ETV Bharat / city

ଜାନୁଆରୀ ପ୍ରଥମ ସପ୍ତାହରୁ ଶିଶିର ସରସ - ଶିଶିର ସରସ ମେଳା

2020 ଜାନୁଆରୀ ମାସ ପ୍ରଥମ ସପ୍ତାହରେ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି ଶିଶିର ସରସ ମେଳା। ଅଧିକ ପଢନ୍ତୁ...

ଜାନୁଆରୀ ପ୍ରଥମ ସପ୍ତାହରେ ଶିଶିର ସରସ ମେଳା
ଜାନୁଆରୀ ପ୍ରଥମ ସପ୍ତାହରେ ଶିଶିର ସରସ ମେଳା
author img

By

Published : Dec 27, 2019, 2:56 PM IST

ଭୁବନେଶ୍ବର: ଆସନ୍ତାବର୍ଷ ଅର୍ଥାତ 2020 ଜାନୁଆରୀ ମାସ ପ୍ରଥମ ସପ୍ତାହରେ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି ଶିଶିର ସରସ ମେଳା। ଯେଉଁଥିରେ ଓଡିଶା ସମେତ ଆଉ 25ଟି ରାଜ୍ୟରୁ ଉତ୍ପାଦକ ଗୋଷ୍ଠୀମାନେ ଯୋଗଦେଇ ସେମାନଙ୍କ ପ୍ରସ୍ତୁତ ସାମଗ୍ରୀ ବିକ୍ରିବଟା ଓ ପ୍ରଦର୍ଶନର ସୁଯୋଗ ପାଇବେ ବୋଲି ଜଣାପଡିଛି।

ଜାନୁଆରୀ ପ୍ରଥମ ସପ୍ତାହରେ ଶିଶିର ସରସ ମେଳା

ଶୁକ୍ରବାର ଏନେଇ ରାଜ୍ୟ ପଞ୍ଚାୟତରାଜ ବିଭାଗ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ପ୍ରତାପ ଜେନା ଏହାର ସୂଚନା ଦେଇଛନ୍ତି। ଆସନ୍ତା 4 ତାରିଖରେ ଏହି ମେଳା ଉଦ୍ଘାଟିତ ହେବାକୁ ଥିବାବେଳେ ସେହି ମାସର 14 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସେ କହିଛନ୍ତି। ଏଥିରେ ସମୁଦାୟ 300ଟି ଷ୍ଟଲରେ ହସ୍ତତନ୍ତ, ଟେରାକୋଟା, ବୟନଶିଳ୍ପ ସାମଗ୍ରୀ, ବନଜାତ ଦ୍ରବ୍ୟ, ବାଉଁଶ ଓ ଝୋଟ ଶିଳ୍ପ ସାମଗ୍ରୀ, ଟସର, କାଶ୍ମୀର ଶୀତବସ୍ତ୍ର ଏବଂ ଖାଦ୍ୟ ସାମଗ୍ରୀର ଷ୍ଟଲ ଉପଲବ୍ଧ ହେବ ବୋଲି ଜଣାପଡିଛି ।

ଏଥର ପ୍ରଥମ ଥର ଲାଗି ଏହି ସବୁ ସାମଗ୍ରୀର ମାର୍କେଟିଂ ଲିଂକେଜି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି। ଯାହା ଫଳରେ କେଉଁ ଅଞ୍ଚଳରେ କେଉଁ ସାମଗ୍ରୀର ଅଧିକ ଉତ୍ପାଦ ହେଉଛି ଏବଂ ଏହାର ଚାହିଦା ଯେଉଁ ଅଞ୍ଚଳରେ ସେଠାରେ ବର୍ଷସାରା ଏହାର ଉପଲବ୍ଧ ପାଇଁ ବ୍ୟବସ୍ଥା ଗ୍ରହଣ ହେଉଥିବା ମନ୍ତ୍ରୀ କହିଛନ୍ତି।

ଏହାସହ ସ୍ବୟଂ ସହାୟକ ଗୋଷ୍ଠୀମାନେ କିପରି ସେମାନଙ୍କ ସାମଗ୍ରୀର ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇପାରିବେ ସେଥିପାଇଁ ଏହା ସହାୟକ ହେବ ବୋଲି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଓରମାସର ଅଧ୍ୟକ୍ଷ ସ୍ମୃତିରଞ୍ଜନ ପ୍ରଧାନ ଯୁଗ୍ମ ସଚିବ ସ୍ବୟଂପ୍ରଭା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ମେଳାର ଆୟୋଜନ ନେଇ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Intro:ଆସନ୍ତାବର୍ଷ ଅର୍ଥାତ 2020 ଜାନୁଆରୀ ମାସ ପ୍ରଥମ ସପ୍ତାହରେ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି ଶିଶିର ସରସ ମେଳା।ଯେଉଁଥିରେ ଓଡିଶା ସମେତ ଆଉ 25ଟି ରାଜ୍ୟରୁ ଉତ୍ପାଦକ ଗୋଷ୍ଠୀମାନେ ଯୋଗଦେଇ ସେମାନଙ୍କ ପ୍ରସ୍ତୁତ ସାମଗ୍ରୀ ବିକ୍ରିବଟା ଓ ପ୍ରଦର୍ଶନର ସୁଯୋଗ ପାଇବେ ବୋଲି ଜଣାପଡିଛି।

Body:ଆଜି ଏନେଇ ରାଜ୍ୟ ପଞ୍ଚାୟତରାଜ ବିଭାଗ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ସୂଚନା ଦେଇଛନ୍ତି।ଆସନ୍ତା 4 ତାରିଖରେ ଏହି ମେଳା ଉଦ୍ଘାଟିତ ହେବାକୁ ଥିବା ବେଳେ ସେହି ମାସର 14 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସେ କହିଛନ୍ତି।ଏଥିରେ ସମୁଦାୟ 300 ଟି ଷ୍ଟଲ ରେ ହସ୍ତତନ୍ତ,ଟେରାକୋଟା,ବୟନଶିଳ୍ପ ସାମଗ୍ରୀ,ବନଜାତ ଦ୍ରବ୍ୟ,ବାଉଁଶ ଓ ଝୋଟ ଶିଳ୍ପ ସାମଗ୍ରୀ ,ଟସର ,କାଶ୍ମୀର ଶୀତବସ୍ତ୍ର ଏବଂ ଖାଦ୍ୟ ସାମଗ୍ରୀର ଷ୍ଟଲ ଉପଲବ୍ଧ ହେବ ବୋଲି ଜଣାପଡିଛି।
ଏଥର ପ୍ରଥମ ଥର ଲାଗି ଏହି ସବୁ ସାମଗ୍ରୀର ମାର୍କେଟିଂ ଲିଂକେଜି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି।ଯାହାଫଳରେ କେଉଁ ଅଞ୍ଚଳରେ କେଉଁ ସାମଗ୍ରୀର ଅଧିକ ଉତ୍ପାଦ ହେଉଛି ଏବଂ ଏହାର ଚାହିଦା ଯେଉଁ ଅଞ୍ଚଳରେ ସେଠାରେ ବର୍ଷସାରା ଏହାର ଉପଲବ୍ଧ ପାଇଁ ବ୍ୟବସ୍ଥା ଗ୍ରହଣ ହେଉଥିବା ମନ୍ତ୍ରୀ ଜେନା କହିଛନ୍ତି।ଏହା ସହିତ ସ୍ୱୟଂ ସହାୟକ ଗୋଷ୍ଠୀମାନେ କିପରି ସେମାନଙ୍କ ସାମଗ୍ରୀ ର ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇପାରିବେ ସେଥିପାଇଁ ଏହା ସହାୟକ ହେବ ବୋଲି କହିଛନ୍ତି।ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଓରମାସର ଅଧ୍ୟକ୍ଷ ସ୍ମୃତିରଞ୍ଜନ ପ୍ରଧାନ ଯୁଗ୍ମ ସଚିବ ଶ୍ରୀମତୀ ସ୍ୱୟଂପ୍ରଭା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ମେଳାର ଆୟୋଜନ ନେଇ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.