

ଯୁବ ସଂସଦ ପ୍ରତିଯୋଗିତାରେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ ବିଭିନ୍ନ ଜିଲ୍ଲାର ପ୍ରତିଯୋଗୀ । ଭାରତର ସାମ୍ପ୍ରତିକ ରାଜନୈତିକ ପଦକ୍ଷେପ ଉପରେ ଅଭିନୟ କରିଥିଲେ ପ୍ରତିଯୋଗୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 29, 2019, 1:16 AM IST

ଭୁବନେଶ୍ବର: ଭାରତୀୟ ଗଣତନ୍ତ୍ରର ପ୍ରକୃଷ୍ଟ ଆଲୋଚନା ସ୍ଥଳ ଭାବେ ପରିଚିତ ସଂସଦର କାର୍ଯ୍ୟକଳାପ ସମୂହକୁ ଭବିଷ୍ୟତ ନାଗରିକଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ରାଜ୍ୟସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବୁଧବାର ରାଜଧାନୀର ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍କୁଲର ୩୨ ଜଣ ଛାତ୍ର ଛାତ୍ରୀମାନଙ୍କୁ ନେଇ ଯୁବ ସଂସଦ ପ୍ରତିଯୋଗିତା ଆୟୋଜିତ ହୋଇଛି ।

ଏହି ଯୁବ ସଂସଦ ପ୍ରତିଯୋଗିତାରେ ଜିଲ୍ଲାସ୍ତରରୁ ବଛା ହୋଇ ଆସିଥିବା ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଯୋଗୀମାନେ ଶାସକ ଓ ବିରୋଧୀ ଦଳର ନେତାମାନଙ୍କର ଭୂମିକା ଅତ୍ୟନ୍ତ ନିଖୁଣ ଭାବରେ ତୁଲାଇ ଥିଲେ । ଭାରତର ସାମ୍ପ୍ରତିକ ରାଜନୈତିକ ପଦକ୍ଷେପ ଭାବରେ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ , ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କରେ ଟ୍ୟୁସନ ଫି ର ବୃଦ୍ଧି ଇତ୍ୟାଦି ପ୍ରସଙ୍ଗକୁ ଯୁବ ପ୍ରତିଯୋଗୀ ମାନେ ଖୁବ ନିଖୁଣ ଭାବରେ ଉପସ୍ଥାପନ କରିଥିଲେ । ଶେଷରେ କୃତ୍ତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଯୁବ ସଂସଦ ପ୍ରତିଯୋଗିତା ସ୍କୁଲ ପିଲାଙ୍କୁ ଉତ୍ସାହିତ କରିବ। ଆମ ସମ୍ବିଧାନ ହିସାବରେ ଗଣତନ୍ତ୍ରରେ ସରକାର କିଭଳି ଗଢା ହୁଏ ଏବଂ ସରକାର କିଭଳି ପରିଚାଳିତ ହୁଏ ନିଶ୍ଚିତ ଭାବେ ପିଲାମାନେ ଏ ପ୍ରତିଯୋଗିତାରୁ ଅବଗତ ହେବେ । ଆମ ଶିକ୍ଷା ବ୍ୟବସ୍ଥାରେ ପାଠ ପଢିବା ଏବଂ ତାକୁ ବାସ୍ତବରେ କାର୍ଯ୍ୟକାରୀ କରିବା ଅତ୍ୟନ୍ତ ଉପାଦେୟ । ଏହି ଯୁବ ସଂସଦ କାର୍ଯ୍ୟକ୍ରମ ସମ୍ପର୍କରେ ପିଲାମାନଙ୍କର ଜାଣିବାର ଆବଶ୍ୟକତା ରହିଛି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

ବଲାଙ୍ଗୀର ପାଟଣାଗଡ଼ ସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଅଭିଳାଷ ପଣ୍ଡା ବାଚସ୍ପତି ଭୂମିକାରେ ଭାଗ ନେଇଥିଲେ । ତାଙ୍କ ମତରେ ଯୁବ ସଂସଦ ଖୁବ ମନୋରଞ୍ଜନ ଯୋଗାଇଛି । ଗଣତନ୍ତ୍ରର ମନ୍ଦିରରେ କିଭଳି କାର୍ଯ୍ୟକ୍ରମ ହୋଇଥାଏ ସେ ନେଇ ଆଜି ବାସ୍ତବ ଜ୍ଞାନ ଉପଲବ୍ଧ ହୋଇଛି । ସରକାର ଓ ବିରୋଧୀଦଳଙ୍କ କାର୍ଯ୍ୟକଳାପ ବିଷୟରେ ଜାଣିବାକୁ ମିଳିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Intro:ରାଜ୍ୟସ୍ତରୀୟ ଯୁବ ସାଂସଦ ପ୍ରତିଯୋଗିତାରେ ଯୁବ ପ୍ରତିଭାଙ୍କ ପଦର୍ଶନ।

Body:ଭାରତୀୟ ଗଣତନ୍ତ୍ରର ପ୍ରକୃଷ୍ଟ ଆଲୋଚନାସ୍ଥଳ ଭାବେ ପରିଚିତ ସଂସଦର କାର୍ଯ୍ୟକଳାପ ସମୂହକୁ ଭବିଷ୍ୟତ ନାଗରିକ ମାନଙ୍କୁ ଅବଗତ କରାଇବା ଉଦେଶ୍ୟରେ ରାଜ୍ୟସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ବୁଧବାର ଭୁବନେଶ୍ୱରରେ ଶିକ୍ଷକ ଶିକ୍ଷା ନିର୍ଦ୍ଧେଶାଲୟ ଓ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍କୁଲର ୩୨ ଜଣ ଛାତ୍ର ଛାତ୍ରୀମାନଙ୍କୁ ନେଇ ଯୁବ ସଂସଦ ପ୍ରତିଯୋଗିତା ଆୟୋଜିତ ହୋଇଛି।

ଏହି ଯୁବ ସଂସଦ ପ୍ରତିଯୋଗିତାରେ ଜିଲ୍ଲାସ୍ତରରୁ ବଛାହୋଇ ଆସିଥିବା ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଯୋଗିମାନେ ଶାସକ ଓ ବିରୋଧୀ ଦଳର ନେତାମାନଙ୍କର ଭୂମିକା ଅତ୍ୟନ୍ତ ନିଖୁଣ ଭାବରେ ତୁଲାଇ ଥିଲେ।ଭାରତର ସାମ୍ପ୍ରତିକ ରାଜନୈତିକ ପଦକ୍ଷେପ ଭାବରେ କାଶ୍ମୀରରୁ ଧାରା ୩୭୦ ଉଛେଦ ,ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କରେ ଟିଉସନ ଫିର ବୃଦ୍ଧି ଇତ୍ୟାଦି ପ୍ରସଙ୍ଗକୁ ଯୁବ ପ୍ରତିଯୋଗୀ ମାନେ ଖୁବ ନିଖୁଣ ଭାବରେ ଉପସ୍ଥାପନ କରିଥିଲେ।ଶେଷରେ କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା।

ଏ ଯୁବ ସଂସଦ ପ୍ରତିଯୋଗିତା ସ୍କୁଲ ପିଲାମାନଙ୍କୁ ଉତ୍ସାହିତ କରିବ।ପୃଥିବୀର ସବୁଠୁ ବଡ ଗଣତନ୍ତ୍ର ହେଉଛି ଭାରତ।ଆମ ସମ୍ବିଧାନ ହିସାବରେ ଗଣତନ୍ତ୍ରରେ ସରକାର କିଭଳି ଗଢା ହୁଏ ଏବଂ ସରକାର କିଭଳି ପରିଚାଳିତ ହୁଏ ନିଶ୍ଚିତ ଭାବେ ପିଲାମାନେ ଏ ପ୍ରତିଯୋଗିତାରୁ ଅବଗତ ହେବେ।ଆମ ଶିକ୍ଷା ବ୍ୟବସ୍ଥାରେ ପାଠ ପଢିବା ଏବଂ ତାକୁ ବାସ୍ତବରେ କାର୍ଯ୍ୟକାରୀ କରିବା ଅତ୍ୟନ୍ତ ଉପାଦେୟ।ଏ ଯୁବ ସାଂସଦ କାର୍ଯ୍ୟକ୍ରମ ସମ୍ପର୍କରେ ପିଲାମାନଙ୍କର ଜାଣିବାର ଆବଶ୍ୟକତା ରହିଛି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ବଲାଙ୍ଗୀର ପାଟଣାଗଡ଼ ସ୍କୁଲର ୧୦ ମ ଶ୍ରେଣୀ ଛାତ୍ର ଅଭିଳାଷ ପଣ୍ଡା ବାଚସ୍ପତି ଭୂମିକାରେ ଭାଗ ନେଇଛନ୍ତି।ତାଙ୍କ ମତରେ ଯୁବ ସଂସଦ ଖୁବ ମନୋରଞ୍ଜନ ଯୋଗାଇଛି।ଗଣତନ୍ତ୍ରର ମନ୍ଦିରରେ କିଭଳି କାର୍ଯ୍ୟକ୍ରମ ହୋଇଥାଏ ସେ ନେଇ ଆଜି ବାସ୍ତବ ଜ୍ଞାନ ଉପଲବ୍ଧ ହୋଇଛି।ସରକାର,ବିରୋଧୀଦଳଙ୍କ କାର୍ଯ୍ୟକଳାପ ବିଷୟରେ ଜାଣିବାକୁ ମିଳିଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.