ETV Bharat / city

ଜାନୁଆରୀ ପ୍ରଥମ ସପ୍ତାହରେ ଖୋଲିପାରେ ସ୍କୁଲ - school opening in odisha

ଆସନ୍ତା ବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ସ୍କୁଲ ଖୋଲିବାକୁ ସରକାର ଯୋଜନା କରୁଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

School may open in first week of January !
ଜାନୁଆରୀ ପ୍ରଥମ ସପ୍ତାହରେ ଖୋଲିବ ସ୍କୁଲ !
author img

By

Published : Dec 10, 2020, 1:53 PM IST

ଭୁବନେଶ୍ବର: ଆସନ୍ତା ଜାନୁଆରୀ ମାସର ପ୍ରଥମ ସପ୍ତାହରେ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି । ତେବେ ମୁଖ୍ୟତଃ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲାଯିବ ବୋଲି ସରକାର ଯୋଜନା କରିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

ଆସନ୍ତା ଜାନୁଆରୀ ମାସର ପ୍ରଥମ ସପ୍ତାହରେ ସ୍କୁଲ ଖୋଲାଯାଇ ପରୀକ୍ଷାମୂଳକ ଭାବରେ 100 ଦିନ ପାଠ ପଢାଯିବ । ଶନିବାର ଓ ରବିବାର ଛୁଟି ଦିନମାନଙ୍କରେ ମଧ୍ୟ କ୍ଲାସ କରାଯିବ । କିଛି ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ପିଲାମାନଙ୍କର ଷ୍ଟଡି ମ୍ୟାଟେରିଆଲର ଉଦଘାଟନ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ତେବେ କୋରୋନା ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ଚଳିତ ବର୍ଷ ମାର୍ଚ୍ଚ ମାସଠାରୁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନକୁ ରାଜ୍ୟ ସରକାର ବନ୍ଦ କରିଦେଇଥିଲେ । ପିଲାମାନଙ୍କୁ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ କରାଯାଉଥିଲା । ବର୍ଷ ଶେଷରେ ବିଦ୍ୟାଳୟ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିଲେ ହେଁ ପରେ ଏହାକୁ ପରିବର୍ତ୍ତନ କରିଥିଲେ । କାରଣ ଶୀତ ଦିନରେ କୋରୋନାର ଦ୍ବିତୀୟ ଲହରୀ ଆସିବାର ଆଶଙ୍କା କରାଯାଇଥିଲା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.