ETV Bharat / city

ବିଦେଶ ଫେରନ୍ତା ପୁଅକୁ ହୋମ ଆଇସୋଲେସନରେ ରଖିଲେ ସଞ୍ଜୟ ଦାସବର୍ମା

author img

By

Published : Mar 17, 2020, 11:34 PM IST

ନିକଟରେ ନିଜ ବିଦେଶ ଫେରନ୍ତା ପୁଅକୁ ଆଇସୋଲେସନରେ ରଖି ସଚେତନତା ବାର୍ତ୍ତା ଦେଇଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା। ଅଧିକ ପଢନ୍ତୁ...

ବିଦେଶ ଫେରନ୍ତା ପୁଅକୁ ହୋମ ଆଇସଲଏସନରେ ରଖିଲେ ସଞ୍ଜୟ ଦାସବର୍ମା

ଭୁବନେଶ୍ବର: ସମଗ୍ର ବିଶ୍ବରେ ଏବେ ଭୟର ବାତାବରଣ ସୃଷ୍ଟି କରିଛି କୋରୋନା । ଏହାକୁ ନେଇ ସମସ୍ତଙ୍କ ମନରେ ପଶିଛି ଛନକା । ସରକାର ମଧ୍ୟ ଏହାର ମୁକାବିଲା ପାଇଁ ଆରମ୍ଭ କରିଛନ୍ତି ପ୍ରୟାସ । ତେବେ ନିକଟରେ ନିଜ ବିଦେଶ ଫେରନ୍ତା ପୁଅକୁ ଆଇସୋଲେସନରେ ରଖି ସଚେତନର ବାର୍ତ୍ତା ଦେଇଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା।

ଲଣ୍ଡନରୁ ସୋମବାର ଘରକୁ ଫେରିଥିଲେ ସଞ୍ଜୟଙ୍କ ପୁଅ। ବିମାନ ବନ୍ଦରରେ ତାଙ୍କର ସ୍କ୍ରିନିଂ ମଧ୍ୟ ହୋଇଥିଲା। ସେ ଠିକ୍ ଥିବା ସତ୍ତ୍ବେ ରାଜ୍ୟ ସରକାରଙ୍କ ଗାଇଡଲାଇନ ପାଳନ କରିବାକୁ ଯାଇ ସରକାରଙ୍କ ପୋର୍ଟାଲରେ ନିଜ ନାମ ପଞ୍ଜିକରଣ କରିଛନ୍ତି ସଞ୍ଜୟଙ୍କ ପୁଅ।

ସେ 14 ଦିନ ଆଇସୋଲେସନରେ ରହିବେ। ଯାହାର ସୂଚନା ଦେଇଛନ୍ତି ଖୋଦ ଉପାଧ୍ୟକ୍ଷା । ସେ କହିଛନ୍ତି, ସରକାରଙ୍କୁ ଏଭଳି ସମୟରେ ସମସ୍ତେ ସହଯୋଗ କରିବା ଉଚିତ। ଏହାସହ ସଠିକ୍ ସୂଚନା ଦେବା ଜରୁରୀ। ଆସନ୍ତୁ ସମସ୍ତେ ଏଭଳି ସମୟରେ ଏକତ୍ରିତ ହୋଇ ଲଢେଇ କରିବା।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.