ETV Bharat / city

ଟିକେଟ ନେଲେ ରୁଦ୍ର, କହିଲେ ପୁରା କରିବି ବାପାଙ୍କ ସ୍ବପ୍ନ - ରୁଦ୍ର ମହାରଥି

ବାପାଙ୍କ ଅଧୁରା ସ୍ୱପ୍ନ ପୁରା କରିବି, ପିପିଲି ଓ ଡେଲାଙ୍ଗବାସୀଙ୍କ ସେବା କରିବି । କିଛି ଏପରି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରଦାପ ମହାରଥି । ଅଧିକ ପଢନ୍ତୁ...

ଆନୁଷ୍ଠାନିକ ଭାବେ ଟିକେଟ୍ ନେଲେ ରୁଦ୍ର ମହାରଥି, କହିଲେ ପୁରା କରିବି ବାପାଙ୍କ ସ୍ବପ୍ନ

author img

By

Published : Mar 28, 2021, 5:02 PM IST

Updated : Mar 28, 2021, 5:19 PM IST

ଭୁବନେଶ୍ବର: ବାପାଙ୍କ ଅଧୁରା ସ୍ୱପ୍ନ ପୁରା କରିବି, ପିପିଲି ଓ ଡେଲାଙ୍ଗବାସୀଙ୍କ ସେବା କରିବି । କିଛି ଏପରି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରଦାପ ମହାରଥି । ପ୍ରାର୍ଥୀ ଘୋଷଣା ହେଲା ପରେ ପ୍ରଥମ ଥର ପାଇଁ ରବିବାର ନବୀନ ନିବାସରେ ପହଞ୍ଚି ଥିଲେ ରୁଦ୍ର ମହାରଥୀ । ସାଥିରେ ଥିଲେ ଭଉଣୀ ପଲ୍ଲବୀ ଏବଂ ଭିଣୋଇ ଅର୍ଦ୍ଧେନ୍ଦୁ । ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ହେଲା ପରେ ନବୀନ ନିବାସରୁ ପିପିଲି ପାଇଁ ଟିକେଟ ନେଇଛନ୍ତି ରୁଦ୍ର।

ଆନୁଷ୍ଠାନିକ ଭାବେ ଟିକେଟ୍ ନେଲେ ରୁଦ୍ର ମହାରଥି, କହିଲେ ପୁରା କରିବି ବାପାଙ୍କ ସ୍ବପ୍ନ

ନବୀନ ବାବୁଙ୍କ ସ୍ଵଚ୍ଛ ଶାସନ ପାଇଁ ନିର୍ବାଚନରେ ଲୋକଙ୍କ ସହଯୋଗ ମିଳିବ ବୋଲି ସେ କହିଛନ୍ତି । ଚାଷ, ପାନୀୟ ଜଳ, ଭିତ୍ତିଭୂମିର ବିକାଶ ପାଇଁ ସର୍ବଦା କାମ କରିବି । ପିପିଲିର ଉନ୍ନତି ପାଇଁ ଆମ ପରିବାର କାମ କରିବ। ଆଗକୁ କଥାରେ ନୁହେଁ କାମରେ କରି ଦେଖେଇବୁ । ମା-ପୁଅର ସମ୍ପର୍କ ସବୁବେଳେ ପବିତ୍ର ଓ ଅତୁଟ ତେଣୁ କିଛି ଗଣମାଧ୍ୟମରେ ମିଥ୍ୟା ଅପପ୍ରଚାର କରାଯାଉଛି, ଯାହା ଠିକ ନୁହେଁ ବୋଲି ରୁଦ୍ର କହିଛନ୍ତି।

ଅନ୍ୟପକ୍ଷେ ପଲ୍ଲବୀ କହିଛନ୍ତି ଯେ, ଭାଇ ପାଇଁ ପ୍ରଚାର କରିବି । ପ୍ରକାଶଥାଉକି, ନବୀନ ବାବୁଙ୍କ ନିଷ୍ପତ୍ତି ପରେ ଆନୁଷ୍ଠାନିକ ଭାବେ ରୁଦ୍ର ମହାରଥୀ ଟିକେଟ ପାଇଛନ୍ତି । ଗତ ନିର୍ବାଚନ ଅପେକ୍ଷା ଅଧିକ ଭୋଟରେ ଜିତିବେ ବିଜେଡି ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Mar 28, 2021, 5:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.