ଭୁବନେଶ୍ବର: ସ୍ୱଚ୍ଛତା କ୍ଷେତ୍ରରେ ସଚେତନତା ସୃଷ୍ଟି ପାଇଁ BMCର ନୂଆ ପଦକ୍ଷେପ । ସ୍ୱଚ୍ଛତା ପାଇଁ ବିଏମସିର ବ୍ରାଣ୍ଡ ଆମ୍ବାସଡର ହେଲେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୪ ବିଶିଷ୍ଠ ବ୍ୟକ୍ତି । ସେମାନେ ହେଉଛନ୍ତି ସିନେ ତାରକା ଦମ୍ପତି ସବ୍ୟସାଚୀ ମିଶ୍ର-ଅର୍ଚ୍ଚିତା ସାହୁ ଏବଂ କ୍ରୀଡ଼ାବିତ ଅନୁରାଧା ବିଶ୍ୱାଳ ଓ ଶିଳ୍ପୀ ତଥା ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ ।
BMCର ସ୍ୱଚ୍ଛତା ଅଭିଯାନରେ ଏହି ୪ ଜଣ ସାମିଲ ହୋଇଛନ୍ତି । ଏହି ଅଭିଯାନ ଦ୍ବାରା ସ୍ବଚ୍ଛତାକୁ ନେଇ ରାଜଧାନୀବାସୀଙ୍କୁ ସଚେତନ କରାଯିବା ସହ ସ୍ମାର୍ଟସିଟିରେ ବିଭିନ୍ନ ସ୍ଥାନରେ ହୋର୍ଡିଂ ଓ ପୋଷ୍ଟର ଲଗାଯିବ । ସ୍ମାର୍ଟସିଟିକୁ ବିଏମସିର ଏହି ଅଭିଯାନ ଅଧିକ ସ୍ମାର୍ଟ କରିବା ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ