ETV Bharat / city

ବ୍ରହ୍ମଗିରିର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କଲେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ନିର୍ମାଣାଧୀନ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା । ଅଧିକ ପଢନ୍ତୁ..

ବ୍ରହ୍ମଗିରିର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ

author img

By

Published : Jun 20, 2021, 6:40 AM IST

ଭୁବନେଶ୍ବର: ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ନିର୍ମାଣାଧୀନ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା । ସିପସରୁ ବାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମେତ ଲୁଣାନଦୀ ଉପରେ ନିର୍ମାଣାଧୀନ ନିଖୁଳାଗୋବିନ୍ଦପୁର - ମାଝିପଡ଼ା ସେତୁ କାର୍ଯ୍ୟର ସମୀକ୍ଷା କରିଛନ୍ତି ସଞ୍ଜୟ ।

ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ସିପସରୁ ବାଲିରେ ନିର୍ମାଣ ହେଉଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟର । ୪ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା ଏହି ଆଦର୍ଶ ବିଦ୍ୟାଳୟର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ । ବିଦ୍ୟାଳୟର ପ୍ରଥମ ମହଲା ଚଳିତ ମାସ ଶେଷ ସୁଦ୍ଧା ପୂର୍ଣ୍ଣାଙ୍ଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସଞ୍ଜୟ । ଚଳିତ ଶିକ୍ଷାବର୍ଷରେ ଯେଉଁଭଳି ଛାତ୍ରଛାତ୍ରୀମାନେ ଅଧ୍ୟୟନ କରିପାରିବେ ସେଥିପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଲୁଣାନଦୀ ଉପରେ ୮ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣାଧୀନ ନିଖୁଳାଗୋବିନ୍ଦପୁର - ମାଝିପଡ଼ା ସେତୁର ବିଳମ୍ବକୁ ନେଇ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏହି ସେତୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି । ସେହିପରି ଦକ୍ଷିଣ କାଣିଆ ଉପରେ କୁଅପଦାଠାରେ ନିର୍ମିତ ହେଉଥିବା ସେତୁ ଏବଂ ଭାର୍ଗବୀ ନଦୀ ଉପରେ ବାଲିକେରା ତିନିକୁଦିଠାରେ ନିର୍ମାଣାଧୀନ ସେତୁର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଛି ।

ଅନିର୍ଦ୍ଦିଷ୍ଟ କାରଣ ଲାଗି ଏହି ପ୍ରକଳ୍ପଗୁଡ଼ିକ ବିଳମ୍ବିତ ହେଉଛି । ତୁରନ୍ତ ଏହାର ନିର୍ମାଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ପଞ୍ଚାନନ ମହାନ୍ତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତୁରନ୍ତ ନିର୍ମାଣାଧୀନ ସ୍ଥାନଗୁଡ଼ିକ ପରିଦର୍ଶନ କରି ବିହିତ ନିଷ୍ପତ୍ତି ନେବାକୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପରାମର୍ଶ ଦେଇଛନ୍ତି ।

ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରମେଶ ବେହେରା, ଗ୍ରାମ୍ୟ ଉନ୍ନୟନ ବିଭାଗ ପୁରୀର ନିର୍ବାହୀ ଯନ୍ତ୍ରୀ ରାମପ୍ରସାଦ ଆଚାର୍ଯ୍ୟ, ଶକ୍ତି ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରିୟରଞ୍ଜନ ବେହେରା, ପି.ଏଚ୍ , ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.