ETV Bharat / city

କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଦେଲେ ସହିଦ ନଗରବାସୀ

author img

By

Published : May 2, 2020, 4:54 PM IST

ମହାମାରୀ ସଂକ୍ରମଣକୁ ବେଖାତିର କରି ସହରକୁ ସଫା ରଖିବାକୁ ପ୍ରତିଦିନ ଚେଷ୍ଟା କରୁଥିବା ଏହି ସଫେଇ କର୍ମଚାରୀଙ୍କୁ ସହୀଦ ନଗରର କିଛି ବରିଷ୍ଠ ନାଗରିକ ସହାୟତାର ହାତ ବଢାଇଛନ୍ତି ।

କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଦେଲେ ସହୀଦ ନଗରବାସୀ

ଭୁବନେଶ୍ବର: ଭୁବନେଶ୍ୱରକୁ ସଫା କରୁଥିବା ସଫେଇ କର୍ମଚାରୀଙ୍କୁ ସହିଦ ନଗରବାସୀଙ୍କ ସମ୍ବର୍ଦ୍ଧନା । କୋରୋନା ମହାମାରୀ ସଂକ୍ରମଣକୁ ବେଖାତିର କରି ସହରକୁ ସଫା ରଖିବାକୁ ପ୍ରତିଦିନ ଚେଷ୍ଟା କରୁଥିବା ଏହି ସଫେଇ କର୍ମଚାରୀଙ୍କୁ ସହୀଦ ନଗରର କିଛି ବରିଷ୍ଠ ନାଗରିକ ସହାୟତାର ହାତ ବଢାଇଛନ୍ତି ।

ଶନିବାର ଶହୀଦ ନଗର ସାଇ ମନ୍ଦିର ପ୍ରାଙ୍ଗଣରେ ବିଏମସି ଅଧୀନରେ କାର୍ଯ୍ୟରତ ପ୍ରାୟ ୫୦ ଜଣ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ସହ ଶୁଖିଲା ରାସନ ସାମଗ୍ରୀ ବଣ୍ଟନ କରାଯାଇଛି । ପ୍ରଥମେ ସେମାନଙ୍କୁ ଫୁଲ ଚନ୍ଦନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା, ପରେ ସମସ୍ତଙ୍କୁ ଶୁଖିଲା ରାସନର ଗୋଟିଏ ପ୍ୟାକେଟ ପ୍ରଦାନ କରାଯାଇଛି । ପ୍ୟାକେଟରେ ୫ କିଲୋ ଉସୁନା ଚାଉଳ, ୧ କିଲୋ ଡାଲି, ହଳଦୀ, ବିସ୍କୁଟ, ଚିନି, ତେଲ ଦିଆଯାଇଛି ବୋଲି ଶହୀଦ ନଗରର ଅଞ୍ଚଳର ଗୌରୀ ଶଙ୍କର ମହାପାତ୍ର କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.