ETV Bharat / city

ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ହେଲେ ସଞ୍ଜୟ ଦାସବର୍ମା

author img

By

Published : Mar 1, 2020, 12:06 PM IST

Updated : Mar 1, 2020, 1:14 PM IST

ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କୁ ନୂଆ ଦାୟିତ୍ବ । ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ହେଲେ ଦାସବର୍ମା । ଅଧିକ ଖବର ପଢନ୍ତୁ...

ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ହେଲେ ସଞ୍ଜୟ ଦାସବର୍ମା
ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ହେଲେ ସଞ୍ଜୟ ଦାସବର୍ମା

ଭୁବନେଶ୍ବର: ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କୁ ନୂଆ ଦାୟିତ୍ବ । ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ହେଲେ ଦାସବର୍ମା । ନୂଆ ପଦବୀରେ ସଞ୍ଜୟ ଦାସବର୍ମା ନିଯୁକ୍ତି ପାଇବା ପରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି । ପୁନର୍ବାର ତାଙ୍କ ଉପରେ ଆସ୍ତା ପ୍ରକଟ କରି ଯୋଜନା ବୋର୍ଡ ଭଳି ଗୁରୁଦାୟିତ୍ବ ପ୍ରଦାନ କରିଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ସୋମବାର ଅର୍ଥାତ ଆସନ୍ତାକାଲି ଦାସବର୍ମା ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିବେ ।

ଏଥିସହିତ ଦଳର ସମସ୍ତ ନେତା କର୍ମୀ ଓ ମନ୍ତ୍ରୀ , ଯୁବ ମହିଳା ଛାତ୍ର ଓ ସମସ୍ତ ଗଣମାଧ୍ୟମକୁ ସେ ଧନ୍ୟବାଦ ଜଣାଇଛନ୍ତି । ଯୋଜନା ବୋର୍ଡ ଉପାଧ୍ୟକ୍ଷ ତାଙ୍କ ପାଇଁ ଏକ ଦାୟିତ୍ବ ନୁହେଁ ବରଂ ଏକ ଆହ୍ଵାନ ବୋଲି ସେ କହିଛନ୍ତି । ରାଜ୍ୟ ଯୋଜନା ବୋର୍ଡକୁ କିଭଳି ନୂଆ ରୂପ ଓ ନୂଆ କଳେବର କରି ଏହାକୁ ଅଧିକ ଗତିଶୀଳ କରାଯାଇପାରିବ ସେ ଦିଗରେ ସେ ଉଦ୍ୟମ କରିବେ ବୋଲି ଦାସବର୍ମା କହିଛନ୍ତି ।

ଦାୟିତ୍ଵ ଗ୍ରହଣ କରିବା ପରେ ବିଭାଗକୁ କିଭଳି ଅଧିକ କ୍ରିୟାଶୀଳ ଓ କାର୍ଯ୍ୟକ୍ଷମ କରିବେ ସେନେଇ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । 30 ଜିଲ୍ଲାରେ ଲୋକସେବା ଭବନ ଠାରୁ ବ୍ଲକ ପର୍ଯ୍ୟନ୍ତ ସାଧାରଣ ଲୋକ କିଭଳି ଫାଇଦା ପାଇ ପାରିବେ ସେନେଇ କାର୍ଯ୍ୟ କରିବି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Mar 1, 2020, 1:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.