ଭୁବନେଶ୍ବର: ଯୁକ୍ତ ଦୁଇ ଆଡମିଶନ ପାଇଁ ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ କଟଅଫ ମାର୍କ ତାଲିକା । ବିଜ୍ଞାନ ଓ ବାଣିଜ୍ୟ କଟ ଅଫ ମାର୍କରେ ରେଭେନ୍ସା ବିଶ୍ବବିଦ୍ୟାଳୟ ଶୀର୍ଷରେ ରହିଛି । ସେହିପରି କଳାରେ ପୁରୀ କୃଷ୍ଣପ୍ରସାଦ କନ୍ଦାଖାଇ କଲେଜ ଶୀର୍ଷରେ ରହିଛି । ବିଜ୍ଞାନରେ ସାଧାରଣ ବର୍ଗଙ୍କ ପାଇଁ ୯୪.୩୩% ସହ ରେଭେନ୍ସା ଶୀର୍ଷରେ ରହିଛି । ସେହିପରି ୯୩.୨୦% ମାର୍କ ସହ ବ୍ରହ୍ମପୁର ନୀଳକଣ୍ଠନଗର ଏସ୍ଭିଏମ୍ କଲେଜ ଦ୍ବିତୀୟ ସ୍ଥାନରେ ରହିଛି । ୯୩% କଟଅଫ ସହିତ ଭୁବନେଶ୍ବର ବିଜେବି କଲେଜ ତୃତୀୟ ସ୍ଥାନରେ ରହିଛି ।
ସେହିପରି ବାଣିଜ୍ୟରେ ରେଭେନ୍ସା ସାଧାରଣ ବର୍ଗରେ 84.17% କଟଅଫ ରଖି ଶୀର୍ଷରେ ରହିଛି । 80.67% କଟଅଫ୍ ସହିତ ରାଉରକେଲା ଜୁନିୟର କଲେଜ ଦ୍ଵିତୀୟରେ ରହିଛି । 79.83% କଟଅଫ ସହିତ ବିଜେବି କଲେଜ ତୃତୀୟ ସ୍ଥାନରେ ରହିଛି । ସେହିଭଳି କଳା ବିଭାଗରେ 83.50% କଟଅଫ ସହ ପ୍ରଥମେ ରହିଛି ପୁରୀ କୃଷ୍ଣପ୍ରସାଦ ଜୁନିୟର କଲେଜ, ଦ୍ବିତୀୟରେ ରେଭେନ୍ସାର କଟଅଫ 83.33% ରହିଛି, ତୃତୀୟରେ ନରସିଂହପୁର ଜୁନିୟର କଲେଜରେ 83.17% କଟ ଅଫ ମାର୍କ ରହିଛି ।
ଯୁକ୍ତ ଦୁଇ ପଢ଼ିବା ପାଇଁ 4 ଲକ୍ଷ୍ୟ 80 ହଜାର 704 ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେଥିମଧ୍ୟରୁ 4 ଲକ୍ଷ୍ୟ 4 ହଜାର 400 ଜଣ ଛାତ୍ରଛାତ୍ରୀଙ୍କ ପ୍ରଥମ କଟଅଫ ମାର୍କ ତାଲିକାରେ ନିଜ ବିଭାଗ ଅନୁଯାୟୀ ସିଲେକ୍ସନ କରାଯାଇଛି । କଳା ବିଭାଗରେ 2 ଲକ୍ଷ 77 ହଜାର 218 ସିଟ ରହିଥିବା ବେଳେ 249713 ଛାତ୍ର ଛାତ୍ରୀଙ୍କ ପ୍ରଥମ ପର୍ଯ୍ୟାୟରେ ଚୟନ କରାଯାଇଛି । ସେହିପରି ବିଜ୍ଞାନରେ 1ଲକ୍ଷ 61 ହଜାର 580 ସିଟ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ 117653, ଏବଂ ବାଣିଜ୍ୟରେ 45 ହଜାର 332 ସିଟ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ 25005 ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ସେହିପରି ସଂସ୍କୃତରେ 13 ହଜାର 268 ରେ ସିଟ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟ ରେ 7001 ଓ ଧନ୍ଦାମୂଳକ ଶିକ୍ଷାରେ 10 ହଜାର 232 ରେ ସିଟ ରହିଥିବା ବେଳେ ପର୍ଥମ ପର୍ଯ୍ୟାୟରେ 5028 ଜଣଙ୍କୁ ଚୟନ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର