ETV Bharat / city

ମହାମାରୀ ସମୟରେ ସ୍କୁଲ ଶିକ୍ଷାର ସର୍ଭେ: ଟ୍ୟୁସନ ଉପରେ ଅଧିକ ନିର୍ଭରଶୀଳ ଛାତ୍ରଛାତ୍ରୀ

କୋରୋନା ଓଡ଼ିଶାର ସ୍କୁଲ ଶିକ୍ଷା ଉପରେ ପଡିଛି ପ୍ରଭାବ । ଏନେଇ ଏକ ସର୍ଭେରୁ ଜଣାପଡିଛି । ଏନେଇ ରିପୋର୍ଟ ଦେଇଛି ଆନୁଆଲ ଷ୍ଟାଟସ ଅଫ ଏଜୁକେସନ ରିପୋର୍ଟ ( ଅସର)। ଅଧିକ ପଢନ୍ତୁ

author img

By

Published : Nov 17, 2021, 10:24 PM IST

ମହାମାରୀ ସମୟରେ ସ୍କୁଲ ଶିକ୍ଷାର ସର୍ଭେ; ଟ୍ୟୁସନ ଉପରେ ଅଧିକ ନିର୍ଭରଶୀଳ ଛାତ୍ରଛାତ୍ରୀ

ଭୁବନେଶ୍ବର : ମହାମାରୀ କୋରୋନା ଓଡ଼ିଶାର ସ୍କୁଲ ଶିକ୍ଷା ଉପରେ କିପରି ଭାବରେ ପ୍ରଭାବ ପକାଇଛି ତାହା ଏକ ସର୍ଭେରୁ ଜଣାପଡିଛି। ଅନେକ ଲୋକଙ୍କ ମନରେ ସନ୍ଦେହ ଥିଲା । କିନ୍ତୁ ଏ ରିପୋର୍ଟ ଏବେ ସେ ସନ୍ଦେହ ଦୂର କରିଛି । ଏନେଇ ବାର୍ଷିକ ରିପୋର୍ଟ ଦେଇଛି ଆନୁଆଲ ଷ୍ଟାଟସ ଅଫ ଏଜୁକେସନ ରିପୋର୍ଟ ( ଅସର) । ଏହି ରିପୋର୍ଟରେ ଦର୍ଶାଇଛି ରାଜ୍ୟରେ କୋରୋନା ସମୟରେ ସ୍କୁଲ ବନ୍ଦ ରହିଥିବାବେଳେ ଅନେକ ପିଲା ଟ୍ୟୁସନକୁ ଆପଣାଇଛନ୍ତି। ଏହାସହ କୋରୋନା ସମୟରେ ଛାତ୍ରଛାତ୍ରୀଙ୍କ ନିକଟକୁ ମୋବାଇଲ ଫୋନ ମିଳିଛି ।

2018 ମସିହାରେ ଏହା 26 ପ୍ରତିଶତ ରହିଥିବାବେଳେ ବର୍ତ୍ତମାନ ଏହା 65 ପ୍ରତିଶତରେ ପହଞ୍ଚିଛି । ବର୍ଷକୁ 14 ପ୍ରତିଶତ ଅଧିକ ପିଲା ଯାଉଛନ୍ତି ଟିୟୁସନ । 2021ରେ ସରକାରୀ ସ୍କୁଲରେ ବଢିଛି ନାମଲେଖା। ସରକାରୀ ସ୍କୁଲରେ 2020ରେ ପିଲାଙ୍କ ନାମ ଲେଖା 81 ପ୍ରତିଶତ ଥିଲାବେଳେ 2021ରେ 84 ପ୍ରତିଶତକୁ ବଢିଛି । ସ୍କୁଲ ଶିକ୍ଷା କୋରୋନା ସମୟରେ ବନ୍ଦ ଥିବାରୁ ଛାତ୍ରଛାତ୍ରୀ ଟ୍ୟୁସନ ମୁହାଁ ହୋଇଛନ୍ତି।

2020 ମସିହାରେ 52 ପ୍ରତିଶତ ପିଲାମାନେ ଟିୟୁସନ ଯାଉଥିବାବେଳେ 2021ରେ ଏହା ବଢି 66 ପ୍ରତିଶତରେ ପହଞ୍ଚିଛି। ଏହାସହ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ ମଧ୍ୟ ବଢିଛି। 2018 ମସିହାରେ ଏହା 26 ପ୍ରତିଶତ ରହିଥିବା ବେଳେ ବର୍ତ୍ତମାନ ଏହା 65 ପ୍ରତିଶତରେ ପହଞ୍ଚିଛି। ଘରେ ରହି ବହି ମାଧ୍ୟମରେ ରାଜ୍ୟରେ ପଢୁଛନ୍ତି 68 ପ୍ରତିଶତ ପିଲା। ଟିଭି ଓ ଅନ୍ୟନ୍ୟା ମାଧ୍ୟମରେ ପଢୁଛନ୍ତି 19 ପ୍ରତିଶତ ପିଲା । ଏହାସହ ଅନଲାଇନରେ ମାତ୍ର 31 ପ୍ରତିଶତ ପିଲା କ୍ଳାସ କରୁଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.