ଭୁବନେଶ୍ବର: ଦିବ୍ୟାଙ୍ଗଙ୍କ ସମ୍ବଲପୁରୀ ଗୀତରେ ଦୁଲୁକିଲା ରାଜଧାନୀ । ଆଜି(ଗୁରୁବାର) ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଭୁବନେଶ୍ବରରେ।
ଆଜି(ଗୁରୁବାର) ସାରା ରାଜ୍ୟର 17ଟି ଜିଲ୍ଲାରେ ସମ୍ବଲପୁରୀ ଦିବସ ପାଳନ କରାଯାଉଥିବାବେଳେ ରାଜଧାନୀରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି। ଭୁବନେଶ୍ବରର ଇଡକୋଲ ଅଡିଟେରୀୟମରେ ଆଜି(ଗୁରୁବାର) ସନ୍ଧ୍ୟାରେ ଆରମ୍ଭ ଶୁଭି ଥିଲା ଢୋଲ ,ତାସା, ନିଶାନର ସହ ଧଙ୍ଗରା ଧାଙ୍ଗିରିର ପାରମ୍ପରିକ ନାଚ ଗୀତ ।
କୋଶଳୀ ଭାଷା କୋଷର ଗୁରୁ ସ୍ବର୍ଗତ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ତିଥିକୁ ସାରା ପଶ୍ଚିମ ଓଡିଶା ସମ୍ଭଲପୁରୀ ଦିନ ବୋଲି ମାନୁଥିବା ବେଳେ ପଶ୍ଚିମାଞ୍ଚଳ ସଙ୍ଗଠନ ତରଫରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ତେବେ ଏହି ସନ୍ଧ୍ୟାରେ ସବୁଠାରୁ ଚିତାକର୍ଷକ ଥିଲା ଦିବ୍ୟାଙ୍ଗଙ୍କ ସମ୍ବଲପୁରି ସଙ୍ଗୀତ ଓ ନୃତ୍ୟ ପ୍ରଦର୍ଶନ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ