ETV Bharat / city

ଫର୍ମଫିଲପ୍‌ କରି ଦଶମ ପିଲା ପରୀକ୍ଷା ନଦେବା ପ୍ରସଙ୍ଗ, ତଦନ୍ତ ହେବ କହିଲେ ବିଭାଗୀୟ ମନ୍ତ୍ରୀ - ଫର୍ମଫିଲପ୍‌ କରି ଦଶମ ପିଲା ପରୀକ୍ଷା ନଦେବା ପ୍ରସଙ୍ଗ

ଫର୍ମଫିଲପ୍‌ କରି ଦଶମ ପିଲା ପରୀକ୍ଷା ନଦେବା ପ୍ରସଙ୍ଗ । ଏ ନେଇ ବିଭାଗ ତର୍ଜମା କରୁଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ

ଫର୍ମଫିଲପ୍‌ କରି ଦଶମ ପିଲା ପରୀକ୍ଷା ନଦେବା ପ୍ରସଙ୍ଗ, ତଦନ୍ତ ହେବ କହିଲେ ବିଭାଗୀୟ ମନ୍ତ୍ରୀ

author img

By

Published : May 9, 2022, 7:38 PM IST

ଭୁବନେଶ୍ବର: ମାଟ୍ରିକ ପରୀକ୍ଷାରେ ଫର୍ମଫିଲପ୍‌ କରି ଛାତ୍ରଛାତ୍ରୀ ପରୀକ୍ଷା ନଦେବା ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ବିଦ୍ୟାଳୟ ଓ ଗଣିଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । 8ମରୁ ଦଶମ ପର୍ଯ୍ୟନ୍ତ ପିଲା ସିଧାସଳଖ ଯାଇଥିବାରୁ ସମସ୍ତଙ୍କ ଫର୍ମଫିଲପ କରାଗଲା । ତେବେ ଫର୍ମଫିଲପ ହୋଇଥିବା ପିଲା କାହିଁକି ପରୀକ୍ଷା ଦେଲେନି, ତଦନ୍ତ ହେବ । ପରୀକ୍ଷାରେ ଅନୁପସ୍ଥିତ କାରଣ ପାଇଁ ଡିଇଓ ଓ ବିଇଓଙ୍କୁ ତଦନ୍ତ ନିର୍ଦ୍ଦେଶ ହୋଇଛି ବୋଲି ସେ କହିଛନ୍ତି ।

ଏ ନେଇ ମନ୍ତ୍ରୀ କହିଛନ୍ତି ଯେ, "କୋଭିଡ଼ ଯୋଗୁଁ ସବୁ ପିଲାଙ୍କ ଫର୍ମଫିଲପ୍ ଫି ଛାଡ଼ କରିଥିଲେ ସରକାର । ରାଜ୍ୟରେ କୋରୋନା ମହାମାରୀ ପାଇଁ ସମସ୍ତ ଶ୍ରେଣୀର ପିଲାଙ୍କୁ ବିନା ପରୀକ୍ଷାରେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯାଇଥିଲା । ପ୍ରତ୍ୟେକ ବର୍ଷ ଫର୍ମଫିଲପ୍‌ ସମୟରେ ଛାତ୍ରଛାତ୍ରୀଙ୍କୁ ଦେୟ ଦେବାକୁ ପଡୁଥିଲା । ଯେହେତୁ ୨ ବର୍ଷ ଧରି କୋରୋନା ମହାମାରୀ ଲାଗି ରହିଛି, ତେଣୁ ସମସ୍ତ ପରୀକ୍ଷାର ଫର୍ମଫିଲପ୍‌ ବିନା ଦେୟରେ କରାଯାଇଛି । କୌଣସି ଦେୟ ଛାତ୍ରଛାତ୍ରୀ ଦେବେ ନାହିଁ । ଏହି ଦେୟ ରାଜ୍ୟ ସରକାର ବହନ କରିବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।"

ଫର୍ମଫିଲପ୍‌ କରି ଦଶମ ପିଲା ପରୀକ୍ଷା ନଦେବା ପ୍ରସଙ୍ଗ, ତଦନ୍ତ ହେବ କହିଲେ ବିଭାଗୀୟ ମନ୍ତ୍ରୀ

ଯାହା ଫଳରେ ବିନା ଦେୟରେ ଫର୍ମଫିଲପ୍‌ କରାଯାଉଥିବାରୁ ସମସ୍ତ ଛାତ୍ରଛାତ୍ରୀ ଫର୍ମଫିଲପ୍‌ କରିଥିଲେ। ତେବେ ପରୀକ୍ଷା ସମୟରେ ଜଣାପଡିଲା ଯେ ଅଧିକାଂଶ ପିଲା ପରୀକ୍ଷା ଦେଇନାହାନ୍ତି । ଏନେଇ ଡିଇଓ ଏବଂ ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଏତେ ପିଲା ଅନୁପସ୍ଥିତ ରହିଲେ କାହିଁକି ? ପ୍ରତି ପିଲାର ଅନୁପସ୍ଥିତି ସଂପର୍କରେ ଠୋସ୍ କାରଣ କ’ଣ ? ପିଲା ଏବେ କେଉଁଠି ଅଛନ୍ତି ଓ କ’ଣ କରୁଛନ୍ତି ? ବର୍ତ୍ତମାନ ସେମାନଙ୍କର ସ୍ଥିତି କଣ ରହିଛି ? ଏହାକୁ ନେଇ ବିଭାଗ ତର୍ଜମା କରୁଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.