ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ମନ କି ବାତରେ ଓଡିଆ ପୁଅଙ୍କୁ ପ୍ରଶଂସା । ସମ୍ବଲପୁରର ଇସାକ ମୁଣ୍ଡାକୁ ନେଇ ପ୍ରଶଂସା କରିଛନ୍ତି ମୋଦି । ଓଡିଶାର ଖାଦ୍ୟ ପ୍ରଣାଳୀକୁ ନେଇ ୟୁଟ୍ୟୁବରେ ଅପଲୋଡ କରି ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଇଶାକ ମୁଣ୍ଡା । ଇଶାକଙ୍କ ଏହି ପଦକ୍ଷେପ ଅତୁଳନୀୟ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଏନେଇ ଆଜି ଭୁବନେଶ୍ବରର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
ଏଥିରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଯୋଗଦେଇ ମନକି ବାତରେ ଇଶାକ ମୁଣ୍ଡାକୁ ପ୍ରଶଂସା କରାଯାଇଥିବାରୁ ଏହା ଆମ ଓଡିଶାବାସୀଙ୍କ ପାଇଁ ଗର୍ବ ବୋଲି କହିଥିଲେ । ଏଥିସହ ଓଡିଶାର ଖାଦ୍ୟ ପ୍ରଣାଳୀକୁ ନେଇ ୟୁଟ୍ୟୁବରେ ଅପଲୋଡ କରି ରୋଜଗାରର କ୍ଷମତା ବଢାଇଛନ୍ତି, ଏହା ଆତ୍ମନିର୍ଭର ଭାରତର ଏକ ସ୍ବରୂପ ବୋଲି କହିଛନ୍ତି ସମୀର ମହାନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ