ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ନକଲି ଶିକ୍ଷକଙ୍କୁ ସରକାରୀ ଛାଟ । ଏନେଇ ସମସ୍ତ ଶିକ୍ଷକଙ୍କର ଡାଟା ବେଶ ପ୍ରସ୍ତୁତ କରାଯିବ । ଚିହ୍ନଟ ଶିକ୍ଷକଙ୍କ ଠାରୁ ଅସୁଲ କରାଯିବ ଦରମା । ଯେଉଁ ଶିକ୍ଷକ ମାନେ ଧରାପଡିଛନ୍ତି ସେମାନଙ୍କର ତୁରନ୍ତ ମାମଲା ଫଇସଲା କରିବା ସହ ସେମାନଙ୍କ ଉପରେ FIR କରାଯିବ । ସିବିଏସସି ବିଦ୍ୟାଳୟ ଗୁଡିକି ଏନଓସି ପ୍ରଦାନକୁ ସରଳ କରାଯିବ । ସେମାନଙ୍କ ଆବେଦନ ପତ୍ର ଅନଲାଇନରେ ଆବେଦନ କରାଯିବ । ସ୍କୁଲ ଦ୍ବାରା କୌଣସି ତଥ୍ୟ ତ୍ରୁଟିପୂର୍ଣ୍ଣ ଥିଲେ 3 ବର୍ଷ ପର୍ଯ୍ୟନ୍ତ କୌଣସି ଏନଓସି ଦିଆଯିବ ନାହିଁ । ଶିକ୍ଷକଙ୍କ ପ୍ରଶିକ୍ଷଣ ଉପରେଗୁରୁତ୍ବ ଦିଆଯିବ।
ଓସେପା ଦ୍ବାରା ଦକ୍ଷତା ବୃଦ୍ଧି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । 30ଟି ଜିଲ୍ଲାର 30ଟି ସ୍କୁଲ ଚିହ୍ନଟ କରାଯାଇ ଇଂରାଜୀ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବାକୁ ନିସ୍ପତ୍ତି ହୋଇଛି । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି, ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧକ୍ଷ, ଓଡିଶା ଆଦର୍ଶ ବିଦ୍ୟାଳୟର ଅଧକ୍ଷ ଏହି ବିଠକରେ ଯୋଗ ଦେଇଛନ୍ତି । ବୈଠକର ନିସ୍ପତ୍ତି ଅନୁଯାୟୀ, 3 ବର୍ଷ ମଧ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷାକ ମାନଙ୍କର ସାର୍ଟିଫିକେଟ ଯାଞ୍ଚ କରାଯିବ । ରାଜ୍ୟ ବାହାରର ବିଶ୍ବବିଦ୍ୟାଳୟ ଓ ସମ୍ପୃକ୍ତ ରାଜ୍ୟର ଶିକ୍ଷା ବିଭାଗକୁ ଏସମ୍ପର୍କରେ ଯାଞ୍ଚ ପାଇଁ ଚିଠି କରାଯିବ । ଆବଶ୍ୟକ ପଡ଼ିଲେ ରାଜ୍ୟ ବାହାରର ବିଶ୍ବବିଦ୍ୟାଳୟକୁ ସ୍ବତନ୍ତ୍ର ଟିମ ପଠାଯିବ । ମାଧ୍ୟମିକ ଶିକ୍ଷା ପରିଷଦ ଅମାଧ୍ୟମିକ ଉଚ୍ଚ ଶିକ୍ଷା ପରିଷଦର ଚଳିତ ବର୍ଷରୁ ଡିଜିଲକ ପ୍ରଚଳନ କରାଯିବ ।
ଇଟିଭି ଭାରତ, ଭୁବନେଶ୍ବର