ETV Bharat / city

ଏକାମ୍ର ପ୍ରକଳ୍ପ ଯୋଜନାକୁ ଅର୍ଥପୂର୍ଣ୍ଣ, ସ୍ମରଣୀୟ କରିବା ଲକ୍ଷ୍ୟ: ସନ୍ତୃପ୍ତ ମିଶ୍ର - ସନ୍ତୃପ୍ତ ମିଶ୍ର

ଏକାମ୍ର ପ୍ରକଳ୍ପକୁ ଅର୍ଥପୂର୍ଣ୍ଣ ଏବଂ ସ୍ମରଣୀୟ କରିବାରେ ଆଶିର୍ବାଦ ଦେବା ଲାଗି ପ୍ରଭୁ ଲିଙ୍ଗରାଜଙ୍କୁ ଏକାମ୍ର ପ୍ରକଳ୍ପ ଯୋଜନା ପରାମର୍ଶଦାତା କମିଟିର ସଭାପତି ସନ୍ତୃପ୍ତ ମିଶ୍ରଙ୍କ ପ୍ରାର୍ଥନା । ଅଧିକ ପଢନ୍ତୁ...

santrupa mishra reacts on Ekamrakhetra yojana
ଏକାମ୍ର ପ୍ରକଳ୍ପ ଯୋଜନାକୁ ଅର୍ଥପୂର୍ଣ୍ଣ, ସ୍ମରଣୀୟ କରିବା ଲକ୍ଷ୍ୟ: ସନ୍ତୃପ୍ତ
author img

By

Published : Jun 7, 2021, 9:27 PM IST

ଭୁବନେଶ୍ବର: ଏକାମ୍ର ପ୍ରକଳ୍ପ ଯୋଜନା ପରାମର୍ଶଦାତା କମିଟିର ସଭାପତି ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ସନ୍ତୃପ୍ତ ମିଶ୍ର । ଏକାମ୍ର ପ୍ରକଳ୍ପ ଯୋଜନାକୁ ଅର୍ଥପୂର୍ଣ୍ଣ ଏବଂ ସ୍ମରଣୀୟ କରିବା ଲକ୍ଷ୍ୟ ହେବ ବୋଲି ସନ୍ତୃପ୍ତ କହିଛନ୍ତି ।ଓଡ଼ିଶା ସରକାରଙ୍କ ଦ୍ବାରା ଧାର୍ଯ୍ୟ ହୋଇଥିବା ଏକାମ୍ର ଯୋଜନା ପ୍ରକଳ୍ପର ପରାମର୍ଶଦାତା କମିଟିର ନେତୃତ୍ବ ନେବା ଗର୍ବର ବିଷୟ । ଏହି ଐତିହାସିକ ପ୍ରକଳ୍ପର ନେତୃତ୍ବ ନେବାକୁ ମୋ ଉପରେ ବିଶ୍ବାସ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡିଶା ସରକାରଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି କହିଛନ୍ତି ସନ୍ତୃପ୍ତ ।

ତୀର୍ଥଯାତ୍ରୀ ଏବଂ ପରିଦର୍ଶକମାନଙ୍କ ପାଇଁ ଏହା ଅଧିକ ସୁଗମ ତଥା ଅନୁଭୂତି ସମୃଦ୍ଧ କରୁଥିବାବେଳେ ଓଡିଶାର ଏପରି ମହାନ ଐତିହାସିକକୁ ପୁନର୍ବାର କଳ୍ପନା କରିବା ଏକ ଉତ୍ତମ ଏବଂ ପ୍ରେରଣାଦାୟକ କାର୍ଯ୍ୟ ବୋଲି ସେ କହିଛନ୍ତି । "ମୋ ରାଜ୍ୟକୁ ସେବା କରିବା ମିଳିଥିବା ସୁଯୋଗର ସର୍ବୋତ୍ତମ ପ୍ରଦର୍ଶନ କରିବାରେ ଏକ ଛୋଟ ଅବଦାନ କରିବା ମୋ ପାଇଁ ଆଶୀର୍ବାଦ । ଭାରତ ଏବଂ ବିଦେଶରେ ଐତିହାସିକ ଏବଂ ଧାର୍ମିକ ସ୍ଥାନକୁ ଭ୍ରମଣ କରି ବିଭିନ୍ନ ଯୋଜନା, ଡିଜାଇନ୍ ଦେଖିଛି । ଏହି ପ୍ରୋଜେକ୍ଟକୁ ଏକ ବୃହତ ସଫଳତା ଦେବା ପାଇଁ ମୋର ସମସ୍ତ ଧାରଣା, କୌଶଳ ଏବଂ ଅଭିଜ୍ଞତା ବ୍ୟବହାର କରିବି । ଜଣେ ଶିବ ଭକ୍ତ ଭାବରେ ସୋମବାର ଦିନ ଏହି ନିଯୁକ୍ତିକୁ ଆଶୀର୍ବାଦ ବୋଲି ଅନୁଭବ କରୁଛି ।"

"ଦୁଇମାସ ପୂର୍ବେ ଯେତେବେଳେ ମୁଁ ଭୁବନେଶ୍ବର ପରିଦର୍ଶନ କରିଥିଲି, ସେତେବେଳେ ପ୍ରାୟ 14 ମାସ ପରେ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ପାଇବାର ସୌଭାଗ୍ୟ ପାଇଥିଲି ।" ଏକାମ୍ର ପ୍ରକଳ୍ପକୁ ଅର୍ଥପୂର୍ଣ୍ଣ ଏବଂ ସ୍ମରଣୀୟ କରିବାରେ ଆଶୀର୍ବାଦ ଦେବା ଲାଗି ପ୍ରଭୁ ଲିଙ୍ଗରାଜଙ୍କୁ ପ୍ରାର୍ଥନା କରୁଥିବା କହିଛନ୍ତି ସନ୍ତୃପ୍ତ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.