ETV Bharat / city

ସ୍କୁଲ ଫେରିବେ ଡ୍ରପ୍ଆଉଟ ଛାତ୍ରଛାତ୍ରୀ, ପ୍ଲାନ ପ୍ରସ୍ତୁତ କହିଲେ ଗଣଶିକ୍ଷା ମନ୍ତ୍ରୀ

author img

By

Published : May 14, 2022, 5:24 PM IST

ସ୍କୁଲ ଆସୁନାହାନ୍ତି 30 ପ୍ରତିଶତ ଛାତ୍ରଛାତ୍ରୀ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଅଧିକ ପଢନ୍ତୁ

ଆରମ୍ଭ ହୋଇଛି ପକ୍ରିୟା, ସ୍କୁଲ ଫେରିବେ ଡ୍ରପ୍ଆଉଟ ଛାତ୍ରଛାତ୍ରୀ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ସ୍କୁଲ ଆସୁନାହାନ୍ତି 30 ପ୍ରତିଶତ ଛାତ୍ରଛାତ୍ରୀ । ଯାହାକୁ ନେଇ ଚିନ୍ତା ପ୍ରକାଶ କରିଛି ଗଣଶିକ୍ଷା ବିଭାଗ । ଡ୍ରପ୍ଆଉଟ୍ ପିଲାଙ୍କୁ ସ୍କୁଲ ଫେରାଇ ଆଣିବା ପାଇଁ ବ୍ୟବସ୍ଥା ହେଉଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏନେଇ ଗଣଶିକ୍ଷା ସଚିବ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଥିବା ଜଣାପଡ଼ିଛି । ଅଫଲାଇନ କ୍ଳାସ କାହିଁକି କରୁନାହାନ୍ତି ସେ ନେଇ ତର୍ଜମା ଆରମ୍ଭ ହୋଇଛି । ଶିକ୍ଷକ, ସ୍କୁଲ ମ୍ୟାନେଜମେଣ୍ଟ କମିଟି, ସରପଞ୍ଚ ଓ ଏସ.ଏଚ.ଜି ମହିଳା ଏ ନେଇ କାରଣ ଖୋଜିବେ। ଘର ଘର ବୁଲି ଅଭିଭାବକଙ୍କ ସହ କଥା ହୋଇ ପିଲାଙ୍କୁ ସ୍କୁଲ ଫେରାଇ ଆଣିବାକୁ ପ୍ରୟାସ କରାଯିବ । ଚଳିତ ବର୍ଷ 70 ପ୍ରତିଶତ ଛାତ୍ରଛାତ୍ରୀ ସ୍କୁଲ ଆସିଥିବା ବେଳେ 30 ପ୍ରତିଶତ ପିଲା ସ୍କୁଲ ଆସିନାହାନ୍ତି । 100 ପ୍ରତିଶତ ସ୍କୁଲ ଉପସ୍ଥାନ ସଂଖ୍ୟା ରଖିବାକୁ ଗଣଶିକ୍ଷା ବିଭାଗ ନୂଆ ପଦକ୍ଷେପ ନେଇଛି । ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ଏ ବାବଦରେ ଧ୍ୟାନ ଦେବେ ।

ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକଙ୍କ ସହ ଯୋଗାଯୋଗରେ ରହିବେ । ଗାଁର ସରପଞ୍ଚ, ଏସଏଚଜିର ମହିଳା ମାନଙ୍କ ସହ ଆଲୋଚନା କରି କେଉଁ ଗାଁରେ କେତେ ଛାତ୍ରଛାତ୍ରୀ ସ୍କୁଲ ଆସୁନାହାନ୍ତି ତାର ତଦାରଖ କରିବେ। ଆସନ୍ତା ଶିକ୍ଷା ବର୍ଷରେ ସବୁ ପିଲା କେମିତି ଉପସ୍ଥିତ ରହିବେ ତା' ଉପରେ ଧ୍ୟାନ ଦିଆଯିବ । ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ଛାତ୍ରଛାତ୍ରୀ ପ୍ରସଙ୍ଗରେ ସ୍କୁଲକୁ ରିପୋର୍ଟ ମଗାଯାଇଛି । ୧୦ ଦିନ ସମୟ ଦିଆଯାଇଛି । ବର୍ତ୍ତମାନ ରିପୋର୍ଟ ଆସିବା ଆରମ୍ଭ ହୋଇଛି । ତଥ୍ୟ ଆସିବାକୁ କିଛି ସମୟ ଲାଗିବ । ଆସିଲା ପରେ ବାସ୍ତବ କାରଣ ଜଣାପଡିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ମାଲକାନଗିରି, ବୌଦ୍ଧ, ଗଜପତି, ସମ୍ବଲପୁର, ନୂଆପଡା ଜିଲ୍ଲାରେ ପ୍ରଥମରୁ 5ମ ଶ୍ରେଣୀ ପିଲାଙ୍କ ଉପସ୍ଥାନ ରାଜ୍ୟ ହାରଠାରୁ କମ ରହିଛି । ସେହିଭଳି ଅଷ୍ଟମ ପାସ ପରେ ଅନେକ ପିଲା ନବମ ଶ୍ରେଣୀରେ ନାମ ଲେଖାଇନାହାନ୍ତି । ଏଣୁ ପାଠ ଛାଡିଥିବା ପିଲାଙ୍କୁ ସ୍କୁଲ ଆଣିବା ଉପରେ ଗୁରୁତ୍ବ ଦିଆଯାଇଛି । ମହାମାରୀରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଫଳରେ 2 ବର୍ଷ ଧରି ପିଲାମାନେ ପାଠପଢାରୁ ବଞ୍ଚିତ ରହିଛନ୍ତି । ଏଣୁ ୨ ବର୍ଷ ପରେ ପାଠ ପ୍ରତି ଆଗ୍ରହ ନ ରହିବାରୁ ଅଧାରୁ ପାଠ ଛାଡ଼ୁଛନ୍ତି ।

ପିଲାଙ୍କୁ ସ୍କୁଲ ଓ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ମାଗଣା ଫି, ୟୁନିଫର୍ମ, ମଧ୍ୟାହ୍ନ ଭୋଜନ ସହ ମେଧାବୃତ୍ତି (Scholarship) ଭଳି ବିଭିନ୍ନ ଯୋଜନା କରିଛନ୍ତି । ତା ପରେ ମଧ୍ୟ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତି ଚିନ୍ତାର କାରଣ ପାଲଟିଛି । ଏବେ କାରଣ ଖୋଜାରେ ବ୍ୟସ୍ତ ସ୍କୁଲ ଓ ଗଣଶିକ୍ଷା ବିଭାଗ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.