ETV Bharat / city

ସାର ଯୋଗାଣ ଓ କଳାବଜାରୀକୁ ନେଇ ବିଧାନସଭାରେ ଉଦବେଗ - ସାର କଳାବଜାରୀ ନେଇ ବିଧାନସଭାରେ ଉଦବେଗ

ରାଜ୍ୟରେ ସାର ଯୋଗାଣ ଓ କଳାବଜାରୀ ନେଇ ବିଧାନସଭାରେ କୃଷିମନ୍ତ୍ରୀଙ୍କୁ ଘେରିଲେ ବିରୋଧି । ଜବାବରେ କେନ୍ଦ୍ର ଉପରେ ଦୋଷ ଲଦିଲେ ବିଭାଗୀୟ ମନ୍ତ୍ରୀ । ଅଧିକ ପଢନ୍ତୁ

ସାର ଯୋଗାଣ ଓ କଳାବଜାରୀକୁ ନେଇ ବିଧାନସଭାରେ ଉଦବେଗ

author img

By

Published : Jul 13, 2022, 1:38 PM IST

ଭୁବନେଶ୍ବର: ରାଜ୍ୟରେ ସାର ଯୋଗାଣ ଓ କଳାବଜାରୀ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ଚାଷୀଙ୍କ ପାଖରେ ଠିକ ସମୟରେ ଆବଶ୍ୟକ ମୁତାବକ ସାର ଯୋଗାଇ ଦିଆଯାଉନାହିଁ । ଫଳରେ ଚାଷ ଓ ଚାଷୀ ପ୍ରଭାବିତ ହେଉଛନ୍ତି । ଆବଶ୍ୟକ ଅନୁସାରେ ସାର ମିଳୁନଥିବା ବେଳେ କଳାବଜାରୀ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗୁଛି । ଏନେଇ ଉଭୟ ଶାସକ ଓ ବିରୋଧୀ ଦଳ ଉଦବେଗ ପ୍ରକାଶ କରିବା ସହ ବିଭାଗୀୟ ମନ୍ତ୍ରୀଙ୍କୁ ଘେରିଛନ୍ତି । ଗତ 5 ବର୍ଷ ହେବ ଚୁକ୍ତି ଅନୁଯାୟୀ କେନ୍ଦ୍ର ସରକାର ସାର ଯୋଗାଇ ଦେଉନାହାନ୍ତି ବୋଲି ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି ।

ସାର ଯୋଗାଣ ଓ କଳାବଜାରୀକୁ ନେଇ ବିଧାନସଭାରେ ଉଦବେଗ

ବିଧାୟକମାନେ ଅଭିଯୋଗ କରିଛନ୍ତି ଯେ, ''ବିଭିନ୍ନ ଜିଲ୍ଲାକୁ ସଠିକ ପରିମାଣ ସାର ଯୋଗାଣ ହେଉନାହିଁ । ଫଳରେ ସାରର ବ୍ୟାପକ କଳାବଜାରୀ ହେଉଛି । ଏହାର ଫାଇଦା ନେଇ ଡିଲରମାନେ ମନମାନି କରୁଛନ୍ତି ।'' ସରକାର କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ଗୃହରେ ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସେହିପରି ବରିଷ୍ଠ କଂଗ୍ରେସ ସୁରେଶ ରାଉତରାୟ ଅଭିଯୋଗ କରିଛନ୍ତି ଯେ, ''ଚାଷୀଙ୍କୁ ଯେଉଁ ପରିମାଣରେ ସାର ଆବଶ୍ୟକ ସେହି ପରିମାଣରେ ଯୋଗାଇ ଦିଆଯାଉନାହିଁ । ଅଧିରାଜ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି, ''ଅଧିକ ଟଙ୍କାରେ ସାର କିଣିବାକୁ ଚାଷୀଙ୍କୁ ବାଧ୍ୟ କରାଯାଉଛି । କଳାବଜାରୀ ହେଉଥିଲେ ବି ସରକାର ଗୁରୁତ୍ବ ଦେଉନାହାନ୍ତି ।''

ଜବାବରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କେନ୍ଦ୍ର ଉପରେ ଦୋଷ ଠେଲିଛନ୍ତି । ଗତ 5 ବର୍ଷ ହେବ ଚୁକ୍ତି ଅନୁଯାୟୀ କେନ୍ଦ୍ର ସରକାର ସାର ଯୋଗାଇ ଦେଉନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ''ଏପ୍ରିଲ ପହିଲା 2022 ରୁ 30 ଜୁନ 2022 ପର୍ଯ୍ୟନ୍ତ 3 ଲକ୍ଷ 90 ହଜାର ମେଟ୍ରିକ ଟନ ସାର ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ରାଜ୍ୟ ସରକାର ଦାବି କରିଥିଲେ । କେନ୍ଦ୍ର ସରକାର 3 ଲକ୍ଷ 64 ହଜାର 232 ମେଟ୍ରିକ ଟନ ଯୋଗାଇ ଦେଇଛନ୍ତି । ଚୁକ୍ତି ଅନୁଯାୟୀ ବର୍ତ୍ତମାନ ସୁଦ୍ଧା 2 ଲକ୍ଷ 36 ହଜାର 760 ମେଟ୍ରିକ ଟନ ସାର ଯୋଗାଇ ଦେଇନାହାନ୍ତି । ଏ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି ।''

କେନ୍ଦ୍ର ସରକାରଙ୍କ ଠାରୁ ମିଳିଥିବା ସାରରୁ 85 ପ୍ରତିଶତ ସାର ବିଭିନ୍ନ ଜିଲ୍ଲାକୁ ଯୋଗାଇ ଦିଆଯାଇଛି । 2 ଲକ୍ଷ 5 ହଜାର 200 ମେଟ୍ରିକ ଟନ ୟୁରିଆ, 77 ହଜାର 671 ମେଟ୍ରିକ ଟନ ଡ଼ିଏପି, 26 ହଜାର 698 ମେଟ୍ରିକ ଟନ ପଟାସ୍, 95 ହଜାର 638 ମେଟ୍ରିକ ଟନ ଗ୍ରୁମର ଯୋଗାଇ ଦିଆଯାଇଛି । ସାରକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ନେଇ ଏହାର ପରିଚାଳନା କରାଯାଉଛି । ଯଦି ରାଜ୍ୟର କୌଣସି ଜାଗାରେ କଳାବଜାରୀ କରାଯାଉଥିବାର ନିର୍ଦ୍ଦିଷ୍ଟ ଅଭିଯୋଗ ଆଣି ବିଭାଗକୁ ଜଣାଇଲେ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ଆଲୋଚନା ବେଳେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏବଂ ସୁରେଶ କୁମାର ରାଉତରାୟ ଓ ଅଧିରାଜ ପାଣିଗ୍ରାହୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଲୋଚନା ବେଳେ ବିଧାୟକ ଅଭିଯୋଗ କରିଛନ୍ତି ଯେ ଅଫିସର ଯାହା ଲେଖି ଦେଉଛନ୍ତି ମନ୍ତ୍ରୀ ତାହା ଗୃହରେ କହୁଛନ୍ତି । ଏହା ହେଉଛି ଅମଲାତନ୍ତ୍ର ସରକାର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.