ଭୁବନେଶ୍ବର: ନିଯୁକ୍ତି ଦେବା ନାଁରେ ଠକେଇ। ରାଜ୍ୟରେ ଅନେକ ବେକାର ଯୁବକ ଯୁବତୀ ଚାକିରୀ ପାଇ ହଇରାଣ ହେଉଛନ୍ତି। ଏହାର ସୁଯୋଗ ନେଇ ଠକ ଚାକିରୀ ଦେବା ସଂସ୍ଥା ଚାକିରୀ ଦେବା ନାରେ ଆଶାୟୀ ଯୁବପିଢୀଙ୍କୁ ଜାଳରେ ପକାଉଛନ୍ତି। ରେଲଓ୍ବେ ଚାକିରୀ ଦେବା ନାଁରେ ଯୁବପିଢୀଙ୍କୁ ଠକେଇ ଅଭିଯୋଗରେ ପଶ୍ଚିମବଙ୍ଗର ଠକ ମହମ୍ମଦ ଆକ୍ରମକୁ ଗିରଫ କଲା ପୋଲିସ।
ସୂଚନାନୁସାରେ ରେଲଓ୍ବେ ଚାକିରୀ ଦେବା ନାଁରେ 14 ଲକ୍ଷ ଟଙ୍କା ଠକଛି ପଶ୍ଚିମବଙ୍ଗର ମାଷ୍ଟରମାଇଣ୍ଡ ମହମ୍ମଦ ଆକ୍ରମ । ତେବେ ସେ ପଶ୍ଚିମବଙ୍ଗରେ ରହି ଓଡିଶାରେ ତିଆରି କରିଥିଲା ଠକେଇର ପ୍ଲଟ। ମୁଖ୍ୟତଃ ନିରିହ ଚାକିରୀ ଆଶାୟୀ ଛାତ୍ର ଛାତ୍ରୀଙ୍କୁ ଟାର୍ଗେଟ କରି ଏଜେଣ୍ଟ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଠକୁଥିଲା ଏହି ଠକ। ଏନେଇ ସହିଦନଗର ଥାନାରେ ଅଭିଯୋଗ ହେବା ପରେ ପଶ୍ଚିମବଙ୍ଗ ଠକକୁ କମିଶନରେଟ ପୋଲିସ ଗିରଫ କରିଥିବା ସୂଚନା ମିଳିଛି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ