ETV Bharat / city

ରାଜସ୍ବ ଅନୁପାତରେ ମିଳିନି ରେଳ ବଜେଟ ଅନୁଦାନ: ବିଜେଡି ବିଧାୟକ

author img

By

Published : Feb 6, 2022, 4:23 PM IST

ରାଜସ୍ବ ଅନୁପାତରେ ରେଳ ବଜେଟ ଅନୁଦାନ ପାଇନାହୁଁ । ସେହିପରି ରେଳ ବିଭାଗ ଯେଉଁ ଭାବରେ ରେଳ ଡିଭିଜନ କରିବା କଥା ସେହି ହିସାବରେ କେନ୍ଦ୍ର ସରକାର ଆମକୁ ସହଯୋଗ କରି ନାହାଁନ୍ତି । ଅଧିକ ପଢନ୍ତୁ

bjd reaction railway budget
ରାଜସ୍ବ ଅନୁପାତରେ ରେଳ ବଜେଟ୍ ଅନୁଦାନ ମିଳିନି: ଶଶୀ ଭୂଷଣ ବେହେରା

ଭୁବନେଶ୍ବର: ରାଜସ୍ବ ଅନୁପାତରେ ରେଳ ବଜେଟ୍ ଅନୁଦାନ ପାଇନାହୁଁ । ସେହିପରି ରେଳ ବିଭାଗ ଯେଉଁ ଭାବରେ ରେଳ ଡିଭିଜନ କରିବା କଥା ସେହି ହିସାବରେ କେନ୍ଦ୍ର ସରକାର ଆମକୁ ସହଯୋଗ କରି ନାହାଁନ୍ତି । ଆଜି ଏନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା ।

ସେହିଭଳି ରେଳ ଲାଇନ ବିଛେଇବାରେ ସର୍ବ ଭାରତୀୟ ସ୍ତର ସହିତ ସମାନ ଅବସ୍ଥାକୁ ଆସି ପାରିନୁ ଓଡିଶା ବୋଲି ବିଧାୟକ ବେହେରା କହିଛନ୍ତି । ଏଥିସହ ଅନେକ ଜିଲ୍ଲାକୁ ଏପର୍ଯ୍ୟନ୍ତ ରେଳ ସଂଯୋଗ ହୋଇ ପାରିନାହିଁ ।

ରେଳ କରିଡର, ଇଣ୍ଡଷ୍ଟ୍ରିଆଲ କରିଡର ହୋଇନାହିଁ । ଅନ୍ୟପଟେ ବନ୍ଦର ଗୁଡିକୁ ରେଳ ସଂଯୋଗ ମଧ୍ୟ ହୋଇପାରି ନାହିଁ । ଉପକୂଳ ଓଡିଶାର ବନ୍ଦର ସହିତ ରେଳ ଲାଇନ ସଂଯୋଗ ହେଲେ ଅର୍ଥନୈତିକ ବିକାଶ ହୁଅନ୍ତା ବୋଲି ଶଶୀ ଭୂଷଣ ବେହେରା କହିଛନ୍ତି ।

ରେଳବିଭାଗକୁ ଆମେ ୧୯ ହଜାର କୋଟିରୁ ଅଧିକ ରାଜସ୍ବ ଦେଉଛୁ । ମାତ୍ର ଏହାର ଅଧାରୁ କମ ଆମକୁ ଦିଆଯାଇଛି । ଏହି ଦୃଷ୍ଟିରୁ ଦେଖିଲେ ରେଳ ବିଭାଗ ଆମକୁ ନ୍ୟାୟ ଦେଇଛି ଏକଥା ଭାବିବା ଭୁଲ ବୋଲି ଶଶୀ କହିଛନ୍ତି ।

ଅପରପଟେ ଚାଷୀଙ୍କ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେବା ସହ ସ୍ବତନ୍ତ୍ର ବଜେଟ ମଧ୍ୟ ହୋଇଛି । ହେଲେ ଆଜିର ଦିନରେ ଉସୁନା ଚାଉଳ ନେବାକୁ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଏହା ଆମକୁ ସମସ୍ୟାରେ ପକାଇବା ସହ ଏହାର ସମାଧାନ କରନ୍ତୁ ବୋଲି ସେ କହିଛନ୍ତି ।

ସାଧାରଣ ଚାଷୀ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ବିରୋଧୀ ଯେଉଁ ଦାବି ରଖିବା କଥା ତାହା ନରଖୁ ରାଜ୍ୟ ସରକାରଙ୍କୁ ବିଦ୍ରୁପ କରିବା ହାସ୍ୟସ୍ପଦ ବୋଲି ଶଶୀ ଭୂଷଣ ବେହେରା କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.