ETV Bharat / city

ସ୍କୁଲ ଛାତ୍ରଛାତ୍ରୀ ପାଳିଲେ ବିଶ୍ଵ ବରିଷ୍ଠ ନାଗରିକ ଦିବସ - world old citizen day

ଭୁବନେଶ୍ବର ସ୍ଥିତ କ୍ୟାପିଟାଲ ହାଇସ୍କୁଲରେ ପାଳିତ ହୋଇଯାଇଛି ବିଶ୍ବ ବରିଷ୍ଠ ନାଗରିକ ଦିବସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 1, 2019, 6:45 PM IST

ଭୁବନେଶ୍ବର: ସମଗ୍ର ବିଶ୍ବ ପାଳୁଛି ବରିଷ୍ଠ ନାଗରିକ ଦିବସ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ବିଭିନ୍ନ ସ୍କୁଲରେ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ସ୍ଥିତ କ୍ୟାପିଟାଲ ସ୍କୁଲରେ ପାଳିତ ହୋଇଛି ବରିଷ୍ଠ ନାଗରିକ ଦିବସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ସ୍କୁଲର ପୂର୍ବତନ ଶିକ୍ଷକ ଓ ଶିକ୍ଷୟତ୍ରୀ । ପୁଣି ଥରେ ଗୁରୁ-ଶିଷ୍ୟ ସମ୍ପର୍କ ଯୋଡିବାର ରାଜ୍ୟ ସରକାର ଯେଉଁ ପ୍ରୟାସ କରିଛନ୍ତି ସେଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ବରିଷ୍ଠ ଶିକ୍ଷକ ଓ ଶିକ୍ଷୟତ୍ରୀ ବୃନ୍ଦ ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଗପ କହିବା ସହ ସ୍କୁଲ ସମୟର ଅନୁଭୂତିକୁ ବଖାଣିଛନ୍ତି । ଏହି ଅବସରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଓ ପ୍ରଧାନ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ସ୍କୁଲ ଛାତ୍ରଛାତ୍ରୀ ପାଳିଲେ ବିଶ୍ଵ ବରିଷ୍ଠ ନାଗରିକ ଦିବସ।

ସମଗ୍ର ବିଶ୍ୱ ପାଳୁଛି ବିଶ୍ୱ ବରିଷ୍ଠ ନାଗରିକ ଦିବସ। ରାଜ୍ୟ ସରକାରଙ୍କର ନିର୍ଦେଶ କ୍ରମେ ସମସ୍ତ ସରକାରୀ ସ୍କୁଲ ମାନଙ୍କରେ ପୂର୍ବତନ ବରିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେବେ। ତେବେ ଏହି ଅବସରରେ କ୍ୟାପିଟାଲ ସ୍କୁଲ ରେ ପୂର୍ବତନ ପ୍ରଧାନ ଶିକ୍ଷକ ଓ ଗଣିତ ଶିକ୍ଷକଙ୍କୁ ସ୍ୱାଗତ କରାଯାଇଥିଲା।

Body:
ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ସମସ୍ତ ସରକାରୀ ସ୍କୁଲ ଗୁଡିକରେ ବିଭିନ୍ନ କାର୍ଯ୍ୟକ୍ରମ ହେଉଛି। କିନ୍ତୁ ସେହି ସ୍କୁଲ ର ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ପାଇଁ ଆଜି ଏକ ସ୍ୱଭାଗ୍ୟର ଦିନ ଅଟେ। ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବା ସହ ପୁଣି ଥରେ ଗୁରୁ ଶିଷ୍ୟ ର ସମ୍ପର୍କ ଯୋଡିଛନ୍ତି। ଦୀର୍ଘ ଦିନ ଧରି ପିଲାଙ୍କୁ ପାଠ ପଢେଇବା ସହ ଅବସର ପରେ ଏକାକୀ ଲାଗେ ଜୀବନ। ଆଜି ସ୍କୁଲ କୁ ପୁଣି ଥରେ ଆସି ବହୁତ ଖୁସି ଲାଗିବା ସହ ପୁଣି ଥରେ ବୟସ କମି ଯାଇଛି ବୋଲି କହିଛନ୍ତି।
ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କୁ ବିଭିନ୍ନ ଗପ କହିବା ସହ ହସ ଗପ କରିଛନ୍ତି। ଏହା ଚଡ଼ା ନିଜର ସ୍କୁଲ ସମୟର ଅନୁଭୂତି ବଖଣିଛନ୍ତି ଛତ୍ରଛାତ୍ରୀଙ୍କ ପାଖରେ।

ସ୍କୁଲ ଜୀବନ ସବୁବେଳେ ସ୍ମରଣୀୟ ଥିଲା ସ୍ମରଣୀୟ ହୋଇ ରହିବ।
ଅତିଥି ଭାବେ ଆସିଥିବା ଦୁଇ ଅବସରପ୍ରାପ୍ତ ଶିକ୍ଷକ କହିଛନ୍ତି ଯେ ବିଗତ ୨୦ ବର୍ଷ ତଳେ ସ୍କୁଲ ମାଟି ଘର ଥିଲା। ପଢିବା ପାଇଁ ଆଲୋକ ନଥିଲା। ସେହି ସ୍କୁଲରେ ପାଠ ପଢି ଅନେକ ପିଲା ଉଚ୍ଚ ଡା ପଦଵୀ ରେ ରହିଛନ୍ତି। ଅନେକ ପିଲା ଦେଶ ବାହାରେ ମଧ୍ୟ ରହିଛନ୍ତି। ତେବେ ପ୍ରଥମ କଥା ଗୁରୁ ଶିଷ୍ୟ ସହ ଉତ୍ତମ ସମ୍ପର୍କ ରହିବା ଗୁରିଜନ ମାନଙ୍କୁ ଉଚିତ ସନମାନ କରିବା । ବର୍ତ୍ତମାନ ସମୟରେ ଯୁଗ ବଦଳିବା ସମୟରେ ସବୁକିଛି ବଦଳି ଯାଇଛି। ସେହି ସ୍ଥାନ ସେହି ସ୍କୁଲ କିନ୍ତୁ ସ୍କୁଲ ର ପରିବେଶ ବଦଳି ଯାଇଛି।

ଏହି ବରିଷ୍ଠ ଦିବସ ଅବସରରେ କ୍ୟାପିଟାଲ ସ୍କୁଲରେ ପୂର୍ବତାନ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରହିଥିବା ନିରଞ୍ଜନ ଚନ୍ଦ୍ର ପଣ୍ଡା, ଗଣିତ ଓ ବିଜ୍ଞାନ ଶିକ୍ଷକ ବାସୁଦେବ ମହାପାତ୍ରଙ୍କୁ ବରିଷ୍ଠ ନାଗରିକ ଦିବସ ଅବସରରେ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ପ୍ରଧାନ ଶିକ୍ଷୟତ୍ରୀ ସୋନାମିକା ରାୟ, ବରିଷ୍ଠ ଶିକ୍ଷକ ଦିଲୀପ କୁମାର ତ୍ରିପାଠୀ ଓ ସଂସ୍କୃତ ଶିକ୍ଷକ ଓ ଛାତ୍ର ଛାତ୍ରୀମାନେ ୱାସ୍ଥିତ ରହିଥିଲେ।

Byte- ନିରଞ୍ଜନ ଚନ୍ଦ୍ର ପଣ୍ଡା,
Byte- ବାସୁଦେବ ମହାପାତ୍ର।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.