ETV Bharat / city

ସ୍ବାସ୍ଥ୍ୟ ବିଶେଷଜ୍ଞ କହିଲେ ସହଜ ହେଉ ପରୀକ୍ଷା, ପାଠପଢ଼ା ପ୍ରେସର ନ ଦେବାକୁ ଅଭିଭାବକ ସଙ୍ଘର ଅନୁରୋଧ

author img

By

Published : Feb 12, 2022, 4:39 PM IST

ସ୍କୁଲ ଖୋଲିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଅଭିଭାବକ ମହାସଙ୍ଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର । ପିଲାଙ୍କ ପରୀକ୍ଷା ଜଟିଳ ନକରି ସହଜ କରିବା ସହିତ ପିଲାଙ୍କୁ ସୁହାଇଲା ଭଳି ପଦକ୍ଷେପ ନେବାକୁ କୁହାଯାଇଛି । ଅଧିକ ପଢନ୍ତୁ

ହଠାତ ପାଠପଢ଼ା ଓ ପରୀକ୍ଷାର ଚାପ ନଦିଅନ୍ତୁ ସ୍କୁଲ କର୍ତ୍ତୃପକ୍ଷ: ବାସୁଦେବ ଭଟ୍ଟ

ଭୁବନେଶ୍ବର: ସ୍କୁଲ ଖୋଲିବା ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଅଭିଭାବକ ମହାସଙ୍ଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ । ସେ କହିଛନ୍ତି, କରୋନା ମହାମାରୀରେ ଦୀର୍ଘ 2 ବର୍ଷରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡି ପଡିଛି । ଧୀରେଧୀରେ ସଂକ୍ରମଣ କମିବା ମାତ୍ରେ ଶିକ୍ଷାନୁଷ୍ଠାନ ଖୋଲାଯାଉଛି । ପୁଣିଥରେ ପିଲାମାନେ ସ୍କୁଲ ଯିବା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି । ହଠାତ୍ ପାଠପଢା ଓ ପରୀକ୍ଷାର ଚାପ ନଦିଅନ୍ତୁ ସରକାର।

ଅଭିଭାବକ ମାନେ ଚାହୁଁଛନ୍ତି ପ୍ରଥମେ ସ୍କୁଲ ଖୋଲାଯାଉ ଓ ପରେ ପରୀକ୍ଷା କରାଯାଉ। ପିଲାମାନଙ୍କୁ ଚାପଗ୍ରସ୍ତ କରାନଯାଉ ବୋଲି କହିଛନ୍ତି ଅଭିଭବାକ ମହସଙ୍ଘର ଅଧକ୍ଷ ବାସୁଦେବ ଭଟ୍ଟ। ସେ ମଧ୍ୟ କହିଛନ୍ତି ଯେ, ଯଦି ପିଲାମାନେ ଚାପରେ ରୁହନ୍ତି ତେବେ ସ୍କୁଲ ଯିବାକୁ ଡରିବେ ଓ ଲୁଚିବେ। ଗୋଟିଏ ସମୟରେ ଉଭୟ ଇଂରାଜୀ ଓ ଓଡିଆ ମାଧ୍ୟମ ଲାଗି ଏକାଡେମିର କ୍ୟାଲେଣ୍ଡର ଆରମ୍ଭ ହେଉ । ଦୁଇମାସ ପାଠ ପଢାଯାଉ ଓ ପରୀକ୍ଷା ହେଉ ବୋଲି ନିବେଦନ କରିଛି ଅଭିଭାବକ ସଂଘ ।

ସେହିପରି ଡାକ୍ତର ନିରଜ ମିଶ୍ର କହିଛନ୍ତି ଯେ, ପିଲାମାନେ ଯେଭଳି ଚାପଗ୍ରସ୍ତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ପିଲାମାନଙ୍କର ଯଦି ପରୀକ୍ଷା କରାଯାଏ ତେବେ ସହଜ ଭାବରେ ହେବା ଆବଶ୍ୟକ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.