ETV Bharat / city

କୋରୋନାବେଳେ ମହଙ୍ଗା ମାଡ଼: ନିର୍ବାଚନ ସରିଲା, ବଢ଼ିଲା ତେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦର

author img

By

Published : May 8, 2021, 10:13 PM IST

ଦେଶରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି । ଏହାରି ଭିତରେ ତୈଳ ଦର ପୁନର୍ବାର ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ସାଧାରଣ ଲୋକଙ୍କ ଜୀବନ ଯାତ୍ରା ବାଧାପ୍ରାପ୍ତ ହେଉଛି । ସାଧାରଣ ଲୋକଙ୍କ ଉପରେ ମହାମାରୀ ଭଳି କଠିନ ସମୟରେ ମହଙ୍ଗା ମାଡ଼କୁ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା ଦୃଢ଼ ଭାବେ ନିନ୍ଦା କରିଛନ୍ତି । ଅଧିକ ପଢନ୍ତୁ...

ନିର୍ବାଚନ ସରିଲା, ବଢ଼ିଲା ତେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦର

ଭୁବନେଶ୍ବର: ଦେଶରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି । ଏହାରି ଭିତରେ ତୈଳ ଦର ପୁନର୍ବାର ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ସାଧାରଣ ଲୋକଙ୍କ ଜୀବନ ଯାତ୍ରା ବାଧାପ୍ରାପ୍ତ ହେଉଛି । ସାଧାରଣ ଲୋକଙ୍କ ଉପରେ ମହାମାରୀ ଭଳି କଠିନ ସମୟରେ ମହଙ୍ଗା ମାଡ଼କୁ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା ଦୃଢ଼ ଭାବେ ନିନ୍ଦା କରିଛନ୍ତି ।

ଦେଶରେ କୋରୋନାର ଦ୍ବିତୀୟ ଲହର ତାଣ୍ଡବ ରଚି ଚାଲିଛି । ପ୍ରତିଦିନ ୪ ଲକ୍ଷ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ୪ ହଜାର ଲୋକ ମୃତ୍ୟୁମୁଖରେ ପଡୁଛନ୍ତି । କୋରୋନା ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ବହୁ ରାଜ୍ୟରେ ଲକଡାଉନ୍ ସଟଡାଉନ୍ ଆଦି କଟକଣା ଜାରି ରହିଛି । ଏଥିଯୋଗୁଁ ଦୋକାନ, ବଜାର ବନ୍ଦ । ଗାଡ଼ି ମଟର ଚଳାଚଳ ବି ପୂର୍ବାପେକ୍ଷା କମିଛି । କୋରୋନା ମହାମାରୀ ମଧ୍ୟବିତ୍ତ , ନିମ୍ନମଧ୍ୟବିତ୍ତ ବର୍ଗର ଜନସାଧାରଣଙ୍କୁ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଛି । ଏଭଳି ସଂକଟଜନକ ପରିସ୍ଥିତିରେ ବୋଝ ଉପରେ ନଳିତା ବିଡ଼ା ସାଜିଛି ତୈଳଦର ।

ପଶ୍ଚିମବଙ୍ଗ, ଆସାମ, ତାମିଲନାଡ଼ୁ, କେରଳ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପର ଠାରୁ ପ୍ରତିଦିନ ତୈଳ ଦର ଅହେତୁକ ଭାବେ ବଢ଼ିବାରେ ଲାଗିଛି । ନିର୍ବାଚନ ଯେତେବେଳେ ହେଉଛି, ସେତେବେଳେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହୁଛି । ହେଲେ ନିର୍ବାଚନ ସରିବା ମାତ୍ରେ ତୈଳଦର ବଢୁଛି । ଚଳିତବର୍ଷ ୧୫ ତାରିଖରେ ଶେଷ ଥର ପାଇଁ ତୈଳଦର ପରିବର୍ତ୍ତନ ହୋଇଥିଲା । ଏହାପରେ ନିର୍ବାଚନ ଥିବାରୁ ତୈଳଦର ବୃଦ୍ଧି ହୋଇନଥିଲା । ହେଲେ ଗତ ୨ ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ୪ରୁ ତୈଳଦର ବଢ଼ିଚାଲିଛି । ଦେଶର କିଛି ସହରରେ ଏବେ ପେଟ୍ରୋଲ ଦର ୧୦୦ ପାର ହୋଇଛି । ଡିଜେଲ ଲିଟର ପିଛା ୯୫ ଟଙ୍କାକୁ ବଢ଼ିଛି । ଅଧିକାଂଶ ସହରରେ ପେଟ୍ରୋଲ ଦର ୧୦୦ ନିକଟବର୍ତ୍ତୀ ରହିଛି । ସାଧାରଣ ଲୋକଙ୍କ ଉପରେ ମହାମାରୀ ଭଳି କଠିନ ସମୟରେ ମହଙ୍ଗା ମାଡ଼କୁ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଦୃଢ଼ ଭାବେ ନିନ୍ଦା କରିଛନ୍ତି ।

ରାଜଧାନୀ ଭୁବନେଶ୍ବରରେ ଗତ ୪ ଦିନରେ ୯୨ ପଇସା ତୈଳଦର ବଢ଼ିଛି । ୪ ତାରିଖରେ ୧୯ ପଇସା, ୫ ତାରିଖରେ ୧୯ ପଇସା, ୬ ତାରିଖରେ ୨୫ ପଇସା ଏବଂ ୭ ତାରିଖରେ ୨୯ ପଇସା ପେଟ୍ରୋଲ ଦର ବୃଦ୍ଧି ପାଇଛି । ସେହିପରି ଭୁବନେଶ୍ବରରେ ଗତ ୪ ଦିନରେ ଡିଜେଲ୍ ଦର ୧ ଟଙ୍କା ୧୩ ପଇସା ବୃଦ୍ଧି ପାଇସାରିଲାଣି । ଅଛେଦିନର ନାରା ଦେଇ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିଥିଲା । ହେଲେ ସେହି ଅଛେଦି ନାରା ଏବେ ବୁରେ ଦିନରେ ପରିଣତ ହୋଇଛି । ମହଙ୍ଗା ମାଡ଼ରେ ଲୋକେ ତ୍ରାହିତ୍ରାହି ଡାକିଲେଣି । ପେଟ୍ରୋଲ, ଡିଜେଲର କ୍ରମାଗତ ମୂଲ୍ୟବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ ଆକାଶଛୁଆଁ ହେବାରେ ଲାଗିଛି ।

ଚଳିତ କେନ୍ଦ୍ର ବଜେଟ୍‌ରେ ପେଟ୍ରୋଲ୍ ଓ ଡିଜେଲ୍‌ ଉପରେ ସରକାର କୃଷି ସେସ୍ ଲଦି ଦେଇ ଆଶ୍ବାସନା ଦେଇଥିଲେ କି ତୈଳଦର ଉପରେ ଏହାର କୌଣସି ପ୍ରଭାବ ପଡ଼ିବନି । ଖୋଦ୍ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏ ବକ୍ତବ୍ୟ ପାଣିର ଗାର ସଦୃଶ ହୋଇଛି । ଟିକସ ପରେ ଟିକସ ଲଦି ଜନସାଧାରଣଙ୍କୁ ଶୋଷଣ କରାଯାଉଛି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଯେତିକି ରହିଛି, ତା ’ ଉପରେ ବିଭିନ୍ନ ଶୁଳ୍କ ଲଦି ଦେବାରୁ ଏହା ଦର ତିନିଗୁଣ ହୋଇଯାଉଛି । କେନ୍ଦ୍ର ସରକାର ତୁରନ୍ତ ତୈଳଦର ନିୟନ୍ତ୍ରଣ ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସଞ୍ଜୟ କହିଛନ୍ତି । ନଚେତ୍ ଆଗାମୀ ଦିନରେ ସାଧାରଣ ଜନତା ବିଜେପି ସରକାରର ଦୋମୁହାଁ ନୀତିର ଉଚିତ୍‌ ଜବାବ ଦେବେ ବୋଲି ସଞ୍ଜୟ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.