ETV Bharat / city

ଶିକ୍ଷାମନ୍ଦିରରେ ଲୁଟ: ଚାଲିଛି ଅନଲାଇନ ପାଠପଢା, ବଢୁଛି ସ୍କୁଲ ଫି’ - ଚାଲିଛି ଅନଲାଇନ ପାଠପଢା, ବଢିଛି ସ୍କୁଲ ଫି

ଅନଲାଇନ ପାଠ୍ୟକ୍ରମ ଆଳରେ ଘରୋଇ ସ୍କୁଲ ଗୁଡିକର ଫି ଆଦାୟକୁ ନେଇ ଉଠିଛି ବିବାଦ । କାରଣ ଲକଡାଉନ କାରଣରୁ ଲମ୍ବା ସମୟ ଧରି ବନ୍ଦ ରହିଛି ସ୍କୁଲ ପାଠ ପଢା । ସ୍କୁଲ ବନ୍ଦ, କଲେଜ ବନ୍ଦ ,ପରୀକ୍ଷା ବି ଘୁଞ୍ଚିଛି । କିନ୍ତୁ ଆଗକୁ ଆସୁଛି ପରୀକ୍ଷା । ତେଣୁ ତାରି ଆଳରେ ଅନଲାଇନ ପାଠ ପଢା ଆରମ୍ଭ କରିଛନ୍ତି ବିଭିନ୍ନ ସ୍କୁଲ ଓ କଲେଜ । ଆଉ ନେଉଛନ୍ତି ପୁଳା ପୁଳା ଟଙ୍କା । ଦେଖନ୍ତୁ ଇଟିଭି ଭାରତର ସ୍ପେସିଆଲ ରିପୋର୍ଟ ।

ଶିକ୍ଷାମନ୍ଦିରରେ ଲୁଟ: ଚାଲିଛି ଅନଲାଇନ ପାଠପଢା, ବଢିଛି ସ୍କୁଲ ଫି

author img

By

Published : May 17, 2020, 4:26 PM IST

Updated : May 17, 2020, 7:51 PM IST

ଭୁବନେଶ୍ବର: ଲକଡାଉନ ଯୋଗୁଁ ଜୀବନ ଜୀବିକା ଠପ ହୋଇପଡିଛି । ଜୀବିକା କୋରୋନା ଛଡାଇ ନେଇଥିବା ବେଳେ ଜୀବନ ବଞ୍ଚାଇବା ଚିନ୍ତା ବି ଘାରୁଛି । ଆଉ ଏପରିସ୍ଥଳେ ପିଲାଙ୍କ ସ୍କୁଲ ଫି ବୃଦ୍ଧି ଅଭିଭାବକଙ୍କ ପାଇଁ ବଢାଇଛି ଟେନସନ । ପାଖାପାଖି 2 ମାସ ଧରି ସ୍କୁଲ କଲେଜ ବନ୍ଦ ରହିଛି । ଫଳରେ ପରୀକ୍ଷା ତାରିଖ ମଧ୍ୟ ଘୁଞ୍ଚାଯାଇଛି । ଏହି ଆଳରେ ଅନଲାଇନ ପାଠ ପଢା ଆରମ୍ଭ କରିଛନ୍ତି ବିଭିନ୍ନ ସ୍କୁଲ ଓ କଲେଜ । ମାତ୍ର ଶିକ୍ଷା ନାଁ ରେ ଚାଲିଛି ବ୍ୟବସାୟ । ଆଉ ନିଆ ଯାଉଛି ମନଇଚ୍ଛା ଫି । ଏନେଇ ଅଭିଭାବକମାନେ ଅଭିଯୋଗ କରିବା ସହ ତିନି ମାସର ସ୍କୁଲ ଫି ଛାଡ କରିବାକୁ ଦାବି କରିଛନ୍ତି ।

ଶିକ୍ଷାମନ୍ଦିରରେ ଲୁଟ: ଚାଲିଛି ଅନଲାଇନ ପାଠପଢା, ବଢିଛି ସ୍କୁଲ ଫି

ଲକଡାଉନ ଯୋଗୁଁ କାହାର ବେପାର ମାନ୍ଦା । ତ କାହଲ ପୁରା ଦରମା ବି ଆକାଉଣ୍ଟୁକୁ ଆସିନି । ସେପଟେ ପୁରା ପରିବାରର ଭରଣପୋଷଣ କରିବା ସହ ସ୍କୁଲ ଫି ଦେବା ଅଭିଭାବକଙ୍କ ପାଇଁ କାଠିଗର ପାଠ ହୋଇଯାଇଛି । ହେଲେ ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକଙ୍କ ଅଭିଯୋଗକୁ ଘଣ୍ଡନ କରିଛନ୍ତି । ଏହା ସମ୍ପୂର୍ଣ୍ଣ ଅବାସ୍ତବ ଏବଂ ସରକାରଙ୍କ ଗାଇନଲାଇନକୁ ଅକ୍ଷରେ ଅକ୍ଷରେ ପାଳନ ହେଉଛି ବୋଲି କହିଛନ୍ତି । କେଉଁଠି କୌଣସି ବ୍ୟତିକ୍ରମ ହୋଇନାହିଁ । ଯଦି କାହାର ଅଭିଯୋଗ ରହିଛି ସେମାନେ ଆସି ଆଲୋଚନା କରନ୍ତୁ ବୋଲି କହିଛନ୍ତି । ଅନଲାଇନ ପାଠ ପଢ଼ାରେ କୌଣସି ଛାତ୍ର ଛାତ୍ରୀଙ୍କୁ ହଇରାଣ କରାଯାଉନାହିଁ । ଯେହେତୁ ପାଠ୍ୟକ୍ରମ ପଛେଇଯିବ ସେଥିପାଇଁ ଡିଜିଟାଲ କ୍ଲାସ କରିବାକୁ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ରାଜ୍ୟ ଘରୋଇ ସ୍କୁଲ ସଂଘର ସଭାପତି ବଦ୍ରି ନାରାୟଣ ପଟ୍ଟନାୟକ ।

ଲକଡାଉନରେ ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ପିଲାଙ୍କୁ ଶିକ୍ଷା ଦାନ କରିବା ସ୍ବାଗତ ଯୋଗ୍ୟ ପଦକ୍ଷେପ ନିଶ୍ଚୟ । କିନ୍ତୁ ଏହି ଘଡିସନ୍ଧି ମୂହୂର୍ତ୍ତରେ ଘରୋଇ ସ୍କୁଲଗୁଡିକ ଅଭିଭାବକଙ୍କୁ ଲୁଟିବା କେତେ ଦୂର ଠିକ । ଏହି ଦିଗରେ ସରକାର ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : May 17, 2020, 7:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.