ଭୁବନେଶ୍ବର: ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ (Odisha Universities Amendment Act) ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହା ଉପରେ ୩ ମାସ ପାଇଁ ରହିତାଦେଶ ଲଗାଇଥିବା ବେଳେ ଏ ନେଇ ଓଡ଼ିଶା ସରକାରଙ୍କୁ ଜବାବ ମାଗିଛନ୍ତି କୋର୍ଟ । ଆସନ୍ତା ୨ ମାସ ପରେ ପୁଣି ଏହା ଉପରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି ।
ଏଥିରେ କୁଳପତିଙ୍କ କାର୍ଯ୍ୟକାଳ ସହ ଆଇନରେ ଅନେକ ସଂଶୋଧନ ହୋଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲା UGC । ଏହି ଆଇନର ବୈଧତାକୁ ସମର୍ଥନ କରି ଓଡ଼ିଶା ହାଇକୋର୍ଟ ପୂର୍ବରୁ ଏକ କ୍ଲିନ ଚିଟ୍ (Orissa HC had earlier given a clean chit) ଦେଇଥିଲେ । କିନ୍ତୁ ଏହାକୁ ଚ୍ୟାଲେଞ୍ଚ କରି ସୁପ୍ରିମକୋର୍ଟ ମଧ୍ୟ ଯାଇଥିଲେ ଜଣେ ପ୍ରଫେସର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ