ETV Bharat / city

ରଥଯାତ୍ରା ହେଉ ବୋଲି ଆମ ସମସ୍ତଙ୍କର ଇଚ୍ଛା ଥିଲା: ସମୀର ମହାନ୍ତି - ସମୀର ମହାନ୍ତି

ରଥଯାତ୍ରା ହେଉ ବୋଲି ଆମ ସମସ୍ତଙ୍କର ଇଚ୍ଛା ଥିଲା ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପ୍ରକାଶ କରିଛନ୍ତି । ରଥଯାତ୍ରା କରିବା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ମିଳିବା ପରେ ବିଜେପି ସଭାପତି ଏହା ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ରଥଯାତ୍ରା ହେଉ ବୋଲି ଆମ ସମସ୍ତଙ୍କର ଇଚ୍ଛା ଥିଲା: ସମୀର ମହାନ୍ତି

author img

By

Published : Jun 22, 2020, 7:42 PM IST

ଭୁବନେଶ୍ବର: ରଥଯାତ୍ରା ହେଉ ବୋଲି ଆମ ସମସ୍ତଙ୍କର ଇଚ୍ଛା ଥିଲା ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପ୍ରକାଶ କରିଛନ୍ତି । ରଥଯାତ୍ରା କରିବା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ମିଳିବା ପରେ ବିଜେପି ସଭାପତି ଏହା ପ୍ରକାଶ କରିଛନ୍ତି ।

ରଥଯାତ୍ରା ହେଉ ବୋଲି ଆମ ସମସ୍ତଙ୍କର ଇଚ୍ଛା ଥିଲା: ସମୀର ମହାନ୍ତି

ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଥିବାରୁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇବା ସହ ରାୟକୁ ସ୍ଵାଗତ କରିଛନ୍ତି ସମୀର ମହାନ୍ତି । ରଥଯାତ୍ରା କୋଟି କୋଟି ଭକ୍ତଙ୍କ ଭାବାବେଗ ସହିତ ଜଡିତ। ତେଣୁ ରଥଯାତ୍ରା ହେବା ପାଇଁ କେନ୍ଦ୍ର ସରକାର ବଳିଷ୍ଠ ଯୁକ୍ତିବାଢି ସୁପ୍ରିମକୋର୍ଟରେ ଆବେଦନ କରିଥିବା ସେ ଉଲ୍ଲେଖ କରିଛନ୍ତି । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହା ଜଗନ୍ନାଥଙ୍କ ପରମ ଭକ୍ତ ବୋଲି ସେ କହିଛନ୍ତି । ଏହାସହ କୋଭିଡ ନିୟମକୁ ପାଳନ କରି ରଥଯାତ୍ରା କରାଯିବା ପାଇଁ ନିବେଦନ କରିଛନ୍ତି । ସୂଚନା ଅନୁସାରେ ପୂର୍ବରୁ ସୁପ୍ରିମକୋର୍ଟଙ୍କ ରଥଯାତ୍ରା ବନ୍ଦ ହେବା ରାୟକୁ ମଧ୍ୟ ସମୀର ମହାନ୍ତି ସ୍ଵାଗତ କରିଥିଲେ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.