ETV Bharat / city

ବସ୍ତିବାସିନ୍ଦାଙ୍କ ନାଲିଆଖି ଦେଖି ପଛଘୁଞ୍ଚା ଦେଲା ଏନଫୋର୍ସମେଣ୍ଟ ସ୍କ୍ବାଡ - ସାଲିଆ ସାହି ବସ୍ତି ଉଚ୍ଛେଦ

ଧାରଣାରେ ବସିଥିବା ସାଲିଆ ସାହି ବସ୍ତିବାସିନ୍ଦାଙ୍କ ଆଗରେ ମୁଣ୍ଡ ନୁଆଁଇଲା ପ୍ରଶାସନ। ମାଟ୍ରିକ ପରୀକ୍ଷା ପରେ ପଦକ୍ଷେପ ନେବାକୁ କଥା ରଖିଲେ ବିଏମସି କର୍ତ୍ତୃପକ୍ଷ । ଅଧିକ ଖବର ପଢନ୍ତୁ...

ବସ୍ତି ବାସିନ୍ଦାଙ୍କ ନାଲିଆଖି ଦେଖି ପଛଘୁଞ୍ଚା ଦେଲା ଏନଫୋର୍ସମେଣ୍ଟ ସ୍କ୍ବାଡ

author img

By

Published : Feb 19, 2020, 9:24 PM IST

ଭୁବନେଶ୍ବର: ଧାରଣାରେ ବସିଥିବା ବସ୍ତି ବାସିନ୍ଦାଙ୍କ ଆଗରେ ମୁଣ୍ଡ ନୁଆଁଇଲା ପ୍ରଶାସନ। ମାଟ୍ରିକ ପରୀକ୍ଷା ପରେ ପଦକ୍ଷେପ ନେବାକୁ କଥା ରଖିଲେ ବିଏମସି କର୍ତ୍ତୃପକ୍ଷ । ବସ୍ତି ବାସିନ୍ଦାଙ୍କ ଘର ପିଛା ମିଳିବ 25/12 ଫୁଟ ଭୂମି ସହ 25 ହଜାର ଟଙ୍କା । ବୁଧବାର ଏକାମ୍ର କାନନ ଠାରୁ ସାଲିଆ ସାହି ଦେଇ ଇନଫୋସିଟି ସମାନ୍ତରାଳ ରାସ୍ତା ନେଇ ସାଲିଆ ଅଞ୍ଚଳର ବସ୍ତି ଉଚ୍ଛେଦ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି ବିଏମସି ପ୍ରଶାସନ।

ବସ୍ତି ବାସିନ୍ଦାଙ୍କ ନାଲିଆଖି ଦେଖି ପଛଘୁଞ୍ଚା ଦେଲା ଏନଫୋର୍ସମେଣ୍ଟ ସ୍କ୍ବାଡ

ଟ୍ରାଫିକ ସମସ୍ୟା ଦୂରେଇବା ପାଇଁ ସରକାରଙ୍କ ଯୋଜନାରେ ପ୍ଲାନ ଥିବା ଏକାମ୍ର କାନନ ଠାରୁ ଇନଫୋସିଟି ସମାନ୍ତରାଳ ରାସ୍ତା କାର୍ଯ୍ୟ ଆରମ୍ଭ ନିମନ୍ତେ ଆବଶ୍ୟକୀୟ ଉଚ୍ଛେଦକୁ ଆରମ୍ଭ କରିବା ବଦଳରେ ବୁଧବାର ତାହାକୁ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି ବିଏମସି ବିଡିଏ କର୍ତ୍ତୃପକ୍ଷ ।

ଉଚ୍ଛେଦ ହେବାକୁ ଥିବା ପରିବାରର ଦାବି କ୍ରମେ ମାଟ୍ରିକ ପରୀକ୍ଷା ପରେ ଏହା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ସରକାରୀ ଘୋଷଣା ଅନୁସାରେ 223 ପରିବାରଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । 25 ହଜାର ଟଙ୍କା ସହ 25/12 ଫୁଟ ଅସ୍ଥାୟୀ ଭୂମି ପ୍ରତ୍ୟେକ ପରିବାର ପାଇଁ ଚିହ୍ନଟ ହେବ ବୋଲି ବିଏମସି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ତେବେ ବୁଧବାର ଉଚ୍ଛେଦ ଅଭିଯାନରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ , ଭୁବନେଶ୍ବର ଡିସିପି ଅନୁପ ସାହୁ ଏବଂ ଟ୍ରାଫିକ ଡିସିପି ସାଗରିକା ନାଥ ଉପସ୍ଥିତ ରହି ଉଚ୍ଛେଦକୁ ବିରୋଧ କରି ଧାରଣାରେ ବସିଥିବା ବସ୍ତି ବାସିନ୍ଦାଙ୍କୁ ବୁଝାସୁଝା କରିଥିଲେ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.