ETV Bharat / city

ଭୁବନେଶ୍ୱରରେ ସାହିତ୍ୟ ସମାଜର ଶୀତ ଉତ୍ସବ ଆୟୋଜିତ - ସାହିତ୍ୟ ସମାଜର ବାର୍ଷିକ ସାରସ୍ୱତ ସମାରୋହ

ଭୁବନେଶ୍ୱର ସାହିତ୍ୟ ସମାଜର ବାର୍ଷିକ ସାରସ୍ୱତ ସମାରୋହ ଶୀତ ଉତ୍ସବ ଅନୁଷ୍ଠିତ। ଆଜି ଏହା ସ୍ଥାନୀୟ ସୂଚନା ଭବନ ଠାରେ ଆୟୋଜିତ ହୋଇଛି। ଅଧିକ ପଢନ୍ତୁ...

ଭୁବନେଶ୍ୱରରେ ସାହିତ୍ୟ ସମାଜର ଶୀତ ଉତ୍ସବ ଆୟୋଜିତ

author img

By

Published : Feb 28, 2021, 5:40 PM IST

ଭୁବନେଶ୍ବର: ସାହିତ୍ୟ ସମାଜର ବାର୍ଷିକ ସାରସ୍ୱତ ସମାରୋହ ଶୀତ ଉତ୍ସବ ଅନୁଷ୍ଠିତ। କରୋନା କଟକଣା ଯୋଗୁଁ ଏହି ଉତ୍ସବ ଗତ ଡିସେମ୍ବର ମାସରେ ଆୟୋଜନ ହେବାକୁ ଥିବା ବେଳେ ଆଜି ଏହା ସ୍ଥାନୀୟ ସୂଚନା ଭବନ ଠାରେ ଆୟୋଜିତ ହୋଇଛି।

ଭୁବନେଶ୍ୱରରେ ସାହିତ୍ୟ ସମାଜର ଶୀତ ଉତ୍ସବ ଆୟୋଜିତ
ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଓଡ଼ିଆ ସାହିତ୍ୟର ମାଧୁର୍ଯ୍ୟ ଓ ସାଵଲୀଳତା ଉପରେ ଆଲୋକପାତ କରିଥିଲେ। ସେହିଭଳି ଏହି ଉତ୍ସବରେ ସମ୍ମାନନୀୟ ବକ୍ତାଭାବେ ବିଶିଷ୍ଟ ଲେଖିକା ଜ୍ଞାନପୀଠ ବିଜୟିନୀ ପ୍ରତିଭା ରାୟ ଯୋଗ ଦେଇଥିଲେ। ସାହିତ୍ୟକୁ ଆହୁରି ଉଜ୍ଜୀବିତ କରିବା ପାଇଁ ଆଗରୁ ଚାଲି ଆସୁଥିବା ଭାଗବତ ଟୁଙ୍ଗିର ସହାୟତା ନେବା ସହ ଆମ ଯୁବପୀଢ଼ିଙ୍କୁ ଅଧିକରୁ ଅଧିକ ପୁରୁଣା ସାହିତ୍ୟ ପ୍ରତି ଆକୃଷ୍ଟ ହେବାକୁ ପଡିବ ବୋଲି କହିଛନ୍ତି।

ଆଜିର ଏହି ଉତ୍ସବ ଅବସରରେ 8 ଗୋଟି ସାହିତ୍ୟ ପୁସ୍ତକକୁ ଅତିଥିମାନେ ଲୋକାର୍ପଣ କରିବା ସହ କିଛି ସାରସ୍ୱତ ସାଧକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହ କବିତା ପାଠ ଉତ୍ସବ ମଧ୍ୟ ଆୟୋଜନ ହୋଇଥିଲା। ଯେଉଁଥିରେ ବହୁ ବିଶିଷ୍ଟ କବି ଓ କବିୟତ୍ରୀମାନେ ସେମାନଙ୍କ ରଚିତ କବିତା ପାଠ କରିଥିଲେ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.