ETV Bharat / city

ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ ଶହୀଦ ସ୍ମୃତି ଦିବସ

author img

By

Published : Oct 21, 2019, 7:13 PM IST

ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି 60ତମ ଶହୀଦ ସ୍ମୃତି ଦିବସ । ଏହି କ୍ରମରେ ଯାଜପୁର, ଭଦ୍ରକ ଓ ରାୟଗଡାରେ ମଧ୍ୟ ଏହି ଦିବସ ପାଳିତ ହୋଇଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି 60ତମ ପୋଲିସ ଶହୀଦ ସ୍ମୃତି ଦିବସ । ଏହି ଅବସରରେ ବିଭିନ୍ନ ଜିଲ୍ଲାର ଏସପି ଓ ବରିଷ୍ଠ ପୋଲିସ ଅଫିସରମାନେ ଯୋଗ ଦେଇ ଶହୀଦ ପୋଲିସଙ୍କ ତ୍ୟାଗ ଓ ନିଷ୍ଠାକୁ ସ୍ମରଣ କରିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଯାଜପୁର: ପାଣିକୋଇଲି ସ୍ଥିତ ରିଜର୍ଭ ପୋଲିସ ପଡିଆରେ ପୋଲିସ ଶହୀଦ ଦିବସ ପାଳିତ ହୋଇଛି । ଏଥିରେ ଯାଜପୁର ଏସପି ଚରଣ ସିଂ ମିନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ଶହୀଦ ମାନଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇ ଭାରତର ୪୧୪ ଜଣ ଶହୀଦଙ୍କ ନାମ ପାଠ କରିଥିଲେ । ପୋଲିସର ତ୍ୟାଗ ପାଇଁ ସମସ୍ତେ ଶାନ୍ତିରେ ନିଶ୍ବାସ ନେଉଛନ୍ତି ବୋଲି ଏସପି ଏହି ଅବସରରେ ପ୍ରକାଶ କରିଛନ୍ତି । ସେଥିପାଇଁ ଶହୀଦ ପରିବାରକୁ ସମ୍ମାନ ମିଳିବା ଆବଶ୍ୟକ ବୋଲି ମତ ଦେଇଥିଲେ । ଏହି ଅବସରରେ ଅନୁଷ୍ଠିତ ଏକ ସମ୍ମିଳିତ ପ୍ୟାରେଡରେ ମୁଖ୍ୟ ଅତିଥି ଅଭିବାଦନ ଗ୍ରହଣ କରିବା ସହିତ ଶହୀଦ ସ୍ମୃତି ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହା ସହ ଯାଜପୁର ଜିଲ୍ଲାର ସହିଦ ମାନଙ୍କ ପରିବାରକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜିର ଏହି ସମାରୋହରେ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କ ସମେତ ଅତିରିକ୍ତ ଏସପି ଓ ସମସ୍ତ ଥାନା ଅଧିକାରୀମାନେ ଉପସ୍ଥିତ ଥିଲେ ।

ଭଦ୍ରକ: ରିଜର୍ଭ ପୋଲିସ ପଡିଆରେ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଆରଆଇ ମନୋରଞ୍ଜନ ତରେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜେଶ ପଣ୍ଡିତ ଯୋଗଦେଇ ଅମର ପୋଲିସ ଶହୀଦଙ୍କ ଉଦ୍ଦେଶ୍ୟରେ ନିର୍ମିତ ସ୍ମୃତି ସ୍ତମ୍ଭରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହାପରେ ସହିଦଙ୍କ ସ୍ମୃତି ଚାରଣ କରିଥିଲେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ଜିଲ୍ଲାର ସମସ୍ତ ଥାନାର ଅଧିକାରୀ ଉପସ୍ଥିତ ଥିଲେ ।

ରାୟଗଡା: ଚାନ୍ଦିଲି ରିଜର୍ଭ ପୋଲିସ ପଡିଆରେ ଶହୀଦ ଦିବସ ପାଳିତ ହୋଇଛି । ରାୟଗଡା ଜିଲ୍ଲା ଶହୀଦ ପକ୍ଷରୁ ଆୟୋଜିତ ହୋଇଥିବା ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏସପି ଶର୍ବଣା ବିବେକ ଏମ ଯୋଗ ଦେଇ ମିଳିତ ପ୍ୟାରେଡକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ଦେଶର ବିଭିନ୍ନ ଅଞ୍ଚଳରେ ଶହୀଦ ହୋଇଥିବା ପ୍ରାୟ 292 ଜଣ ଯବାନଙ୍କ ସ୍ମୃତିଚାରଣ କରାଯାଇଥିଲା । ଦେଶମାତୃକା ପାଇଁ ଶହୀଦ ହୋଇଥିବା ଯବାନଙ୍କ ପରିବାର ବର୍ଗଙ୍କୁ ସମ୍ମାନିତ ତଥା ସହାୟତା ପ୍ରଦାନ ଦିଗରେ ଆଲୋଚନା ହୋଇଥିଲା । ଏହି ଅବସରରେ ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶହୀଦଙ୍କ ଉଦ୍ଦେଶ୍ୟରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:SLUG : SAHEED DIBASA
FORMAT : AVO
REPORT : DEBASIS MOHAPATRA / BHADRAK
DATE : 21.10.2019

ANCHOR : ଭଦ୍ରକ ରିଜର୍ଭ ପୋଲିସ ପଡିଆରେ 60 ତମ ପୁଲିସ ଶହିଦ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଆର.ଆଇ ମନୋରଞ୍ଜନ ତରେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତ ଯୋଗଦେଇ ଅମର ପୁଲିସ ସହିଦ ଙ୍କ ଉଦେଶ୍ୟରେ ନିର୍ମିତ ସ୍ମୃତି ସ୍ତମ୍ଭରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। Body:ଏହାପରେ ସହିଦ ଙ୍କ ସ୍ମୃତି ଚାରଣ କରିଥିଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ଜିଲ୍ଲାର ସମସ୍ତ ଥାନାର ଅଧିକାରୀ ଉପସ୍ଥିତ ଥିଲେ। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.